Posted inଖେଳ

ଅଲିମ୍ପିକ୍ସ ପୂର୍ବରୁ ପ୍ରି କ୍ୱାର୍ଟରରେ ୪ ଭାରତୀୟ ବକ୍ସର

ଟୋକିଓ,୨୨।୭: ଜାପାନର ରାଜଧାନୀରେ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ୍ସ। ଏହି କ୍ରୀଡ଼ା ମହାକୁମ୍ଭ ହେବା ଆଗରୁ ୪ ଭାରତୀୟ ବକ୍ସର ବାୟ ପାଇ ପ୍ରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଟପ୍‌ ସିଡ୍‌ ଓ ବିଶ୍ୱର ନଂ ୧ ଅମିତ୍‌ ପାଙ୍ଘଲ (୫୨ କେଜି)। ପଦକ ପାଇଁ ପ୍ରବଳ ଦାବିଦାର ପାଙ୍ଘଲ ୩୧ ତାରିଖରେ ରିଙ୍ଗକୁ ଓହ୍ଲାଇବେ। ତେବେ ସେ କ୍ୱାର୍ଟର ଫାଇନାଲରେ କାହାକୁ ଭେଟିବେ, ତାହା ଜଣାପଡ଼ି ନାହିଁ। ବୋଟସ୍ବାନାର ମହମ୍ମଦ ରାଜବ ତୁକିଲା ଓ କଲମ୍ବିଆର ଯୁବେରଜେନ ହେର୍ନି ମାର୍ଟିନେଜଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ ଅମିତ୍‌। ତାଙ୍କ ବ୍ୟତୀତ ପୂର୍ବତନ ଅଲିମ୍ପିକ୍‌ ପଦକଧାରୀ ଏମ୍‌ ସି ମେରୀକମ୍‌(୫୧ କେଜି), ପୂର୍ବତନ ଏସିଆନ ଗେମ୍ସ ବ୍ରୋଞ୍ଜ ପଦକଧାରୀ ସତିଶ କୁମାର (୯୧ କେଜି) ଓ ଆଶିଷ ଚୌଧାରୀ (୭୫ କେଜି) ନିଜ ନିଜ ପ୍ରଥମ ରାଉଣ୍ଡରେ ବାୟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେସ୍‌ ଓ୍ବାକ୍‌ ପୂର୍ବରୁ ମଞ୍ଜୁଙ୍କ ହର୍ଡଲ୍ସ

ନୂଆଦିଲ୍ଲୀ, ୨୧ା୬(ପି.ଟି.): ଦେଶର ଟପ୍‌ ରେସ୍‌ ଓ୍ବାକର୍‌ ପଞ୍ଜାବର ୨୪ ବର୍ଷୀୟା ମଞ୍ଜୁ ରାଣୀ ଷଷ୍ଠ ଶ୍ରେଣୀରୁ ଏହି କ୍ରୀଡା ପ୍ରତି ଆକର୍ଷିତ ହେଲେ। ନିକଟରେ...

ଫାଇନାଲରେ କାଶ୍ୟପ

କାଲଗାରି,୭।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କାନାଡା ଓପନ ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ୬ଷ୍ଠ ସିଡ୍‌...

ଧୋନୀଙ୍କୁ ଲତା ମଙ୍ଗେସ୍କରଙ୍କ ସମର୍ଥନ

ମୁମ୍ବାଇ,୧୧।୭ (ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏବେ କୋକିଳ କଣ୍ଠୀ ଲତା ମଙ୍ଗେସ୍କର ବାହାରିଛନ୍ତି। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଏବେ ଟିମ୍‌...

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ,...

ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି

ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି...

ବାରବାଟୀ ଦିନିକିଆ ଆଉ ୧୨ଦିନ

କଟକ ଅଫିସ,୧୦ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଆସନ୍ତା ୧୯ ଓ ୨୦ରେ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟରରେ ବିଭିନ୍ନ ଗ୍ୟାଲେରିର ମୋଟ୍‌...

ଓ୍ବାଙ୍ଖଡେରେ ଏମଆଇ ସିଏସକେ ମୁହାଁମୁହିଁ…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ...

ଟସ ଜିତିଲା ସିଏସକେ,ବୋଲିଂ ନିଷ୍ପତ୍ତି…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ...

Advertisement
Archives

Model This Week