Posted inଖେଳ

ବକ୍ସିଂ ଡେ ଟେଷ୍ଟ: ଗିଲ୍‌, ରାହୁଲ, ପନ୍ତ ଖେଳିବାକୁ ପ୍ରସ୍ତୁତ; ରିଦ୍ଧିମାନ, ପୃଥ୍ବୀ ବାଦ୍‌ ପଡ଼ିବା ସମ୍ଭାବନା

ନୂଆଦିଲ୍ଲୀ, ୨୧।୧୨(ପି.ଟି.): ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ ଆଶା କରାଯାଉଛି। ଯୁବ ଓପନର ପୃଥ୍ବୀ ଶ ଓ ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌, ଅଭିଜ୍ଞ ଲୋକେଶ ରାହୁଲ ଓ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସାମିଲ ହେବା ନିଶ୍ଚିତ ମନେହେଉଛି।
କେତୋଟି ଓ୍ବାର୍ମଅପ୍‌ ମ୍ୟାଚରେ ଗିଲ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଓ ପୃଥ୍ବୀଙ୍କ ବଦଳରେ ଦଳରେ ସ୍ଥାନ ପାଇବେ। କାରଣ ରୋହିତ ଶର୍ମା ଅତିକମ୍‌ରେ ସିଡ୍‌ନୀରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ଦଳ ପାଇଁ ଉପଲବ୍ଧ ହେବେ ନାହିଁ। ଆଡିଲେଡ୍‌ରେ ପୃଥ୍ବୀ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ ଓ ତାଙ୍କ ଟେକ୍‌ନିକ୍‌ରେ ବଡ଼ ଧରଣର ତ୍ରୁଟି ରହିଥିବା ଅନୁମାନ କରାଯାଉଛି।
ସେହିପରି ରିଦ୍ଧିମାନ ମଧ୍ୟ ଅନୁରୂପ ଭାବେ ବିଫଳ ହୋଇଛନ୍ତି। ଅଭ୍ୟାସ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଥିବା ପନ୍ତଙ୍କୁ ସୁଯୋଗ ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି। ବାଉନ୍ସ ପିଚ୍‌ରେ କିପିଂ ସେତେଟା ଗୁରୁତ୍ୱ ବହନ କରିବନି। ତେଣୁ ପନ୍ତ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ ମନେହେଉଛି। ପୁଣି ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ରିଷ୍ଟ ଇଞ୍ଜୁରି କାରଣରୁ ଦ୍ରୁତ ବୋଲର ମହମ୍ମଦ ସାମି ସିରିଜରୁ ବାଦ୍‌ ପଡିଛନ୍ତି। ଫଳରେ ଲୋକେଶ ରାହୁଲ ଓ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନ୍ତିମ ଏକାଦଶରେ ସ୍ଥାନ ପାଇବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ରିଦ୍ଧିମାନ ନିହାତି ମାମୁଲି ପ୍ରଦର୍ଶନ କରିଛନ୍ତି ଓ ଗୋଟିଏ ହେଲେ ବି ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି। ତେଣୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦେଶ ବିପକ୍ଷରେ ପନ୍ତ ପ୍ରଥମ ପସନ୍ଦ ବୋଲି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। ତେବେ ଭାରତରେ ୬ ନମ୍ବର ପରେ ବ୍ୟାଟିଂ କରିବାର ଆବଶ୍ୟକତା ଅଧିକାଂଶ ସମୟରେ ନ ଥାଏ। ସେତେବେଳେ ଜଣେ ସ୍ପେଶାଲିଷ୍ଟ ଉଇକେଟକିପରଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି ସେ କହିଛନ୍ତି। ଆଗାମୀ ୩ଟି ଟେଷ୍ଟରେ ପନ୍ତଙ୍କୁ ସୁଯୋଗ ମିଳିବା ନେଇ ମୋର ସମର୍ଥନ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିପରି ୨୧ ବର୍ଷୀୟ ପୃଥ୍ବୀଙ୍କ ଟେକ୍‌ନିକ, ଟେମ୍ପରାମେଣ୍ଟ ଓ ମୋଟାମୋଟି ସ୍ବଭାବ ନେଇ ପ୍ରଶ୍ନ ଉଠିଛି। ତେଣୁ ତାଙ୍କ ସ୍ଥାନରେ ଗିଲ୍‌ଙ୍କୁ ଅଗ୍ରାଧିକାର ଦିଆଯାଇ ପାରେ। କୋହଲିଙ୍କ ଅନୁପସ୍ଥିତିରେ ହନୁମା ବିହାରୀଙ୍କ ବ୍ୟାଟିଂ କ୍ରମରେ ଉନ୍ନତି କରାଯିବ। ବିହାରୀଙ୍କ ଟେକ୍‌ନିକ୍‌ ଓ ଟେମ୍ପରାମେଣ୍ଟ ବେଶ୍‌ ଭଲ ରହିଛି। କୋହଲିଙ୍କ ଅନୁପସ୍ଥିତିରେ ତାଙ୍କର ଗୁରୁତ୍ୱ ଆହୁରି ବଢିଯାଇଛି। ଆଗାମୀ କେତୋଟି ଟେଷ୍ଟରେ ୪ କିମ୍ବା ୫ ନମ୍ବରରେ ବିହାରୀଙ୍କୁ ସୁଯୋଗ ଦେବା ଉପରେ ପ୍ରସାଦ ଗୁରୁତ୍ୱ ଦେଇଛନ୍ତି। ୬ ନମ୍ବର ସ୍ଥାନ ପାଇଁ ରାହୁଲ ଉପଯୁକ୍ତ ବୋଲି ସେ କହିଛନ୍ତି। ସେହିପରି ଦୁଇଟି ଅଭ୍ୟାସ ମ୍ୟାଚରେ ନବଦୀପ ସଇନିଙ୍କଠାରୁ ସିରାଜ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବାରୁ ସାମିଙ୍କ ବଦଳରେ ସେ ଦଳରେ ସ୍ଥାନ ପାଇବା ଉଚିତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିକାଶ, ବ୍ୟାଡ୍‌ମିଣ୍ଟନରୁ ରୌପ୍ୟ

ବର୍ମିଂହାମ୍‌, ୩ା୮(ପି.ଟି.): ଭାରତର ହେଭିଓ୍ବେଟ୍‌ ଲିଫ୍ଟର ବିକାଶ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଆଉ ଏକ ପଦକ ଆଣିଦେଇଛନ୍ତି। ମଙ୍ଗଳବାର ପୁରୁଷ ୯୬କେଜି ଶ୍ରେଣୀରେ...

ସ୍ପେନ ରେକର୍ଡ ସ୍କୋରର ଭିଲାଙ୍କ ଅବସର ଘୋଷଣା

ଟୋକିଓ,୧୩।୧୧(ଏଏଫ୍‌ପି)- ସ୍ପେନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଗୋଲ କରିଥିବା ଷ୍ଟାର ଷ୍ଟ୍ରାଇକର ଡେଭିଡ୍‌ ଭିଲା ଆସନ୍ତା ମାସରେ ଅବସର ନେବେ। ଜାଜ୍ଜ୍ୱଲ୍ୟମୟ କ୍ୟାରିୟରରେ ସେ...

କଟକରେ ଓଡ଼ିଶା ଏଫ୍‌ସିର ଚୟନ ଶିବିର

କଟକ ଅଫିସ,୨୫।୧- ସ୍ଥାନୀୟ ସତ୍ୟବ୍ରତ ଷ୍ଟାଡିୟମରେ ଓଡିଶା ଏଫ୍‌ସିର ଜୁନିୟର ଖେଳାଳି ଚୟନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩, ୧୫ ଓ ୧୮ବର୍ଷରୁ...

ପାକିସ୍ତାନରେ ପହଞ୍ଚିଲା ଇଂଲଣ୍ଡ ଦଳ

ଇସ୍‌ଲାମାବାଦ,୨୭ା୧୧: ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ ରବିବାର ଇସ୍‌ଲାମାବାଦରେ ପହଞ୍ଚିଛି। ୨୦୦୫ ପରେ ଦଳ ପାକିସ୍ତାନରେ ଏହାର ପ୍ରଥମ ଟେଷ୍ଟ ସିରିଜ ଖେଳିବ। ରାଓ୍ବଲପିଣ୍ଡିରେ...

ଟୋକିଓ ଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୧୨- ଆସନ୍ତା ବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଭାରତ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ...

ଦିନିକିଆ ସିରିଜ: ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌

କଲମ୍ବୋ,୧।୮- ବାଂଲାଦେଶ ବିପକ୍ଷ ଦିନିକିଆ ସିରଜ୍‌ରେ ଘରୋଇ ଶ୍ରୀଲଙ୍କା କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ...

ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ, ପୁରୁଷଙ୍କୁ ରୌପ୍ୟ

ଚେନ୍ନାଇ: ଏସିଆନ୍‌ ନେସନ୍ସ (ରିଜିଅନ୍ସ) ଅନ୍‌ଲାଇନ୍‌ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ ଏବଂ ପୁରୁଷ ଦଳକୁ ରୌପ୍ୟ ପଦକ ମିଳିଛି। ମହିଳା ଦଳର...

ଆଇପିଏଲ୍‌ର ମିଷ୍ଟ୍ରି ଗର୍ଲ: ଉଇକେଟ୍‌ ଗଲା ପରେ ଖୁସିରେ ଝୁମି ଉଠିଲେ

ମୁମ୍ବାଇ,୧୧।୪: ଆଇପିଏଲ ୨୦୨୧ର ତୃତୀୟ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ କେକେଆର୍‌ ୧୦ ରନ୍‌ରେ...

Advertisement
Archives

Model This Week