ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ କିରୋସିନ ଢାଳି ନିଆଁ ଲଗାଇ ଜଳିଯାଇଥିଲେ। ତାଙ୍କୁ ଆଇଜିଏଚ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅପରାହ୍ନରେ ମୃତଦେହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୧୫୦/୨୬) ରୁଜୁ କରିଛି। ତେବେ ଖବର ଲେଖା ହେବା ସୁଦ୍ଧା (ରାତି ସାଢେ ୯ଟା) ଏହି ଘଟଣାରେ କେହି ଗିରଫ ହୋଇନାହାନ୍ତି। ସୂଚନାଯୋଗ୍ୟ, ଉକ୍ତ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଭଟା ବସ୍ତିରେ ଏକାଠି ରହୁଥିଲେ। ଯୁବତୀ ଜଣକ ବିବାହ ପାଇଁ ଦାବି କରୁଥିଲାବେଳେ ପ୍ରେମିକ ବିବାହ କରି ନ ଥିଲେ। ଫଳରେ ଯୁବତୀ ପ୍ରେମିକ ଆଗରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।
Dharitri – Odisha’s No.1 Odia Daily

