Posted inଗଜପତି

ପାରଳାଖେମୁଣ୍ଡିରେ ପାରମ୍ପରିକ ପର୍ବ ଗଜାମୁହାଁ

ପାରଳାଖେମୁଣ୍ଡି,୧୪।୪(ଡି.ଏନ୍‌.ଏ.):  ପାରଳାଖେମୁଣ୍ଡି ସହରରେ ଚୈତ୍ର ମାସ ଶେଷ ମଙ୍ଗଳବାର ପାରଳା ସହରରେ ପାରମ୍ପରିକ ପୂଜା ଗଜାମୁହାଁ ପର୍ବ ପାଳିତ ହୋଇଯାଇଛି। ପାରଳାର ଗଜାମୁହାଁ ପର୍ବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସରକାର ତଥା ବେସରକାରୀ ସାଂସ୍କୃତିକ ପର୍ବପର୍ବାଣୀ କାର୍ଯ୍ୟକ୍ରମ ଗୁଡିକରେ ସ୍ବତନ୍ତ୍ର ଉପସ୍ଥାପନା ରହିଛି। ଗ୍ରାମରେ ହଇଜାରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀ ଗ୍ରାମ ଦେବତୀଙ୍କୁ ଶିତଳ କରିବା ଲାଗି ମଣ୍ଡାପିଠା, କାକରା ପିଠା, ଖିରି, ଗୁଡ଼, ଲିଆରେ ନିର୍ମିତ ଗଜାମୁହଁା ବନେଇ ଗ୍ରାମଦେବତୀଙ୍କୁ ପୂଜା ଅର୍ଚ୍ଚନା କରି ଏହି ପର୍ବ ପାଳନ କରିଥିଲେ।
ଏହି କାର୍ଯ୍ୟକ୍ରମ ନିମନ୍ତେ ଅଞ୍ଚଳରେ ଲୋକମାନେ ମାନସିକ ରଖିଥାନ୍ତି ମାନସିକ ପୂରଣ ହେଲେ ଏହି ପୂଜା କରାଯାଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ବିଗତ ଦୁଇ ବର୍ଷ ହେଲା ବନ୍ଦ କରାଯାଇଥିଲା। ଏବେ କୋରନା କଟକଣା କହୋଳ ହୋଇଥିବା ବେଳେ ପାରଳାଖେମୁଣ୍ଡି ସହରରେ କବିଚନ୍ଦ୍ର ସାହି, ଶ୍ରୀକରଣ ସାହି, କଟିକା ଗୈଡ ସାହି, ନଡ଼ିଆ ତୋଟା ସାହିଗୁଡ଼ିକରେ ଏହି କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଶାଗୁଆନ କାଠ ଗାଡ଼ି ଛାଡ଼ି ମାଫିଆ ଫେରାର, ପାଟ୍ରୋଲିଂ ସମୟରେ ବନ କର୍ମଚାରୀ ଅଟକାଇବାରୁ…

ମୋହନା,୧୧ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ ପିକଅପ୍‌ ଗାଡ଼ିରୁ ୪୨ ଖଣ୍ଡ ଚୋରା ଶାଗୁଆନ…

ଗଜପତି ଉପଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ଭାଗବତ ସାମଲ କଲ୍ୟାଣ ରାଓ

ପାରଳାଖେମୁଣ୍ଡି, ୧୦।୯ (ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଉପଜିଲାପାଳ (ସବ୍‌-କଲେକ୍ଟର) ଭାବେ ୨୦୨୪ ବ୍ୟାଚ୍‌ର ଆଇଏଏସ୍ (IAS) ଅଧିକାରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?