ପୂଜା ଅର୍ଥ ଲାଗିବ ପରୋପକାରରେ

ଅନୁଗୋଳ ଅଫିସ୍‌, ୨୦।୮: ଗଣେଶ ପୂଜାରୁ ଆରମ୍ଭ ହେଉଥିବା ପୂଜାଋତୁ ଚଳିତବର୍ଷ ଫିକା ପଡ଼ିବ। କରୋନା କଟକଣା ପାଇଁ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଘ୍ନରାଜ ଗଜାନନଙ୍କ ପୂଜା ଅନୁଗୋଳରେ ପୂର୍ବପରି ଧୁମ୍‌ଧାମରେ ହେବ ନାହିଁ। ପ୍ରଶାସନ ଏ ନେଇ ନିର୍ଦ୍ଦେଶନାମା ଜାରି କରିସାରିଥିବାରୁ ସହରରେ ସାଜସଜ୍ଜା କରାଯାଇ ନାହିଁ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜାକଜମକ ଭସାଣି ମଧ୍ୟ ଦେଖିବାକୁ ମିଳିବ ନାହିଁ। ତେବେ ପ୍ରତିବର୍ଷ ଏ ବାବଦରେ ଖର୍ଚ୍ଚ ହେଉଥିବା ଲକ୍ଷ ଲକ୍ଷ ଟଙ୍କାକୁ ଏଥର ପୂଜା କମିଟିଗୁଡ଼ିକ ପରୋପକାରରେ ଲଗାଇବେ। ଆଦାୟ ଅର୍ଥ ମଧ୍ୟରୁ କିଛି ସେମାନେ କୋଭିଡ୍‌ ଓ ଅନ୍ୟ ବିପତ୍ତିର ଶିକାର ହୋଇଥିବା ଅସହାୟ ଲୋକଙ୍କ ପାଇଁ ବ୍ୟୟ କରିବେ।
ଅନୁଗୋଳ ସହରର ୩୦ରୁ ଅଧିକ ମଣ୍ଡପରେ ଗଣେଶପୂଜା କରାଯାଏ। ଏଥିପାଇଁ ମାସ ମାସ ପୂର୍ବରୁ ପ୍ରସ୍ତୁତି ବୈଠକ ବସି କାର୍ଯ୍ୟସୂଚୀ ସ୍ଥିର କରାଯାଏ। ବଜାରକୁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ସପ୍ତାହେ ଧରି ଏହି ପୂଜା ବିଭିନ୍ନ ଅନୁଷ୍ଠାନରେ ଅନୁଷ୍ଠିତ ହୁଏ। ପ୍ରତି ସନ୍ଧ୍ୟାରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ବିଶେଷକରି ମଲୋଡି, ରେକର୍ଡ ଡ୍ୟାନ୍ସ ଓ ଓଲିଉଡ୍‌ ନାଇଟ୍‌ ବି କେତୋଟି ଜାଗାରେ ହୋଇଥାଏ। ପୂଜା ଶେଷଦିନ ଭସାଣିରେ ସବୁଠାରୁ ବେଶି ଅର୍ଥ ଖର୍ଚ୍ଚ କରାଯାଏ। ଗୋଟିଏ ଗୋଟିଏ ମଣ୍ଡପ କର୍ମକର୍ତ୍ତାମାନେ ଏଥିପାଇଁ ୫ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ଖର୍ଚ୍ଚ କରିଥାନ୍ତି। କିନ୍ତୁ ମହାମାରୀ କରୋନା ପାଇଁ ଚଳିତବର୍ଷ ସହରରେ ପୂଜା ଆୟୋଜନ ଦେଖିବାକୁ ମିଳିନାହିଁ। ପ୍ରଶାସନ ପକ୍ଷରୁ ପୂଜା ପାର୍ବଣ ଉପରେ କଟକଣା ଲଗାଯାଇଥିବାରୁ କୌଣସି ମଣ୍ଡପରେ କର୍ମକର୍ତ୍ତାମାନେ ଗଜାନନଙ୍କ ପୂଜା କରିପାରିବେ ନାହିଁ। ବୁଧବାର ଜାରି କରାଯାଇଥିବା ଜିଲା ପ୍ରଶାସନର ଏହି ସ୍ପଷ୍ଟ ନିର୍ଦ୍ଦେଶନାମାକୁ ପୂଜା କମିଟିଗୁଡ଼ିକ ସ୍ବାଗତ କରିଛନ୍ତି। ସେମାନେ ନିରାଡ଼ମ୍ବର ଭାବେ ମେଢ଼ ନ କରି କେବଳ କ୍ଲବ ଘରେ ମୂର୍ତ୍ତି ପୂଜା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ବାବଦରେ ଖର୍ଚ୍ଚ ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କା ମଧ୍ୟରୁ କିଛି ଅର୍ଥ ବିଭିନ୍ନ ସମୟରେ ହେଉଥିବା ପ୍ରାକୃତିକ ଦୁର୍ବିପାକ ଓ ଅସହାୟମାନଙ୍କୁ ସହାୟତା ବାବଦରେ ପ୍ରଦାନ କରାଯିବ ବୋଲି କମିଟିଗୁଡ଼ିକ ପକ୍ଷରୁ ନିଷ୍ପତ୍ତି କରାଯାଇଛି। ସେହିପରି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଚଳିତବର୍ଷ ସ୍ଥଗିତ କରାଯାଇଥିବା ବେଳେ ଲୋକଙ୍କୁ ପ୍ରଦାନ କରାଯାଉଥିବା ଅନ୍ନପ୍ରସାଦ ସେବାକୁ ମଧ୍ୟ କେତୋଟି କ୍ଲବ ପକ୍ଷରୁ ବାତିଲ୍‌ କରାଯାଇଛି।

ମଣ୍ଡପରେ ପୂଜା ବନ୍ଦ
ଅନୁଗୋଳ ଜିଲାର କୌଣସି ମଣ୍ଡପରେ ଚଳିତ ବର୍ଷ ବିଘ୍ନରାଜ ଗଣେଶଙ୍କ ପୂଜାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯିବ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ଏହି ପଦକ୍ଷେପ ନିଆଯାଇଛି। ୪ରୁ ୫ ଜଣ ସଦସ୍ୟଙ୍କୁ ନେଇ କୋଭିଡ୍‌-୧୯ ନିର୍ଦ୍ଦେଶନାମା ଅନୁପାଳନ ଆଧାରରେ ଘରେ ପୂଜା କରାଯାଇପାରିବ। ଅବମାନନା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ମନୋଜ କୁମାର ମହାନ୍ତି, ଜିଲାପାଳ

ଛୋଟ ମୂର୍ତ୍ତି ପୂଜା କରିବୁ
ଏହି ପୂଜାରେ କ୍ଲବର ସଦସ୍ୟମାନେ ପାଖାପାଖି ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ସାଂସ୍କୃତିକ ସନ୍ଧ୍ୟାରେ ୫୦ରୁ ୫୫ ହଜାର ଟଙ୍କା ଖର୍ଚ୍ଚ କରାଯାଏ। ସାଜସଜ୍ଜା, ମୂର୍ତ୍ତି ଓ ଅନ୍ନପ୍ରସାଦରେ ଅବଶିଷ୍ଟ ଖର୍ଚ୍ଚ ହୁଏ। କିନ୍ତୁ ଚଳିତ ବର୍ଷ ଛୋଟ ମୂର୍ତ୍ତି ଆଣି କ୍ଲବ ଘରେ ପୂଜା କରାଯିବ।
-କ୍ଷୀରୋଦ ପ୍ରଧାନ, ହୁଲୁରିସିଂହା ୟୁନାଇଟେଡ୍‌ କ୍ଲବ

ପୂଜା ପରଦିନ ବିସର୍ଜନ
ପ୍ରତିବର୍ଷ ପୂଜାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଚଳିତବର୍ଷ ଉକ୍ତ ଅର୍ଥ ରଖାଯାଇ ବିଭିନ୍ନ ବିପତ୍ତି ସମୟରେ ଲୋକମାନଙ୍କୁ ସହାୟତା ଆକାରରେ ପ୍ରଦାନ କରାଯିବ। ଛୋଟ ମୂର୍ତ୍ତି ଆଣି କ୍ଲବରେ ପୂଜା କରାଯିବା ସହ ପରଦିନ ବିସର୍ଜନ କରାଯିବ।
-ରଶ୍ମିରଞ୍ଜନ ସାମଲ, ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ

ନିରାଡ଼ମ୍ବରରେ ସମ୍ପନ୍ନ ହେବ
ପୂଜା ଅବସରରେ କ୍ଲବ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ କିଛି କାର୍ଯ୍ୟ କରାଯାଇଥାଏ। କିନ୍ତୁ ଚଳିତବର୍ଷ ଏସବୁ ସ୍ଥଗିତ କରାଯାଇଛି। କେବଳ କିଛି ସଦସ୍ୟଙ୍କୁ ନେଇ କ୍ଲବରେ ନିରାଡମ୍ବରରେ ପୂଜା କରାଯିବ।
-ଅଶ୍ୱିନୀ ରାଉତରାୟ, ଗଣପତ କ୍ଲବ

ଆଦାୟ ଅର୍ଥ ସହାୟତାରେ ଲଗାଯିବ
ସାଢ଼େ ୪ ଲକ୍ଷ ଟଙ୍କା ପୂଜାରେ ଖର୍ଚ୍ଚ ହୋଇଥାଏ। ଏବର୍ଷ ସଦସ୍ୟମାନଙ୍କ ପାଖରୁ ସେମିତି କିଛି ଆଦାୟ କରାଯାଇନାହିଁ। ଯାହା କିଛି ମିଳିଛି ସେଥିରୁ ଅଳ୍ପ ଖର୍ଚ୍ଚ କରାଯାଇ ବଳକା ଅସହାୟମାନଙ୍କ ସାହାଯ୍ୟରେ ଲଗାଯିବ।
-ଅନୁପ କୁମାର ସାମଲ, ମହିମା ନେହେରୁ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?