Posted inଖେଳ

ବକ୍ସିଂ ଡେ’ ଟେଷ୍ଟ: ବିହାରୀଙ୍କ ସ୍ଥାନରେ ଖେଳିପାରନ୍ତି ଜାଡେଜା

ଆଡିଲେଡ୍‌, ୨୨ା୧୨ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ ପାଇଁ ରବୀନ୍ଦ୍ର ଜାଡେଜାଙ୍କ ଅଗ୍ରଗତି ଉପରେ ନଜର ରଖିଛି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ। ମ୍ୟାଚ ପୂର୍ବରୁ ଯଦି ଅବା ସେ ଫିଟ୍‌ ମନେ ହୁଅନ୍ତି ତେବେ ତାଙ୍କୁ ହନୁମା ବିହାରୀଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ପ୍ରଥମ ଅନ୍ତର୍ଜାତୀୟ ଟି୨୦ ବେଳେ ଜାଡେଜାଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା। ପୁନଶ୍ଚ ତାଙ୍କର ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀ ଥିଲା। ଯାହା ଫଳରେ ସେ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ। ଭାରତ ଟେଷ୍ଟ ମ୍ୟାଚ୍‌ ଖେଳୁଥିବାବେଳେ ଜାଡେଜାଙ୍କୁ ନେଟ୍ସରେ କିଛି ସମୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଖବର ଅନୁସାରେ ଏହି ସିନିୟର ଅଲରାଉଣ୍ଡର ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି। ଡିସେମ୍ବର ୨୬ରୁ ମେଲବୋର୍ନଠାରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ପୂର୍ବରୁ ସେ ଠିକ ହୋଇଯାଇଥିବେ ବୋଲି ଅନୁମାନ କରାଯାଉଛି। ହେଲେ ଏଥିରେ ଶତପ୍ରତିଶତ ଗ୍ୟାରେଣ୍ଟି ନାହିଁ। କିନ୍ତୁ ସେ ଯଦି ଅବା ଫିଟ୍‌ ହୁଅନ୍ତି, ଆନ୍ଧ୍ର ପ୍ରଦେଶ ବ୍ୟାଟ୍ସମ୍ୟାନ ବିହାରୀ ଦଳରୁ ବାଦ୍‌ ପଡ଼ିବେ। କାରଣ ଆଡିଲେଡ୍‌ ଟେଷ୍ଟରେ ସେ ଭଲ ସ୍କୋର କରିପାରି ନାହାନ୍ତି। ତେବେ ଏ ସମ୍ପର୍କରେ ଅଜିଙ୍କ୍ୟ ରାହାନେ ଓ ରବି ଶାସ୍ତ୍ରୀ ଯାହା ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିନେଶଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୁର ସୁଲତାନ(କାଜଖସ୍ତାନ),୧୮।୯(ପିଟି): ଭାରତୀୟ ଷ୍ଟାର ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ ୫୩ କିଗ୍ରା ବର୍ଗରେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ...

ଆଗାମୀ ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ ଦଳକୁ ସଜାଡି ଦେବି: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ଇସଲମାବାଦ୍‌, ୨୩।୭: ୨୦୧୯ ଆଇସିସି ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିବାରେ ପାକିସ୍ତାନ ବିଫଳ ରହିଥିଲା। ବିଶ୍ୱକପରୁ ବିଦା ହେବା ପରେ ଖେଳାଳିଙ୍କ ଫିଟ୍‌ନେସ୍‌କୁ ନେଇ...

ଇଡେନ୍‌ ଗାର୍ଡେନ୍ସ ନାମରେ ଝିଅ ନାଁ ରଖିଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର, କହିଲେ ଏମିତି

ନୂଆଦିଲ୍ଲୀ,୧୦।୨: ହୃଦୟ ଜିତିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ। ସେ ନିଜ ଝିଅଙ୍କ ନାମ ଐତିହାସିକ କ୍ରିକେଟ ମଇଦାନ ଇଡେନ ଗାର୍ଡେନ୍ସ ନାମରେ...

ଆଇପିଏଲ୍‌ ଖେଳିବାକୁ ଶୁଭ୍ରାଂଶୁଙ୍କୁ ସୁଯୋଗ

ଭୁବନେଶ୍ୱର,୧୮।୧୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବାକୁ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର...

ମୋଦି ସରକାର ଥିବା ପର୍ଯ୍ୟନ୍ତ ହୋଇପାରିବ ନାହିଁ ଭାରତ-ପାକିସ୍ତାନ ସିରିଜ୍‌: କାହିଁକି ଏମିତି କହିଲେ ପାକିସ୍ତାନୀ କ୍ରିକେଟର୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭାରତୀୟ କ୍ରିକେଟର୍‌ଙ୍କୁ ଖେଳିବାକୁ ସୁଯୋଗ ମିଳୁନାହିଁ। ଏହାକୁ ନେଇ ପାକିସ୍ତାନ କ୍ରିକେଟର୍‌ଙ୍କ ରାଗ ଦେଖିବାକୁ ମିଳୁଛି। ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍‌...

ହେଲମେଟ ପିନ୍ଧି ବୋଲିଂ କଲେ ବୋଲର

ଅକ୍‌ଲାଣ୍ଡ,୨୮।୧୧- କ୍ରିକେଟ ପଡ଼ିଆରେ ବଢ଼ୁଥିବା ଆହତ ସମସ୍ୟା ଯୋଗୁ ଖେଳାଳିଙ୍କ ସୁରକ୍ଷାକୁ ଏବେ ଗୁରୁତ୍ୱ ଦିଆଯାଉଛି। ମୁଣ୍ଡରେ ବଲ ବାଜିବାରୁ ବ୍ୟାଟ୍ସମ୍ୟାନମାନେ ଗଭୀର ଆହାତ ହେବାର...

ଏଫ୍‌ସି ଗୋଆ ସହ ଚୁକ୍ତି କଲେ ତ୍ଲାଙ୍ଗ୍‌

ଗୋଆ, ୨।୬-ମେଘାଳୟ ଶିଲଂର ରିଡିମ ତ୍ଲାଙ୍ଗ୍‌ ଇଣ୍ଡିଆନ ସୁପରଲିଗ୍‌ର (ଆଇଏସ୍‌ଏଲ୍‌) ଏଫ୍‌ସି ଗୋଆ କ୍ଲବ ସହିତ ଚୁକ୍ତିବଦ୍ଧ ହୋଇଛନ୍ତି। ଫଳରେ ୨୫ ବର୍ଷୀୟ ତ୍ଲାଙ୍ଗ୍‌ ଆଗାମୀ...

ସ୍ବର୍ଣ୍ଣ ଜିତିବା ସହ ରେକର୍ଡ କଲେ ସୁନାଝିଅ ମୀରାବାଈ: ପ୍ରଧାନମନ୍ତ୍ରୀ କହିଲେ ‘ଅସାଧାରଣ’

ବର୍ମିଂହାମ, ୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ପଦକ ନିଜ ନାମରେ କରୁଛି। ବିଶେଷକରି ଭାରତ୍ତୋଳନରେ ମୀରାବାଈ ଚାନୁ ପ୍ରଥମ ସ୍ବର୍ଣ୍ଣ ପଦକ...

Advertisement
Archives

Model This Week