Posted inଖେଳ

ରୋନାଲ୍ଡୋଙ୍କ ରେକର୍ଡ

ବୁଦାପେଷ୍ଟ,୧୬।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍‌ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ୩-୦ ଗୋଲ ବୃହତ୍‌ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ ଏହି ମ୍ୟାଚ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେ ୮୭ତମ ମିନିଟ୍‌ରେ ପେନାଲ୍ଟି ଜରିଆରେ ଗୋଲ ଦେବା ପରେ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍‌ରେ ଏକ ଚମତ୍କାର ଫିଲ୍ଡ ଗୋଲ ପ୍ରଦାନ କରିଥିଲେ। ତେବେ ଏହାପୂର୍ବରୁ ୮୪ତମ ମିନିଟ୍‌ରେ ରାଫାଏ ଗୁଏରେଇରୋ ପ୍ରଥମ ଗୋଲ ଦେଇ ଡିଫେଣ୍ଡିଂ ଚାମ୍ପିୟନ ପର୍ତ୍ତୁଗାଲକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ୍‌ରେ ପର୍ତ୍ତୁଗାଲ ସମ୍ପୂର୍ଣ୍ଣରୂପେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା।
ଟୁର୍ନାମେଣ୍ଟର ପଞ୍ଚମ ଦିବସରେ ପୂରା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ପୁସ୍କାସ ଏରେନାରେ ୬୭,୨୧୫ ଦର୍ଶକ ଉପସ୍ଥିତ ଥିଲେ ଓ ଏମାନଙ୍କ ମଧ୍ୟରେ ଅଧିକାଂଶ ପ୍ରଶଂସକ ହଙ୍ଗେରୀର ଥିଲେ। ୧୦ଟି ଦେଶ ମଧ୍ୟରୁ ହଙ୍ଗେରୀ ଏକମାତ୍ର ଦେଶ ଯେଉଁଠି ପୂରା ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ ହେଉଛି। ପୂରା ଷ୍ଟାଡିୟମରେ ରୋନାଲ୍ଡୋଙ୍କ ପ୍ରଦର୍ଶନ ଐତିହାସିକ ଥିଲା। ୟୁରୋପିଆନ ଚାମ୍ପିୟନଶିପ୍‌ରେ ରୋନାଲ୍ଡୋ ସର୍ବାଧିକ କ୍ୟାରିୟର ଗୋଲ ସ୍କୋର କରି ରେକର୍ଡ କରିଛନ୍ତି। ଜୁଭେଣ୍ଟସର ଏହି ଫରଓ୍ବାର୍ଡ ୨୦୦୪ ପରଠାରୁ ପଞ୍ଚମ ୟୁରୋପିଆନ ଚାମ୍ପିୟନଶିପ୍‌ ଖେଳୁଛନ୍ତି। ମାଇକେଲ ପ୍ଲାଟିନି ଓ ରୋନାଲ୍ଡୋ ସମାନ ୯ଟି ଗୋଲ କରି ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲେ। ଏବେ ରୋନାଲ୍ଡୋ ୧୧ ଗୋଲ ସ୍କୋର କରି ଆଗରେ ରହିଛନ୍ତି। ୩୬ ବର୍ଷୀୟ ରୋନାଲ୍ଡୋ ଏକମାତ୍ର ଖେଳାଳି ଭାବେ କ୍ରମାଗତ ୫ଟି ୟୁରୋ କପ୍‌ରେ ଗୋଲ ସ୍କୋର କରିବାର ଗୌରବ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ମୁକାବିଲା: ୮ କୋଟି ଲେଖାଏ ଦାନ କଲେ ମେସି, ଗୁଆର୍ଡିଲୋ

ବାର୍ସିଲୋନା,୨୫।୩- କରୋନା ଭାଇରସ ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହି ଭାଇରସ ଯୋଗୁ ବିଭିନ୍ନ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହି ପରିସ୍ଥିତିର...

ଉଦୟ ହେଲା ସନରାଇଜର୍ସର ସୂର୍ଯ୍ୟ

ଚେନ୍ନାଇ,୨୧।୪: କ୍ରମାଗତ ୩ ପରାଜୟ ପରେ ଉଦୟ ହୋଇଛି ସନରାଇଜର୍ସ ହାଇଦ୍ରାବାଦ୍‌ର ସୂର୍ଯ୍ୟ। ଦଳୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଯୋଗୁ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦଳ...

କବିରଙ୍କୁ ଟାଇଟଲ

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ଅହମ୍ମଦାବାଦସ୍ଥିତ ର଼୍ୟାକେଟ ଏକାଡେମୀରେ ଅନୁଷ୍ଠିତ ଏଆରଏ-ଏଆଇଟିଏ ନ୍ୟାଶନାଲ ସିରିଜ ଟେନିସ ଟୁର୍ନାମେଣ୍ଟର ୧୮ ବର୍ଷରୁ କମ୍‌ ବାଳକ ବର୍ଗରେ ଓଡ଼ିଶାର କବିର...

ଭାରତ ଟୁର୍‌ରୁ ଲାଙ୍ଗରଙ୍କ ବିଶ୍ରାମ

ସିଡ୍‌ନୀ, ୭।୧ (ପି.ଟି.)- ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର ଆଗାମୀ ଭାରତ ଗସ୍ତରୁ ଓହରି ଯାଇଛନ୍ତି। କିଛି ବ୍ୟକ୍ତିଗତ କାମ ଲାଗି...

୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି: ସିକ୍କିମକୁ ହରାଇଲା ଓଡିଶା, ପ୍ରିତମ ମ୍ୟାନ ଅଫ୍‌ ଦ ମ୍ୟାଚ

ସମ୍ବଲପୁର, ୭।୧(ବ୍ୟୁରୋ): ସୌରଭ ଗୌଡଙ୍କ ଦ୍ୱିଶତକ ଓ ବୋଲର ପ୍ରିତମ ସିଂ ଚୌହାନଙ୍କ ଘାତକ ବୋଲିଂ ସହାୟତାରେ ଓଡିଶା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ...

ସଚିନ ତେନ୍ଦୁଲକରଙ୍କୁ ବାରମ୍ବାର ସ୍ବପ୍ନରେ ଦେଖୁଥିଲେ ଅଷ୍ଟ୍ରେଲିଆର ଏହି ମହାନ ଖେଳାଳି

ଶେଷରେ ‘ଅର୍ଦ୍ଧଶତକ’ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ। କ୍ରିକେଟରେ ନୁହେଁ, ନିଜ ଜୀବନରେ ‘ଅର୍ଦ୍ଧଶତକ’ ହାସଲ କରିଛନ୍ତି ଅର୍ଥାତ୍‌ ଶୁକ୍ରବାର ସେ...

କ୍ୟାପଟେନ ରୋହିତଙ୍କ ଯାଦୁ : ୧୦ ରନ୍‌ରେ ଜିତିଲା ମୁମ୍ବାଇ

ଚେନ୍ନାଇ, ୧୩ା୪- ସୋମବାର ଭଳି ମଙ୍ଗଳବାର ମଧ୍ୟ ଆଇପିଏଲରେ ଦେଖିବାକୁ ମିଳିଥିଲା ରୋମାଞ୍ଚଭରା ମ୍ୟାଚ୍‌। ତେବେ ଏଥିରେ ଛକା ବର୍ଷା ନୁହେଁ ଉଇକେଟ ଝଡ଼ ଦେଖିବାକୁ...

ହକି ବିଶ୍ୱକପ୍‌କୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ନିମନ୍ତ୍ରଣ, ସାଦରରେ ଗ୍ରହଣ କଲେ ଶିବରାଜ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ। ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି...

Advertisement
Archives

Model This Week