ବିଧାୟକଙ୍କ ପରିବାରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଖୋର୍ଦ୍ଧା ଅଫିସ,୧୬ା୧: ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳ ଚେୟାରମ୍ୟାନ ପଦବୀ ପାଇଁ ସଂକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା ଓ ଜଟଣୀ ପୌରାଞ୍ଚଳ ଯଥାକ୍ରମେ ମହିଳା ଏବଂ ଏସ୍‌ସି ପାଇଁ ସଂରକ୍ଷିତ ରହିଛି। ବାଣପୁର ଓ ବାଲୁଗଁା ଏନ୍‌ଏସି ଯଥାକ୍ରମେ ଅଣସଂରକ୍ଷିତ ଓ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତାଲିକା ପ୍ରକାଶ ପରେ ବହୁ ଆଶାୟୀ ପ୍ରାର୍ଥୀଙ୍କ ଆଶା ମଉଳି ଯାଇଛି। ୨୨ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ସହରରେ ବିଜେଡି ପକ୍ଷରୁ ୪ଜଣ ଦାବିଦାର ରହିଥିବା ବେଳେ କଂଗ୍ରେସ ଏବଂ ଭାଜପା ପକ୍ଷରୁ ଜଣେ ଆଶାୟୀ ପ୍ରାର୍ଥୀ ରହିଥିଲେ। ଆଶାୟୀ ପ୍ରାର୍ଥୀ ଭୋଟରଙ୍କୁ ମନାଇବା ପାଇଁ ନିଜ ଅଞ୍ଚଳର ଓ୍ବାର୍ଡ ବୁଲିବା ସହ ଭୋଟରଙ୍କୁ ମନାଇବା ପାଇଁ ଲାଗି ପଡିଥିଲେ। ସାହି ଗଳିକନ୍ଦିରେ ଆଶାୟୀଙ୍କ ପୋଷ୍ଟର ବ୍ୟାନର ଲଗାଯାଇଥିଲା। ଶାସକ ଦଳ ପକ୍ଷରୁ ଦୀର୍ଘ ଦିନ ଧରି ଦାବିଦାର ରହିଥିବା ପ୍ରାର୍ଥୀ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ଆରମ୍ଭ କରି ଦେଇଥିଲେ। ଏପରି କି କେତେକ ପ୍ରାର୍ଥୀ ଦଳୀୟ ମନ୍ତ୍ରୀ, ନେତା, ପର୍ଯ୍ୟବେକ୍ଷକଙ୍କ ନିକଟତର ହେବାକୁ ଲାଗିଥିଲେ। ତେବେ ଶାସକ ଦଳର ବହୁ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି। ଅନ୍ୟପଟେ କଂଗ୍ରେସ ସଭାପତି ରଣଜିତ ମହାପାତ୍ର ଦୀର୍ଘ ଦିନ ଧରି ପ୍ରଚାର ଅଭିଯାନ ଚଳାଇ ଆସିଥିବା ବେଳେ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରହିଥିବା ଜଣାପଡ଼ିବା ପରେ ନିରାଶ ହେବାକୁ ପଡ଼ିଛି। ତେବେ ରଣନୀତି ଜାରି ରହିବ ବୋଲି ସେ କହିଛନ୍ତି। ଗତ ପୌର ନିର୍ବାଚନରେ ଖୋର୍ଦ୍ଧା ପୌରାଧ୍ୟକ୍ଷ ଭାବେ ବେଗୁନିଆ ବିଧାୟକଙ୍କ ସହଧର୍ମିଣୀ ସଞ୍ଜୁକ୍ତା ସାହୁ ରହିଥିଲେ। ତେବେ ଚଳିତ ବର୍ଷ ପୁଣି ଥରେ ଏହି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏହି ଆସନରେ ପୁଣି ଥରେ ସେ ପୌରାଧ୍ୟକ୍ଷ ପାଇଁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଖୋର୍ଦ୍ଧା ବିଧାୟକଙ୍କ ପରିବାରରୁ କେହି ଜଣେ ପୌରାଧ୍ୟକ୍ଷ ପଦବୀ ପାଇଁ ଲଢିବେ ବୋଲି ଚର୍ଚ୍ଚା ହେଉଛି। ନୂତନ ବର୍ଷକୁ ସ୍ବାଗତ ଜଣାଇ ବେଗୁନିଆ ବିଧାୟକଙ୍କ ପକ୍ଷରୁ ସହରରେ ଲାଗିଥିବା ଏକାଧିକ ହୋଡିଂରେ ସଞ୍ଜୁକ୍ତାଙ୍କ ମଧ୍ୟ ପୋଷ୍ଟର ଲାଗିଥିଲା। ଗୋଟିଏ ପଟେ ସଞ୍ଜୁକ୍ତା ପୁଣି ଥରେ ପ୍ରାର୍ଥୀ ହେବା ନେଇ ସ୍ଥିର ହୋଇଥିବା ବେଳେ ବିଧାୟକ ମିତ୍ର କାହାକୁ ପ୍ରାର୍ଥୀଭାବେ ଛିଡ଼ା କରୁଛନ୍ତି ତାକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଛି। ପ୍ରତି ଓ୍ବାଡର୍ର୍ରେ ଉଭୟ ବିଧାୟକଙ୍କ ସମର୍ଥକ ରହିଛନ୍ତି। ଉଭୟଙ୍କ ସମର୍ଥତ୍ତ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri