Posted inଜାତୀୟ

ମଣ୍ଡପରେ ବରଙ୍କ ମୁହଁ ଦେଖି ଚମକିଗଲେ କନ୍ୟା, ଶିଶୁପାଳ ହୋଇ ଫେରିଲେ ବର

ଚଣ୍ଡିଗଡ଼,୨୦ା୮: ପଞ୍ଜାବର ଫିରୋଜପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ସମୟରେ ବରକୁ ଦେଖିବା ପରେ କନ୍ୟା ସ୍ପଷ୍ଟ ଭାବେ ବିବାହ କରିବାକୁ ମନା କରିଦେଲେ । ଫଳରେ ରାଜସ୍ଥାନରୁ ଆସିଥିବା ବରଯାତ୍ରୀଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ଘଟଣାଟି ଫିରୋଜପୁର ଜିଲାର ଗୁରୁହରସହାୟ ଅଞ୍ଚଳର ଟିଟୁ ଖେଡ଼ା ଗାଁରେ ଘଟିଛି ।

କନ୍ୟାଙ୍କ ଅଭିଯୋଗ ଅନୁସାରେ, ବିବାହ ପୂର୍ବରୁ ତାଙ୍କୁ ଅନ୍ୟ ଜଣେ ଯୁବକଙ୍କ ଫଟୋ ଦେଖାଯାଇଥିଲା। କିନ୍ତୁ ବିବାହ ପାଇଁ ଅନ୍ୟ ଜଣେ ଯୁବକ ବର ବେଶରେ ଆସିଥିଲେ । ଏହା ଦେଖି ସେ ବିବାହ କରିବାକୁ ମନା କରିଥିଲେ । କନ୍ୟା କହିଥିଲେ, “ମୁଁ ଏହି ଯୁବକଙ୍କ ସହ ବିବାହ କରିବାକୁ ଚାହୁଁନି । ଏହା ମୋ ଜୀବନର ପ୍ରଶ୍ନ । ମୋତେ ସାରା ଜୀବନ ତାଙ୍କ ସହ ରହିବାକୁ ପଡ଼ିବ, ତେଣୁ ମୁଁ ବିବାହ କରିପାରିବି ନାହିଁ।” କନ୍ୟା ବିବାହ ପାଇଁ ରାଜି ନହେବାରୁ ଉଭୟ ପକ୍ଷରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ରାଜସ୍ଥାନର ଛତରଗଡ଼ ଅଞ୍ଚଳରୁ ଆସିଥିବା ବର ଓ ତାଙ୍କ ପରିବାରର କହିବା ଅନୁସାରେ, ଉଭୟ ପରିବାରର ସହମତିରେ ହିଁ ବିବାହ ଠିକ୍ ହୋଇଥିଲା। ମୋବାଇଲ୍ ଫୋନ୍‌ରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ହେଉଥିଲା। ବରଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ଝିଅର ମା’, ଝିଅ ଏବଂ ଜଣେ ମଧ୍ୟସ୍ତି ତାଙ୍କୁ ଟଙ୍କା ମାଗିଥିଲେ। ତାଙ୍କ କହିବା ଅନୁସାରେ, ଯଦି ପୁଅକୁ ପସନ୍ଦ କରାଯାଏ, ତେବେ ଲକ୍ଷ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, ବରପକ୍ଷ ବିବାହ ପାଇଁ ଆସିବା ପରେ କିଛି ସମୟ ପରେ ବିବାହ ଭାଙ୍ଗିଦିଆଗଲା। ଏହାକୁ ସେ ନିଜ ପରିବାର ସହ ହୋଇଥିବା ଧୋକା ବୋଲି କହିଛନ୍ତି। ବର ଗୁରସେବକ ସିଂ କହିଛନ୍ତି ଯେ, ସେ ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ବିବାହ ପାଇଁ ଆସିଥିଲେ। କିନ୍ତୁ ଶେଷରେ ବିବାହ ହୋଇପାରିଲା ନାହିଁ। ତାଙ୍କ ଅଭିଯୋଗ ହେଉଛି, ତାଙ୍କ ସହ ଠକେଇ କରି ଟଙ୍କା ନେବାର ଚେଷ୍ଟା କରାଯାଇଥିଲା।ଘଟଣାକୁ ନେଇ ଏବେ ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖାଦେଇଛି । ପୋଲିସରେ ଅଭିଯୋଗ କରାଯିବା ନେଇ ମଧ୍ୟ ଆଲୋଚନା ଚାଲିଛି। ଏହି ଅଜବ ବିବାହ ଘଟଣାଟି ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ଛାତ୍ରୀଙ୍କୁ ପକେଟ ମନି ଦେବେ ସରକାର! ମିଳିବ ୨,୦୦୦ ଟଙ୍କା, ଜାଣନ୍ତୁ କିଏ ପାଇବେ ଲାଭ

ମୁମ୍ବାଇ , ୨୦।୮: ମହାରାଷ୍ଟ୍ରରେ ଉଚ୍ଚଶିକ୍ଷା ହାସଲ କରୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା…

‘ତୁମ ବାପା ମଧ୍ୟ ଅଟକାଇ ପାରିବେ ନାହିଁ…’ – ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଖୋଲା ଚ୍ୟାଲେଞ୍ଜ କଲେ ମନ୍ତ୍ରୀଙ୍କ ଝିଅ? ଉଠିଲାଣି ଝଡ଼

ହାଇଦ୍ରାବାଦ,୨୦।୮: ତେଲଙ୍ଗାନା କଂଗ୍ରେସ ଭିତରେ ଚାଲିଥିବା ବିଦ୍ରୋହ ଏବେ ଖୋଲା ଖୋଲି ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଝିଅ ସାର୍ବଜନୀନ ଭାବରେ…

ସରକାରୀ କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ସବୁ କର୍ମଚାରୀ ରହିବେ…

ନୂଆଦିଲ୍ଲୀ,୨୦ା୮: ସାରା ଦେଶରେ ସରକାରୀ ବିଭାଗ, ସ୍କୁଲ ଏବଂ ହସ୍ପିଟାଲର କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ସେମାନେ ସମସ୍ତେ ଶ୍ରମ ଆଇନର ପରିସର ମଧ୍ୟରେ ରହିବେ।…

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri