BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା ଜରୁରୀକାଳୀନ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ତେବେ ଦୂରସଞ୍ଚାର ବିଭାଗ (DoT) ର ନିୟମ ଅନୁଯାୟୀ, କୌଣସି ବି ବ୍ୟକ୍ତି ବା ସଂସ୍ଥା ବିନା ଅନୁମତିରେ ଏହାର ବ୍ୟବହାର କରିପାରିବେ ନାହିଁ। ଆବଶ୍ୟକୀୟ ଅନୁମତି ମିଳିବା ପରେ ହିଁ ଏହାକୁ ବ୍ୟବହାର କରାଯାଇପାରିବ।

ଏହି ଫୋନ୍ ସାହାଯ୍ୟରେ ଉପଭୋକ୍ତାମାନେ ମୋବାଇଲ୍ ନେଟୱର୍କ ନ ଥିବା ଦୁର୍ଗମ ଅଞ୍ଚଳରେ ମଧ୍ୟ ସହଜରେ କଥାବାର୍ତ୍ତା କରିପାରିବେ ଏବଂ ଜରୁରୀକାଳୀନ ସେବା ପାଇପାରିବେ। ଏଥିରେ ଶକ୍ତିଶାଳୀ ତଥା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁଥିବା ବ୍ୟାଟେରୀ ମିଳିଥାଏ। ଏହା ପ୍ରତିରକ୍ଷା ବାହିନୀ, ସାମୁଦ୍ରିକ କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା, ମାଇନିଂ (ଖଣି କାର୍ଯ୍ୟ), ଦୁର୍ଗମ ଅଞ୍ଚଳରେ ଚାଲିଥିବା ପ୍ରକଳ୍ପ, ତୀର୍ଥଯାତ୍ରୀ ଏବଂ ଆଡଭେଞ୍ଚର ଟ୍ରାଭେଲ୍ କରୁଥିବା ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ହେବ।

ବିଏସଏନଏଲ୍‌ର ଏହି ନୂଆ ସାଟେଲାଇଟ୍ ଫୋନ୍‌ର ମୂଲ୍ୟ ଟ୍ୟାକ୍ସ (କର) ସହିତ ୧,୩୪,୧୬୬ ଟଙ୍କା ରଖାଯାଇଛି। ଏହି ଦାମ୍ ଆପଲ୍‌ର ଆଇଫୋନ୍ ୧୭, ଆଇଫୋନ୍ ୧୭ ପ୍ରୋ ଏବଂ ସାମସଙ୍ଗ ଗାଲାକ୍ସି ଏସ୍୨୬ ଅଲ୍ଟ୍ରା ଭଳି ପ୍ରିମିୟମ୍ ସ୍ମାର୍ଟଫୋନ୍ ଠାରୁ ମଧ୍ୟ ଅଧିକ।

ଏହି ଫୋନ୍ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ଗ୍ରାହକମାନେ ସେମାନଙ୍କର ନିକଟସ୍ଥ ବିଏସଏନଏଲ୍ ଅଫିସ୍‌କୁ ଯାଇପାରିବେ କିମ୍ବା ୯୭୬୮୮୬୬୬୫୨ (9768866652) ନମ୍ବରରେ କଲ୍ କରି ବୁଝିପାରିବେ। ସୂଚନାଯୋଗ୍ୟ, ଦେଶରେ ଉପଭୋକ୍ତାମାନଙ୍କୁ ଉନ୍ନତ ୪ଜି ସେବା ଯୋଗାଇବା ପାଇଁ ବିଏସଏନଏଲ୍ ପ୍ରାୟ ୯୯,୦୦୦ ସାଇଟ୍ସ ମଧ୍ୟ କାର୍ଯ୍ୟକ୍ଷମ କରିସାରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri