ବିଆର୍‌ପିଏଲ୍‌: ଟୋପାଏ ପ୍ରଦୂଷଣ

ଯାଜପୁର ଅଫିସ,୨୧ା୬: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) ନିଜ କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡ଼ିବା ନେଇ ଏକ ମାମଲା (୧୪୯/୨୦୧୭/ଇଜେଡ୍‌) ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ବିଚାରାଧୀନ ରହିଛି। କଳିଙ୍ଗନଗର ପରିବେଶ ସୁରକ୍ଷା ସମିତିର ଅଭିଯୋଗ ନେଇ ହୋଇଥିବା ଏହି ମାମଲା ଏବେ ବିଆର୍‌ପିଏଲ୍‌କୁ ମହଙ୍ଗା ପଡ଼ିଛି। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ୨୫ା୧୦ା୨୦୧୭ରେ ଯାଞ୍ଚ ରିପୋର୍ଟ ଦାଖଲ ହୋଇଥିଲା। କିନ୍ତୁ ୧୫ା୬ା୨୦୨୧ ଶୁଣାଣିରେ ଏନ୍‌ଜିଟି ଉକ୍ତ ଯାଞ୍ଚ ରିପୋର୍ଟ ଉପରେ ସନ୍ତୁଷ୍ଟ ହୋଇନାହାନ୍ତି। ଜଷ୍ଟିସ ବି. ଅମିତ୍‌ ସ୍ଥାଲେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ଉପଯୁକ୍ତ ଭାବେ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ ଏସ୍‌ପିସିବିକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏସ୍‌ପିସିବି କର୍ତ୍ତୃପକ୍ଷ ଯାଞ୍ଚ କରିବେ। ପରବର୍ତ୍ତୀ ଶୁଣାଣି ୫ା୭ା୨୦୨୧ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଅନ୍ୟପକ୍ଷରେ ବିଆର୍‌ପିଏଲ୍‌ ଏନ୍‌ଜିଟି ମାମଲାରୁ ବର୍ତ୍ତିବାକୁ ତା’ର ଲୌହସ୍ଲରୀ ପାଇପ୍‌ର ଲୁହାପଥର ମିଶ୍ରିତ ପାଣିକୁ ଇଡ୍‌କୋର ମୁଖ୍ୟ ପାଇପ୍‌ ଲାଇନ୍‌ରେ ଛାଡ଼ୁଛି। ବ୍ରାହ୍ମଣୀ ନଦୀରୁ ପାଣି ନେଉଥିବା ଇଡ୍‌କୋକୁ ଆଉ ଅତିରିକ୍ତ ଜଳର ଆବଶ୍ୟକତା ପଡୁ ନ ଥିବାବେଳେ ବିଆର୍‌ପିଏଲ୍‌ ମୁଖ୍ୟଙ୍କ ରାଜନୈତିକ ପ୍ରଭାବ ଯୋଗୁ ଜିଲାସ୍ତରରେ ଅଫିସରମାନେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଫଳରେ ଗୋଟିଏ ପଟେ ସାଧାରଣ ଲୋକଙ୍କର ପ୍ରବଳ କ୍ଷତି ଘଟୁଥିବାବେଳେ ଅନ୍ୟପଟେ ଇଡ୍‌କୋ ପାଇପ୍‌ରୁ ପାଣି ନେଉଥିବା ୧୩ରୁ ଊର୍ଦ୍ଧ୍ୱ ବୃହତ୍‌ କମ୍ପାନୀରେ ଜଳର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠୁଛି।
ଏନ୍‌ଜିଟିରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବିଆର୍‌ପିଏଲ୍‌ ୧୫ା୩ା୨୦୦୭ରେ ଲୌହଧାତୁର ପେଲେଟାଇଜେଶନ କାରଖାନା ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ବାହାରକୁ ବୁନ୍ଦାଏ ବି ବର୍ଜ୍ୟଜଳ ନ ଛାଡ଼ିବାକୁ ଚୁକ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ଏହି ସର୍ତ୍ତରେ ଏସ୍‌ପିସିବି ବିଆର୍‌ପିଏଲ୍‌କୁ ପରିଚାଳନା ଅନୁମତି ଦେଇଥିଲା। କେନ୍ଦୁଝର ଜିଲାର ବଡ଼ବିଲଠାରୁ କଳିଙ୍ଗନଗର ବିଆର୍‌ପିଏଲ୍‌ ପ୍ଲାଣ୍ଟକୁ ୨୨୦ କିଲୋମିଟର ଦୀର୍ଘ ଅଣ୍ଡରଗ୍ରାଉଣ୍ଡ ଲୌହସ୍ଲରୀ ପାଇପ୍‌ ଲାଇନରେ ଲୁହାପଥର ପରିବହନ ସମୟରେ ଘଣ୍ଟାକୁ ୨୮୦ ଘନମିଟର ପାଣି ଆସୁଛି। ଲୁହାପଥରକୁ ସଂଗ୍ରହ କରାଯିବା ପରେ ଉକ୍ତ ପାଣିକୁ ବିଶୋଧନ କରି ଅନ୍ୟ କାର୍ଯ୍ୟରେ ବିନିଯୋଗ ହେବା କଥା। ପୂର୍ବରୁ ଏହି ପାଣିକୁ ମେସ୍କୋ କାରଖାନାକୁ ଯୋଗାଣ ହେଉଥିଲା। କିନ୍ତୁ ମେସ୍କୋ କାରଖାନା ବନ୍ଦ ହୋଇଯିବା ପରେ ୬ଟି ଅଣ୍ଡରଗ୍ରାଉଣ୍ଡ ପାଇପ୍‌ଲାଇନ୍‌ରେ ବାହାରକୁ ଛଡ଼ାଯାଉଛି, ଯାହାକି ବିଶୋଧନ କରାଯାଉନାହିଁ ବୋଲି କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ଅଭିଯୋଗ କରିଛି। ସେହି ଜଳରେ କାରଖାନାର କୋଇଲାଗୁଣ୍ଡ ଓ ବିଭିନ୍ନ ତୈଳଜାତ ପଦାର୍ଥ ମିଶ୍ରିତ ହେଉଥିବାରୁ ତାହା ବିଷାକ୍ତ ହେଉଛି। ଏପରି କି ଉକ୍ତ ପାଣିରେ ବିଷାକ୍ତ ଫେନଲ୍‌ ଏବଂ ସାଇନାଇଡ୍‌ ରହିଥିବା ପୂର୍ବରୁ ହୋଇଥିବା ପରୀକ୍ଷା ରିପୋର୍ଟରେ ସ୍ପଷ୍ଟ ହୋଇଛି। ଏହି ଜଳ ଦ୍ୱାରା ନିକଟସ୍ଥ ଗଣ୍ଡାନାଳ ସମେତ ଆଖପାଖ ଅଞ୍ଚଳ ଜଳ ପ୍ରଦୂଷଣରେ ଉତ୍କଟ ହେଉଛି। ଏହି ଅଭିଯୋଗ ନେଇ ବିଆର୍‌ପିଏଲ୍‌ କାରଖାନା କର୍ତ୍ତୃପକ୍ଷ ଓ ଏସ୍‌ପିସିବି ଅଧିକାରୀ ଯେନତେନ ପ୍ରକାରେ ରିପୋର୍ଟ ପ୍ରଦାନ କରି ମାମଲାକୁ ଗଡ଼ାଇବାରେ ସକ୍ଷମ ହୋଇଛନ୍ତି। ଏଭଳିସ୍ଥଳେ ଇଡ୍‌କୋ ପାଇପ୍‌ଲାଇନରେ ବିଆର୍‌ପିଏଲ୍‌୍‌ ତା’ର ପାଣି ଛାଡୁଥିବା ପରିବେଶ ଅନୁମତି ପାଇଁ ପ୍ରସ୍ତୁତ ରିପୋର୍ଟରେ ଜଣାପଡ଼ିଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇଡ୍‌କୋର ୮୦୦ ମିଲିମିଟର ଗୋଲେଇ ପାଇପ୍‌ଲାଇନ୍‌ ପ୍ରାୟ ୨୨ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ଏହି ପାଇପ୍‌ଲାଇନ୍‌ରେ ଟାଟା ଷ୍ଟିଲ, ଭିସା ଷ୍ଟିଲ, ମେସ୍କୋ, ମୈଥାନ ଇସ୍ପାତ, ରୋହିତ ଫେରୋଟେକ, ଦୀନବନ୍ଧୁ ଷ୍ଟିଲ ଆଣ୍ଡ ପାୱାର, ଇମାମି ସିମେଣ୍ଟ, ନ୍ୟୁଜୋନ ଟ୍ୟୁବ୍‌, ଅଶୋକ ଫେରୋଟେକ ଇତ୍ୟାଦି କାରଖାନା ସମେତ କେତେକ ଅନୁଷ୍ଠାନକୁ ଜଳ ଯୋଗାଣ ହେଉଛି। ୨୦୨୦-୨୧ରେ ଇଡ୍‌କୋ ଏହି ଶିଳ୍ପ କାରଖାନାଗୁଡିକରୁ ଜଳକର ବାବଦକୁ ୨୨ କୋଟି ୨୪ ଲକ୍ଷ ଟଙ୍କା ଆଦାୟ କରିଛି। ତେବେ ଇଡ୍‌କୋର ଏହି ପାଇପଲାଇନରେ ବିଆରପିଏଲ୍‌ ଉପଯୁକ୍ତ ଭାବେ ବିଶୋଧନ ନ କରି ଲୌହ ମିଶ୍ରିତ ପାଣି ଛାଡୁଥିବା କୁଆଡେ କେତେଜଣ ଇଡ୍‌କୋ ଅଧିକାରୀ ପ୍ରଶ୍ନ ଉଠାଇଥିଲେ। ଏପରି କି ସେମାନେ ବିଆର୍‌ପିଏଲ୍‌ ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଆର୍‌ପିଏଲ୍‌ର ପ୍ରଭାବଶାଳୀ ପରିଚାଳକଙ୍କ ଯୋଗୁ ଏହି ସବୁ ଅନୁସନ୍ଧାନ ରିପୋର୍ଟକୁ ଚପାଇ ଦିଆଯାଉଛି। ବିଆର୍‌ପିଏଲ୍‌ ଛାଡ଼ୁଥିବା ପାଣିର ନମୁନା ଉପଯୁକ୍ତ ଭାବେ ଯାଞ୍ଚ କରାଗଲେ ସତ୍ୟତା ଲୋକଲୋଚନକୁ ଆସିବ ବୋଲି ଜଣେ ଇଡ୍‌କୋ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

 

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri