Posted inଜାତୀୟ

ଜୁନ ୪ରେ ଭାଜପା ଆଉ ଶେୟାର ବଜାର ଉଭୟ ମନାଇବେ ଉତ୍ସବ: ମୋଦି

ନୂଆଦିଲ୍ଲୀ,୨୩।୫: ଜୁନ ୪ରେ ଲୋକ ସଭା ନିର୍ବାଚନ ଫଳାଫଳ ଦିନ ଷ୍ଟକ ମାର୍କେଟରେ କ’ଣ ହେବ, ଷ୍ଟକ ମାର୍କେଟ ନୂଆ ଶିଖରକୁ ଛୁଇଁବ ନା ବଜାର ହ୍ରାସ ପାଇବ। ଏହି ପ୍ରଶ୍ନ ଗତ କିଛି ଦିନ ହେବ ପ୍ରତ୍ୟେକ ସାଧାରଣ ନିବେଶକଙ୍କ ମନରେ ଚାଲିଆସୁଛି। ଏହାପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ସେୟାର କିଣ ଏବଂ ରଖ, ବଜାର ବୃଦ୍ଧି ପାଇବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନିଜେ ଷ୍ଟକ ମାର୍କେଟ ବିଷୟରେ କିଛି ବଡ କଥା କହିଛନ୍ତି। ଇଟିକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ ନିର୍ବାଚନ ପୂର୍ବ ରାଲିରେ ଭାରତୀୟ ବଜାରର ବଜାର କ୍ୟାପ ପ୍ରାୟ ୫ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହା ପରେ, ଜୁନ୪ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବଜାର ନୂତନ ଶିଖରକୁ ଛୁଇଁବ।
କିଛି ସମୟ ପାଇଁ ଶେୟାର ବଜାରରେ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜର ମତ ରଖିଥିଲେ। ସେ କହିଛନ୍ତି, ଆମେ କାର୍ଯ୍ୟକାରୀ କରିଥିବା ବଜାର ସମର୍ଥିତ ସଂସ୍କାର ବିଷୟରେ ନିବେଶକମାନେ ଭଲ ଭାବରେ ଜାଣିଛନ୍ତି। ଏହି ସଂସ୍କାରଗୁଡିକ ଏକ ଶକ୍ତିଶାଳୀ ଏବଂ ସ୍ବଚ୍ଛ ଆର୍ଥିକ ଇକୋସିଷ୍ଟମ ସୃଷ୍ଟି କରିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଷ୍ଟକ ମାର୍କେଟରେ ଅଂଶଗ୍ରହଣ କରିବା ସହଜ କରିଥାଏ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆତ୍ମବିଶ୍ୱାସରେ କହିପାରିବି ଯେ, ଜୁନ ୪ରେ ଭାଜପା ରେକର୍ଡ ସଂଖ୍ୟା ପହଞ୍ଚିବା ମାତ୍ରେ ଷ୍ଟକ ମାର୍କେଟ ମଧ୍ୟ ନୂଆ ରେକର୍ଡରେ ପହଞ୍ଚିବ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେତେବେଳେ ସେ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ସେନସେକ୍ସ ୨୫,୦୦୦ ମାର୍କ ଅତିକ୍ରମ କରିଥିଲା ଏବଂ ବର୍ତ୍ତମାନ ଏହା ପାଖାପାଖି ୭୫,୦୦୦ରେ ପହଞ୍ଚିଛି, ଅର୍ଥାତ୍‌ ୧୦ ବର୍ଷ ମଧ୍ୟରେ ସେନ୍ସେକ୍ସ ତିନିଥର ବୃଦ୍ଧି ପାଇଛି। ଏହା ସ୍ପଷ୍ଟ କରେ ଯେ ଗତ ଦଶନ୍ଧି ଧରି ଶେୟାର ବଜାରରେ ଭାଜପା ସରକାର ଉପରେ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri