Posted inଖେଳ

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌: ଭାରତୀୟ ପୁରୁଷ ୪, ମହିଳା ୯

ଲାଉସାନେ (ସୁଇଜରଲାଣ୍ଡ), ୨୨।୧୨(ପି.ଟି.)-
କୋଭିଡ୍‌-୧୯ ମହାମାରୀ ପାଇଁ ବର୍ଷର ଅଧିକାଂଶଭାଗ ଖେଳ ଗୁରୁତର ପ୍ରଭାବିତ ହୋଇଥିବାବେଳେ ଏଫଆଇଏଚ୍‌ (ଅନ୍ତର୍ଜାତୀୟ ହକି ଫେଡେରେଶନ) ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ୪ର୍ଥ ଓ ମହିଳା ଦଳ ୯ମ ସ୍ଥାନରେ ରହି ବର୍ଷ ଶେଷ କରିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ବେଲଜିୟମ ପୁରୁଷ ଓ ନେଦରଲାଣ୍ଡ୍ସ ମହିଳା ଦଳ ଶୀର୍ଷସ୍ଥାନରେ ରହିଥିବା ସୋମବାର ଏଫଆଇଏଚ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଗତ ଜାନୁୟାରୀରେ ହକିର ସର୍ବୋଚ୍ଚ ସଂସ୍ଥା ପକ୍ଷରୁ ନୂଆ ମ୍ୟାଚଭିତ୍ତିକ ର଼୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ବର୍ଷ ପ୍ରାରମ୍ଭରେ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ ଅନୁସାରେ ବିଭିନ୍ନ ଦଳକୁ ପଏଣ୍ଟ ମିଳିଥିଲା। ମାତ୍ର ମହାମାରୀ ଯୋଗୁ ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବା ସହ ମାର୍ଚ୍ଚରୁ ଖେଳ ବନ୍ଦ ରହିଥିଲା। ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ ଅନୁସାରେ ପୁରୁଷ ବିଭାଗରେ ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲ୍‌ଜିୟମ ୨୪୯୬.୮୮ ପଏଣ୍ଟ ସହିତ ଶୀର୍ଷସ୍ଥାନ ଅଧିକାର କରିଛି। ୨୦୧୯ ହକି ପ୍ରୋ ଲିଗ୍‌ ବିଜେତା ଅଷ୍ଟ୍ରେଲିଆ ୨୩୮୫.୭୦ ପଏଣ୍ଟ ସହିତ ଦ୍ୱିତୀୟ, ୨୨୫୭.୯୬ ପଏଣ୍ଟ ପାଇ ନେଦରଲାଣ୍ଡ୍ସ ତୃତୀୟ ଏବଂ ୨୦୬୩.୭୮ ପଏଣ୍ଟ ସହ ଭାରତ ୪ର୍ଥ ସ୍ଥାନରେ ରହିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନା (୧୯୬୭.୩୯), ଜର୍ମାନୀ (୧୯୪୪.୩୪), ଇଂଲଣ୍ଡ (୧୭୪୩.୭୭), ନ୍ୟୁଜିଲାଣ୍ଡ (୧୫୭୫.୦୦), ସ୍ପେନ (୧୫୫୯.୩୨) ଓ କାନାଡ଼ା (୧୪୧୭.୩୭) ଯଥାକ୍ରମେ ୫ମରୁ ୧୦ମ ସ୍ଥାନ ଅଧିକାର କରିଛି।
ସେହିପରି ମହିଳା ହକି ର଼୍ୟାଙ୍କିଙ୍ଗ୍‌ରେ ନେଦରଲାଣ୍ଡ୍ସ ୨୬୩୧.୯୯, ଆର୍ଜେଣ୍ଟିନା ୨୧୭୪.୬୧ ଓ ଜର୍ମାନୀ ୨୦୫୪.୨୮ ପଏଣ୍ଟ ପାଇ ପ୍ରଥମ ତିନିସ୍ଥାନ ଅଧିକାର କରିଛି। ଅଷ୍ଟ୍ରେଲିଆ (୨୦୧୨.୮୯) ଚତୁର୍ଥ, ଇଂଲଣ୍ଡ (୧୯୫୨.୭୪) ପଞ୍ଚମ, ନ୍ୟୁଜିଲାଣ୍ଡ (୧୮୧୮.୯୮) ଷଷ୍ଠ, ସ୍ପେନ (୧୮୦୨.୧୩) ସପ୍ତମ, ଆୟର୍ଲାଣ୍ଡ (୧୫୮୩.୦୯) ଅଷ୍ଟମ, ଭାରତ (୧୫୪୩.୦୦) ନବମ ଏବଂ ଚାଇନା (୧୫୨୧.୦୦) ଦଶମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱରେକର୍ଡ କଲା ନ୍ୟୁଜିଲାଣ୍ଡ

ଡବଲିନ୍‌,୧୧।୭: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡ ଦଳ ଏକ ବିଶ୍ୱରେକର୍ଡ ହାସଲ କରିଛି। ଟାର୍ଗେଟ୍‌କୁ ପିଛା କରି ଶେଷ ଓଭରରେ ସର୍ବାଧିକ ରନ ସ୍କୋର କରିବାର...

ଅଲିମ୍ପିକ ମଶାଲ ଆଗମନ ଉତ୍ସବ ଛୋଟ ଆକାରରେ ହେବ

ଟୋକିଓ ୬ା୩ (ଏପି)- କରୋନା ଭାଇରସ୍‌ର ବ୍ୟାପକତା ଦୃଷ୍ଟିରୁ ଅଲିମ୍ପିକ ମଶାଲ ଆଗମନ ଉତ୍ସବକୁ ଛୋଟ ଆକାରରେ କରାଯିବ ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ...

ଭାରତୀୟ ଟିମ୍‌ରେ ଚୟନ ନ ହେବା ପରେ ନିରାଶ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ; ତେନ୍ଦୁଲକରଙ୍କ ଗୋଟିଏ ପରାମର୍ଶ ବଦଳାଇଦେଇଥିଲା ଚିନ୍ତାଧାରା

ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍‌ର ଗତ ତିନି ସିଜନ୍‌ରେ ୪୦୦ରୁ ଅଧିକା ରନ୍‌ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ରଣଜୀ ଟ୍ରଫି ସହ ଅନ୍ୟ ଘରୋଇ ଟୁର୍ନାମେଣ୍ଟରେ ସେ ଭଲ...

ଭାରତୀୟ କ୍ରିକେଟ୍‌କୁ ଲଜ୍ଜିତ ହେବାରୁ ବଞ୍ଚାଇଥିଲେ ଲତା

ନୂଆଦିଲ୍ଲୀ,୬।୨: ୧୯୮୩ରେ ଲର୍ଡସରେ ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଏଥିରେ ଖୁସି ହେବା ବଦଳରେ ଚିନ୍ତିତ ଥିଲେ ବିସିସିଆଇ ସଭାପତି ତଥା...

କରୋନା ଲାଗି ଚଳିତ ବର୍ଷ ଖେଳାଯିବନି ଏହି ଟି୨୦ ଲିଗ୍‌

ଢାକା, ୧୨।୧୦: କରୋନା ଭାଇରସ୍‌ ଲାଗି ଚଳିତ ବର୍ଷ ବାଂଲାଦେଶର ଘରୋଇ ଟି୨୦ ଲିଗ୍‌ ‘ବାଂଲାଦେଶ ପ୍ରିମିୟର ଲିଗ୍‌’ (ବିପିଏଲ୍‌) ଆୟୋଜନ ହେବ ନାହିଁ। ଏହି...

୧୮ ବର୍ଷରୁ କମ୍‌ ଏଲିଟ ଲିଗ୍‌: ୟୁନାଇଟେଡ ପଞ୍ଜାବକୁ ହରାଇଲା ଓଡ଼ିଶା ଏଫସି

ନୂଆଦିଲ୍ଲୀ, ୩।୨- ଚଳିତ ୧୮ ବର୍ଷରୁ କମ୍‌ ହିରୋ ଏଲିଟ୍‌ ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟର ରବିବାର ମ୍ୟାଚରେ ଓଡ଼ିଶା ଏଫସି ୪-୦ ଗୋଲରେ ୟୁନାଇଟେଡ ପଞ୍ଜାବକୁ...

ଅଷ୍ଟ୍ରେଲିଆଠାରୁ ଭାରତ ହାରିଯିବା ଦେଖି ହୋଇଯାଇଥିଲା ଜ୍ୱର, ଏବେ ପିତା ବଖାଣିଲେ…

ନୂଆଦିଲ୍ଲୀ,୧୧।୧୧: ଆଇପିଏଲ୍‌ରେ ଚମକିବା ପରେ ଭାରତୀୟ ଟି-୨୦ ଟିମ୍‌ରେ ସାମିଲ ହୋଇଛନ୍ତି ଭେଙ୍କଟେଶ ଆୟାର। ପିଲାଦିନୁ ପାଠପଢ଼ା ସହ କ୍ରିକେଟରେ ତାଙ୍କର ରୁଚି ରହିଥିଲା। ସେ...

ନୂଆ ଇନିଂସରେ ଗମ୍ଭୀରଙ୍କ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଳୀ,୨୪।୫(ପି.ଟି.)- ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଇନିଂସରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମଥର ପାଇଁ ସଂସଦୀୟ ନିର୍ବାଚନରେ ଅଂଶଗ୍ରହଣ କରି ସେ ଜବରଦସ୍ତ...

Advertisement
Archives

Model This Week