ବଟର ଚିକେନ୍‌

ଆବଶ୍ୟକ ସାମଗ୍ରୀ: ୨ ଟେବ୍‌ଲସ୍ପୁନ୍‌ ତେଲ, ୧ ଟେବଲ୍‌ସ୍ପୁନ୍‌ ବଟର, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ୧ ଟି ସ୍ପୁନ୍‌ ଅଦା ଛେଚା କିମ୍ବା ବଟା, ୨-୩ କୋଲା ରସୁଣ ଛେଚା କିମ୍ବା ବଟା, ୫୦୦ଗ୍ରାମ ବୋନ୍‌ଲେସ୍‌ ଚିକେନ୍‌, ୨୦୦ ଗ୍ରାମ୍‌ ଟମାଟୋ ପେଷ୍ଟ କିମ୍ବା ସସ୍‌, ୧ ଟେବ୍‌ଲ ସ୍ପୁନ୍‌ ଗରମ ମସଲା, ୧ ଟିସ୍ପୁନ୍‌ ଲଙ୍କା ଗୁଣ୍ଡ, ୧ ଟିସ୍ପୁନ୍‌ ଲେଖାଏଁ ଜିରା, ମେଥି, ଲୁଣ, ୧/୪ ଟିସ୍ପୁନ୍‌ ଗୋଲମରିଚ, ୧ କପ୍‌ କ୍ରିମ୍‌।
ପ୍ରସ୍ତୁତି ପ୍ରଣାଳୀ: ଚୁଲାରେ ଏକ ପ୍ୟାନ୍‌ ଗରମ କରି ସେଥିରେ ତେଲ ଓ ବଟର ପକାନ୍ତୁ। ଏହା ଗରମ ହୋଇଗଲେ ଛୋଟ ଛୋଟ କଟା ହୋଇଥିବା ପିଆଜ ପକାଇ ୨ ମିନିଟ୍‌ ଭାଜନ୍ତୁ। ସେଥିରେ ରସୁଣ, ଅଦା ପକାଇ ଆଉ କିଛି ସମୟ ଭାଜନ୍ତୁ। ବର୍ତ୍ତମାନ ଚିକେନ୍‌, ଟମାଟୋ ସସ୍‌ ଏବଂ ଅନ୍ୟ ମସଲାଗୁଡିକୁ ପକାଇ ଭଲ ଭାବେ ମିଶାନ୍ତୁ ଯେପରି ସବୁକିଛି ଭଲ ଭାବେ ଭାଜି ହେବ। ବର୍ତ୍ତମାନ କ୍ରିମ୍‌ ଢାଳି ଭଲଭାବେ ଗୋଳାଇ ଘୋଡାଇ ଦିଅନ୍ତୁ ଏବଂ ଚୁଲାକୁ ସିମ୍‌ କରି ୮-୧୦ ମିନିଟ୍‌ ପର୍ଯ୍ୟନ୍ତ ଛାଡନ୍ତୁ। ମଝିରେ ମଝିରେ ଗୋଳାଇବାକୁ ଭୁଲନ୍ତୁ ନାହିଁ ନଚେତ୍‌ ମସଲା ତଳେ ଲାଗି ଜଳିଯିବ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବଟର ଚିକେନ। ଏହାକୁ ଗରମାଗରମ ସର୍ଭ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ହଳଦୀ କ୍ଷତିକାରକ

ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା। ସେଥିପାଇଁ ତାକୁ ରୋଷେଇ ଘରର ଭଲ ମସଲା ବୋଲି କୁହାଯାଏ। ହେଲେ ଏବେ ଗବେଷକମାନେ କହିଛନ୍ତି...

ବର୍ଷା: ପିଲା ରହିବେ ଫିଟ୍‌

ଆରମ୍ଭ ହୋଇସାରିଛି ବର୍ଷାଦିନ। ଏସମୟରେ ଖରାରୁ ବର୍ଷା ପାଇଁ ହଠାତ୍‌ ପାଣିପାଗର ପରିବର୍ତ୍ତନ ଅନେକଙ୍କଠାରେ ସାଜିଥାଏ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ । ବିଶେଷକରି ପିଲାଙ୍କ...

ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇବ ୨୦୨୨; ଚାକିରି, ଶିକ୍ଷା, ବ୍ୟାପାର, ପ୍ରେମ ଆଦି କ୍ଷେତ୍ରରେ…

ଆସୁଛି ନୂଆବର୍ଷ। ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଆଜି ଆମେ ଆପଣଙ୍କୁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନୂତନ ବର୍ଷ କିଭଳି ରହିବ, କାହାକୁ କାହାକୁ ଶୁଭଫଳ...

ହସ୍ତକଳା ଦେଇଛି ପରିଚୟ

  ଜହ୍ନମାମୁ ପତ୍ରିକାରେ ପ୍ରକାଶ ପାଉଥିବା ଗପଗୁଡ଼ିକ ପଢ଼ିବାଠାରୁ ତାଙ୍କୁ ଅଧିକ ଆକୃଷ୍ଟ କରୁଥିଲା ଏଥିରେ ଥିବା ସୁନ୍ଦର ସୁନ୍ଦର ଛବି ସବୁ; ଯାହାକୁ ଅବିକଳ...

ଅନେକ ରୋଗ ଦୂର କରେ ଶୁଣ୍ଠି

ଶୁଖିଲା ଅଦା ବା ଶୁଣ୍ଠି କେବଳ କବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ବିଶେଷକରି ଶୀତଦିନେ...

ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ...

ଆ-ଲା କ୍ୟୁବ୍‌

ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନିରାମିଷ ସୁସ୍ବାଦୁ ବ୍ୟଞ୍ଜନ ପରଷିବା ଲକ୍ଷ୍ୟ ନେଇ ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀଠାରେ ଅତ୍ୟାଧୁନିକ କେଏଫ୍‌ଜି ରେସ୍ତୋରଁା ଶୁଭାରମ୍ଭ ହୋଇଛି। ଏଠାରେ ମୁଖ୍ୟତଃ ଅଥେଣ୍ଟିକ୍‌...

ଏମିତି କଲେ ପଢାରେ ଲାଗିବ ମନ

ପିଲାଙ୍କ ଷ୍ଟଡି ରୁମ୍‌ରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଏହି ରୁମ୍‌ରେ ଭଙ୍ଗା ଖେଳଣା ପଡି ରହିବା ଭଲ ନୁହେଁ। ଏହା ନକାରାତ୍ମକ ଉର୍ଜା ବଢାଇଥାଏ।...

Advertisement
Archives

Model This Week