ବୟକଟ୍‌

ଡ.ମୌସୁମୀ ପରିଡ଼ା

ବୟକଟ୍‌ ବା ବହିଷ୍କାର ଆଜିକାଲି ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି କରିଛି। ନାମୀଦାମୀ ଅଭିନେତା ନେଇ ବନାଯାଇଥିବା ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍‌ ହୋଇଚାଲିଛି। ଜନଶୂନ୍ୟ ସିନେମା ହଲ୍‌, ବିଭିନ୍ନ ତର୍କବିତର୍କ, ଅଭିନେତା ଓ ଅଭିନେତ୍ରୀମାନଙ୍କ ମନ୍ତବ୍ୟ ଓ ସିନେମା ହଲ୍‌ ବାହାରର ନୀରବତାକୁ ଦେଖି ଅନୁମାନ କରିହେଉଛି ଯେ ବୟକଟ୍‌ କରିବାକୁ ଚାଲିଥିବା ସୋସିଆଲ ମିଡିଆର ଆନ୍ଦୋଳନ ଫିଲ୍ମପ୍ରେମୀମାନଙ୍କୁ ଏକଜୁଟ କରିପାରିଛି। ନିକଟରେ ରିଲିଜ୍‌ ହୋଇଥିବା କିଛି ଚଳଚ୍ଚିତ୍ର ଯେଉଁଭଳି ଚମକତ୍ୃତ କରିବା କଥା ସେପରି କରିପାରିନାହିଁ। ଆୟ ତୁଳନାରେ ବ୍ୟୟର ପରିମାଣ ଅଧିକ। ହିଟ୍‌ ହେବା ତ ଦୂରର କଥା ଓଲଟା ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା, ତର୍କବିତର୍କ ମନୋରଞ୍ଜନ ଶିଳ୍ପ ସହିତ ଅଭିନେତାମାନଙ୍କୁ ମଧ୍ୟ ବିବାଦ ଘେରକୁ ଟାଣିଆଣିଛି।
କୋଭିଡ୍‌ ଯୋଗୁ ପ୍ରାୟ ୨ବର୍ଷ ଧରି ସବୁକିଛି ଠପ୍‌ ପଡ଼ିଥିବାବେଳେ ସ୍ଥିତିରେ ସୁଧାର ଆସିବା ଯୋଗୁ ଫିଲ୍ମ ନିର୍ମାଣ କରି ହଲ୍‌ରେ ରିଲିଜ୍‌ କରିବା ନିର୍ମାତାମାନଙ୍କ ପାଇଁ ଯେତିକି କଷ୍ଟକର ଥିଲା, ଅଭିନେତାମାନଙ୍କ ପାଇଁ ମଧ୍ୟ ଥିଲା ସେତିକି ଚ୍ୟାଲେଞ୍ଜିଂ । କିନ୍ତୁ ହାତ ଗଣତିରେ କିଛି ଫିଲ୍ମକୁ ଛାଡ଼ିଦେଲେ ବାକି ସବୁ ଫ୍ଲପ୍‌ ତାଲିକାରେ ଗଲା। ବଡ଼ ବ୍ୟାନରରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ମଧ୍ୟ ଏଥିରୁ ବାଦ୍‌ ପଡ଼ିଲା ନାହିଁ। ଆମୀର ଖାନ୍‌, ଅକ୍ଷୟ କୁମାରଙ୍କ ପରି ତାରକାମାନେ ଫ୍ଲପ୍‌ ହେଲେ। ବଲିଉଡ୍‌ ଫିଲ୍ମର ଫ୍ଲପ୍‌ ସିରିଜ୍‌ ଚାଲିଥିବାବେଳେ ଦକ୍ଷିଣ ଭାରତୀୟ ଫିଲ୍ମ କିନ୍ତୁ ହିଟ୍‌ ହେଉଥିଲା।
ବାହୁବଳି ପରି ବ୍ୟୟବହୁଳ ଫିଲ୍ମ ପରଠାରୁ ଟ୍ରେଣ୍ଡ୍‌ ବଦଳିଯାଇଛି ହୁଏତ। ବଲିଉଡ୍‌ ସହିତ ଦକ୍ଷିଣ ଭାରତର ମନୋରଞ୍ଜନ ଶିଳ୍ପ ମଧ୍ୟ କମ୍‌ ଲୋକପ୍ରିୟ ହୋଇରହିନାହିଁ। ଆଜିକାଲି ସେମାନଙ୍କ କାହାଣୀ ଚୟନ, ନାଚଗୀତ, ଫାଇଟିଂ ଶୈଳୀରେ ପିଲାଠାରୁ ବୁଢ଼ା ଯାଏଁ ସମସ୍ତେ ବାଇଆ। ଗୋଟେ ସମୟରେ ବଲିଉଡ୍‌ରେ ଅଭିନେତାମାନେ ଲୋକମାନଙ୍କ ପାଇଁ ଭଗବାନ୍‌ ବୋଲାଉଥିବାବେଳେ ହଠାତ୍‌ ଏପରି ପରିବର୍ତ୍ତନ କାହିଁକି ହେଲା ତା’ର କାରଣ ଖୋଜିବସିଲେ ଅନେକ ହେବ।
ଲୋକମାନେ ଚିରାଚରିତ କଥାବସ୍ତୁକୁ ହୁଏତ ପସନ୍ଦ କରିପାରିଲେନି ଅଥବା ବହୁ ସମୟରେ ନିର୍ମିତ ହେଉଥିବା ଅନ୍ୟ ଭାଷାଭାଷୀ ଦେଶୀୟ ଓ ବୈଦେଶିକ କପିପେଷ୍ଟ୍‌ କାହାଣୀକୁ ସହଜରେ ଗ୍ରହଣ କରିପାରିଲେନାହିଁ। ସାଧାରଣ ଜନତା ହିଁ ଅଭିନେତାମାନଙ୍କ ଭଗବାନ୍‌। ଅଭିନେତାମାନେ ମଧ୍ୟ ଅହଂକାରରେ କେତେବେଳେ ଦେଶ ବିପକ୍ଷରେ କହୁଛନ୍ତି ତ କେତେବେଳେ ଫିଲ୍ମ ଦେଖଣାହାରିଙ୍କ ପ୍ରତି କଟୁ ମନ୍ତବ୍ୟ ବ୍ୟକ୍ତ କରୁଛନ୍ତି ଯାହା ମନୋରଞ୍ଜନ ଶିଳ୍ପ ପ୍ରତି ଆଦୌ ଶୁଭଙ୍କର ନୁହେଁ। ସେମାନଙ୍କ ବକ୍ତବ୍ୟ ଯଦି ଆକ୍ଷେପମୂଳକ ହୁଏ, କୌଣସି ଧର୍ମର ଲୋକଙ୍କୁ ଆଘାତ ଦିଏ ତେବେ ସେ କ୍ଷତି ଭରଣା କରିବାକୁ ତ ପଡ଼ିବ।
ଆଜିକାଲି ଚାରିକାନ୍ଥ ଭିତର ଗୁପ୍ତକଥା ଆଉ ଲୁଚିରହିନାହିଁ। ଲୋକମାନେ ଅଭିନେତାମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣୁଛନ୍ତି। ସେମାନଙ୍କ ବିପର୍ଯ୍ୟସ୍ତ ଜୀବନଶୈଳୀ ଓ ନିଶାଖୋର୍‌ ପ୍ରବୃତ୍ତିକୁ ଦେଖି ଲୋକେ ବୁଝିଗଲେଣି ସେମାନେ ଭଗବାନ୍‌ ନୁହନ୍ତି। ଆଜିକାଲି ବଲିଉଡ୍‌ରେ ନିଶା କାରବାର ଖବର ବେଶ୍‌ ହଇଚଇ ସୃଷ୍ଟି କରିଛି। କେତେଜଣ ନାମୀଦାମୀ ଅଭିନେତା ନିଶା କାରବାରରେ ସମ୍ପୃକ୍ତ ଥିବାର ଆକଳନ କରାଯାଉଛି।
ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ବିପର୍ଯ୍ୟସ୍ତ ବେଶବାସ ସୂଚାଇଦେଉଛି ସେମାନଙ୍କ ଉପରେ ଥିବା ମିଛ ଆବରଣକୁ। ସୋସିଆଲ ମିଡିଆରେ ଏସବୁ ଭାଇରାଲ୍‌ ହେବା ପରେ ଲୋକମାନେ ଏମାନଙ୍କ ସ୍ବରୂପକୁ ବୁଝିଯାଇଛନ୍ତି ଯାହା ଆଗରୁ ସମ୍ଭବ ନ ଥିଲା। ସୁଶାନ୍ତ ସିଂହ ରାଜପୁତଙ୍କ ପରି ଜଣେ ମେଧାବୀ ଛାତ୍ର ଅଭିନେତା ହିସାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ଦକ୍ଷତା ଦ୍ୱାରା ଚମକତ୍ୃତ କରି ଦେଇଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ଯେତେସବୁ ଆକଳନ କରାଯାଇଛି ସେସବୁ ମଧ୍ୟ ବଲିଉଡ୍‌ର କଳା କାରନାମାକୁ ପଦାରେ ପକାଇଦେଲା। ଅନେକ ଗୁଜବ ଉଠିଥିବାବେଳେ କେହି ଜଣେ ହେଲେ ଅଭିନେତାଙ୍କ ମୃତ୍ୟୁକୁ ନେଇ ଉଠିଥିବା ପ୍ରଶ୍ନକୁ ପ୍ରତିହତ କରିପାରିଲେ ନାହିଁ। ରାଜନୀତିକ ଭୂମିକାକୁ ନେଇ ମଧ୍ୟ ଆଲୋଚନା ହେଲା। ଅବଶ୍ୟ ସେ ମୃତ୍ୟୁ ରହସ୍ୟ ଘେରରେ ରହିଗଲା। କିନ୍ତୁ ବଲିଉଡ୍‌ରେ ନିଶାର ଶିକାର ଯେ ସମସ୍ତେ ଏକଥା ଆଉ ପର୍ଦ୍ଦା ତଳେ ଲୁଚି ରହିପାରିଲାନାହିଁ।
ସୁଶାନ୍ତ ସିଂହଙ୍କ ମୃତ୍ୟୁର ସତ୍ୟକୁ ସାମ୍ନାକୁ ଆଣିବାର ପ୍ରୟାସ ଜାରିରଖିଥିବା ଜନତା ହୃଦୟଙ୍ଗମ କଲେ ଯେ ବଲିଉଡ୍‌ରେ ନେପୋଟିଜମ୍‌ କାୟା ବିସ୍ତାରିଛି। ଇଣ୍ଡଷ୍ଟ୍ରି ବାହାରର ପ୍ରତିଭାବାନ୍‌ ଅଭିନେତାଙ୍କୁ ବାଦ୍‌ଦେଇ ଅଭିନୟ ଜାଣି ନ ଥିବା ସମ୍ପର୍କୀୟମାନଙ୍କୁ ଅଭିନୟର ସୁଯୋଗ ଦିଆଯାଉଛି। ସେଠାରେ ହେଉଥିବା ଅନ୍ୟାୟ, ନିଶା କାରବାର ଓ ନେପୋଟିଜମ୍‌ ପାଇଁ ବହୁ କଳାକାର ସମୟ ଗର୍ଭରେ ହଜିଯାଇଛନ୍ତି, ଅନେକେ ଏବେ ବି ହାତବାନ୍ଧି ବସିଛନ୍ତି। ସତ୍ୟ ଜଣାପଡ଼ିଯିବା ପରେ ଲୋକମାନଙ୍କ ମନରେ କ୍ରମଶଃ ବିତୃଷ୍ଣା ଜନ୍ମିଲା, ଯାହାର ପରିଣାମ ଆଜି ଇଣ୍ଡଷ୍ଟ୍ରି ଭୋଗ କରୁଛି। ଏ ସବୁର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ବୟକଟ୍‌ ବା ବାସନ୍ଦ।
ଧର୍ମୀୟ ଭାବନାରେ ବ୍ୟାଘାତ ସୃଷ୍ଟି କରୁଥିବା ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତାମାନଙ୍କୁ ମଧ୍ୟ ଲୋକମାନେ ବିରୋଧ କରିବା ଶିଖିଗଲେଣି ଯାହା ଆଗରୁ ହେଉ ନ ଥିଲା। ପିକେ ଓ ମାଇଁ ଗଡ୍‌ ଫିଲ୍ମକୁ ଲୋକମାନେ ଦେଖି ପ୍ରତିକ୍ରିୟାଶୀଳ ହୋଇ ନ ଥିବାବେଳେ ଲାଲ୍‌ ସିଂହ ଚଢା ପାଇଁ ଏତେ ପରିମାଣରେ ବିଦ୍ରୋହ କେବେ ବି କୌଣସି ଗୋଟିଏ କାରଣ ପାଇଁ ହୋଇ ନ ପାରେ। ଏଥିପାଇଁ ଅସନ୍ତୋଷ ଧୀରେ ଧୀରେ ଦାନା ବାନ୍ଧିଛି।
ଲୋକମାନେ ଦକ୍ଷିଣୀ ଫିଲ୍ମ ଆଡ଼କୁ ମୁହଁାଇଲେଣି। ସେଥିପାଇଁ ପୁଷ୍ପା-ଦ ଫାୟାର୍‌, ଆର୍‌ ଆର୍‌ ଆର୍‌, କେଜିଏଫ୍‌ ଭଳି ଫିଲ୍ମ ସୁପର ଡୁପର ହିଟ୍‌ ହୋଇଛି। ଏଭଳି ସ୍ଥିତିରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକମାନଙ୍କ ଆସ୍ଥାଭାଜନ ହେବା ପାଇଁ ନିଜକୁ ସୁଧାରିବା ଆବଶ୍ୟକ। କାରଣ ଲୋକମାନେ ସେମାନଙ୍କ ଅଭିନୟ ସାଙ୍ଗକୁ ସେମାନଙ୍କୁ ମଧ୍ୟ ପରଖୁଛନ୍ତି। ଯେଉଁମାନେ ସେମାନଙ୍କ ଘର ପରିବାରକୁ ଚଳାଉଛନ୍ତି ସେମାନଙ୍କ ମାନସିକତାକୁ କୁଠାରାଘାତ କଲେ ପ୍ରତିବାଦ ହେବ। କ୍ଷତିଗ୍ରସ୍ତ ହେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଡ଼ିତ ସବୁ ପ୍ରକାର ଲୋକ। ମନେରଖିବାକୁ ହେବ ଯେ ମନୋରଞ୍ଜନ ଶିଳ୍ପ ଲୋକମାନଙ୍କ ପାଇଁ। ଅଭିନେତାଟିଏ ଲୋକମାନଙ୍କର ତାଳି ଓ ଅର୍ଥରେ ବଞ୍ଚେ। ଲୋକମାନେ ମଧ୍ୟ ଅଭିନୟକୁ ଉପଭୋଗ କରନ୍ତି। ଉଭୟଙ୍କ ଗ୍ରହଣୀୟତାରେ ମନୋରଞ୍ଜନ ଶିଳ୍ପ ତିଷ୍ଠେ। ସେତକ ମନେରଖି ଆଗକୁ ଯନତ୍ଶୀଳ ହେବା ଆବଶ୍ୟକ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?