‘ହ୍ବାଟ୍ସଆପ୍‌’ରେ ନିଜର ସିକ୍ରେଟ୍‌ ଚାଟ୍‌କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି…

ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍‌’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏମିତିରେ କିଛି ନିଜର ଚାଟ୍‌କୁ ଲୁଚାଇବାକୁ ଚାହାନ୍ତି। ଯଦି ଆପଣ ସେଥିରୁ ଜଣେ ତେବେ ଆପଣଙ୍କ ‘ହ୍ବାଟ୍ସଆପ୍‌’ରେ ଏନେଇ ସୁବିଧା ଉପଲବ୍ଧ ରହିଛି।

ଚାଟ୍‌କୁ ଲୁଚାଇବା ନିମନ୍ତେ ସବୁଠାରୁ ସହଜ ପଦ୍ଧତି ହେଉଛି ‘ଆର୍କାଇଭ୍‌’। ଏହାଛଡ଼ା ଆପଣ ଚାଟ୍‌କୁ ଲକ୍‌ ମଧ୍ୟ କରିପାରିବେ, ଯାହାକୁ କେହି ଦେଖିପାରିବେ ନାହିଁ।

ସିକ୍ରେଟ୍‌ ଚାଟ୍‌କୁ ହାଇଡ୍‌ କରିବା ଲାଗି ତାକୁ ଓପନ୍‌ କରନ୍ତୁ। ପ୍ରୋଫାଇଲ ଅପଶନ୍‌କୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ‘ଚାଟ୍‌ ଲକ୍‌’ ଅପଶନ୍‌ ନଜର ଆସିବ। ଏଥିରେ ଟାପ୍‌ କରନ୍ତୁ। ପରେ ନିଜର ପାସଓ୍ବାର୍ଡ ସେଭ୍‌ କରନ୍ତୁ।

ଯେଉଁ ଚାଟ୍‌କୁ ଲକ୍‌ କରିବାର ଅଛନ୍ତି ତା ଉପରେ କିଛି ସମୟ ଟାପ୍‌ କରି ରଖନ୍ତୁ। ଏହାପରେ ତିନି ବିନ୍ଦୁରେ ଟାପ୍‌ କରନ୍ତୁ। ସେଠାରେ ଚାଟ୍‌ ଲକ୍‌ କରିବା ଅପଶନ ନଜର ଆସିବ।

ଚାଟ୍‌ ଲକ୍‌ କରିବା ପରେ ହାଇଡ୍‌ ଲକ୍‌ଡ ଚାଟ୍‌ ଅପଶନକୁ ବି ଅନ୍‌ କରିବାକୁ ହେବ। ଏଥିଲାଗି ଲକ୍‌ ଚାଟ୍‌ସ ଅପଶନକୁ ଯାଇ ଅନ୍‌ କରିନିଅନ୍ତୁ।

ଏହାଛଡ଼ା ଆପଣ ଏକ ସିକ୍ରେଟ୍‌ କୋର୍ଡ ବି ଦାଖଲ କରନ୍ତୁ। ଫଳରେ ଆପଣ ତାର ସହାୟତାରେ ଚାଟ୍‌ ଦେଖିପାରିବେ। ଆପଣ ୪ ଅକ୍ଷର ନଚେତ ଗୋଟିଏ ଇମୋଜିକୁ ସିକ୍ରେଟ୍‌ କୋର୍ଡ ଭାବେ ବ୍ୟବହାର କରିପାରିବେ।

ସିକ୍ରେଟ୍‌ ଚାଟ୍‌ କାହାରିକୁ ନଜର ଆସି ନ ଥାଏ। ହେଲେ ଯଦି ଆପଣ ଏହି ଚାଟ୍‌କୁ ଦେଖିବାକୁ ଚାହାନ୍ତି ତେବେ ସର୍ଚ୍ଚକୁ ଯାଇ ନିଜର ସିକ୍ରେଟ୍‌ କୋର୍ଡ ଦିଅନ୍ତି ତେବେ ଉକ୍ତ ଚାଟ୍‌ ନଜର ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?