ବିଧାୟକଙ୍କ ପରିବାରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଖୋର୍ଦ୍ଧା ଅଫିସ,୧୬ା୧: ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳ ଚେୟାରମ୍ୟାନ ପଦବୀ ପାଇଁ ସଂକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା ଓ ଜଟଣୀ ପୌରାଞ୍ଚଳ ଯଥାକ୍ରମେ ମହିଳା ଏବଂ ଏସ୍‌ସି ପାଇଁ ସଂରକ୍ଷିତ ରହିଛି। ବାଣପୁର ଓ ବାଲୁଗଁା ଏନ୍‌ଏସି ଯଥାକ୍ରମେ ଅଣସଂରକ୍ଷିତ ଓ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତାଲିକା ପ୍ରକାଶ ପରେ ବହୁ ଆଶାୟୀ ପ୍ରାର୍ଥୀଙ୍କ ଆଶା ମଉଳି ଯାଇଛି। ୨୨ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ସହରରେ ବିଜେଡି ପକ୍ଷରୁ ୪ଜଣ ଦାବିଦାର ରହିଥିବା ବେଳେ କଂଗ୍ରେସ ଏବଂ ଭାଜପା ପକ୍ଷରୁ ଜଣେ ଆଶାୟୀ ପ୍ରାର୍ଥୀ ରହିଥିଲେ। ଆଶାୟୀ ପ୍ରାର୍ଥୀ ଭୋଟରଙ୍କୁ ମନାଇବା ପାଇଁ ନିଜ ଅଞ୍ଚଳର ଓ୍ବାର୍ଡ ବୁଲିବା ସହ ଭୋଟରଙ୍କୁ ମନାଇବା ପାଇଁ ଲାଗି ପଡିଥିଲେ। ସାହି ଗଳିକନ୍ଦିରେ ଆଶାୟୀଙ୍କ ପୋଷ୍ଟର ବ୍ୟାନର ଲଗାଯାଇଥିଲା। ଶାସକ ଦଳ ପକ୍ଷରୁ ଦୀର୍ଘ ଦିନ ଧରି ଦାବିଦାର ରହିଥିବା ପ୍ରାର୍ଥୀ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ଆରମ୍ଭ କରି ଦେଇଥିଲେ। ଏପରି କି କେତେକ ପ୍ରାର୍ଥୀ ଦଳୀୟ ମନ୍ତ୍ରୀ, ନେତା, ପର୍ଯ୍ୟବେକ୍ଷକଙ୍କ ନିକଟତର ହେବାକୁ ଲାଗିଥିଲେ। ତେବେ ଶାସକ ଦଳର ବହୁ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି। ଅନ୍ୟପଟେ କଂଗ୍ରେସ ସଭାପତି ରଣଜିତ ମହାପାତ୍ର ଦୀର୍ଘ ଦିନ ଧରି ପ୍ରଚାର ଅଭିଯାନ ଚଳାଇ ଆସିଥିବା ବେଳେ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରହିଥିବା ଜଣାପଡ଼ିବା ପରେ ନିରାଶ ହେବାକୁ ପଡ଼ିଛି। ତେବେ ରଣନୀତି ଜାରି ରହିବ ବୋଲି ସେ କହିଛନ୍ତି। ଗତ ପୌର ନିର୍ବାଚନରେ ଖୋର୍ଦ୍ଧା ପୌରାଧ୍ୟକ୍ଷ ଭାବେ ବେଗୁନିଆ ବିଧାୟକଙ୍କ ସହଧର୍ମିଣୀ ସଞ୍ଜୁକ୍ତା ସାହୁ ରହିଥିଲେ। ତେବେ ଚଳିତ ବର୍ଷ ପୁଣି ଥରେ ଏହି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏହି ଆସନରେ ପୁଣି ଥରେ ସେ ପୌରାଧ୍ୟକ୍ଷ ପାଇଁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଖୋର୍ଦ୍ଧା ବିଧାୟକଙ୍କ ପରିବାରରୁ କେହି ଜଣେ ପୌରାଧ୍ୟକ୍ଷ ପଦବୀ ପାଇଁ ଲଢିବେ ବୋଲି ଚର୍ଚ୍ଚା ହେଉଛି। ନୂତନ ବର୍ଷକୁ ସ୍ବାଗତ ଜଣାଇ ବେଗୁନିଆ ବିଧାୟକଙ୍କ ପକ୍ଷରୁ ସହରରେ ଲାଗିଥିବା ଏକାଧିକ ହୋଡିଂରେ ସଞ୍ଜୁକ୍ତାଙ୍କ ମଧ୍ୟ ପୋଷ୍ଟର ଲାଗିଥିଲା। ଗୋଟିଏ ପଟେ ସଞ୍ଜୁକ୍ତା ପୁଣି ଥରେ ପ୍ରାର୍ଥୀ ହେବା ନେଇ ସ୍ଥିର ହୋଇଥିବା ବେଳେ ବିଧାୟକ ମିତ୍ର କାହାକୁ ପ୍ରାର୍ଥୀଭାବେ ଛିଡ଼ା କରୁଛନ୍ତି ତାକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଛି। ପ୍ରତି ଓ୍ବାଡର୍ର୍ରେ ଉଭୟ ବିଧାୟକଙ୍କ ସମର୍ଥକ ରହିଛନ୍ତି। ଉଭୟଙ୍କ ସମର୍ଥତ୍ତ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିଏସ୍‌ଏସ୍‌ଓ, ଧରିଲା ଭିଜିଲାନ୍ସ

ବେଗୁନିଆପଡ଼ା,୧୭ା୫(ଡି.ଏନ୍‌.ଏ.): ୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବିଏସ୍‌ଏସ୍‌ଓ। ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ...

ବନ୍ଦ ରହିବ ଠିପି ଖୋଲା ମଦ ଦୋକାନ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଲାଗି ସମସ୍ତ ଠିପି ଖୋଲା ମଦ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଏନେଇ...

କରୋନା ମୁକାବିଲା: ଆଇଏଏସ୍‌ ଅଫିସରଙ୍କୁ ଜିଲା ଦାୟିତ୍ୱ

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି...

ଚିଲିକାରେ ପକ୍ଷୀ ସଂଖ୍ୟା ୧୬% କମିଲା

ବାଲୁଗାଁ ,୫ା୧(ଡି.ଏନ୍‌.ଏ.): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କତ୍ତୃର୍ର୍ପକ୍ଷ (ସିଡିଏ) ପକ୍ଷରୁ ମଙ୍ଗଳବାର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ...

୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଏହା...

ସବୁ ନାମୀଦାମୀ ହୋଟେଲ, ଲଜ୍‌ ବୁକ୍‌

ପୁରୀ ଅଫିସ,୩୦ା୧୨ସରି ଆସୁଛି ୨୦୨୨ ଏବଂ ପାଖେଇ ଆସୁଛି ନୂତନ ବର୍ଷ ୨୦୨୩। ନୂତନବର୍ଷକୁ ସ୍ବାଗତ କରିବା ପାଇଁ ଏବେଠୁ ଉତ୍ସବମୁଖର ହୋଇ ଉଠିଲାଣି ଶ୍ରୀକ୍ଷେତ୍ର।...

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା: ପୋଲିସ ଗିରଫରେ ୩ ଅଭିଯୁକ୍ତ, ଜଣେ ଫେରାର; ପ୍ରମାଣ ନଷ୍ଟ କରିବାକୁ ନିକଟସ୍ଥ ଜଙ୍ଗଲରେ ପୋଡିଥିଲେ ମୃତଦେହ

ଏମ୍‌ଭି-୭୯/କାଲିମେଳା,୨୭।୮(ଡି.ଏନ.ଏ.): ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବାର ୨୨ ଦିନ ପରେ ଘଟଣା ଉପରୁ ପରଦା ଉଠିଛି। ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତମାନେ ପ୍ରମାଣ...

ସକାଳ ୬ରୁ ଅପରାହ୍ନ ୧ ଯାଏ ଖୋଲିବ ଦୋକାନ

କଟକ ଅଫିସ୍‌,୨୯ା୪: କଟକ ଜିଲାରେ କରୋନା ସ୍ଥିତିର ସମୀକ୍ଷା ପରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଜିଲାରେ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ଏବଂ କେଉଁଟା...

Advertisement
Archives

Model This Week