କିସ୍ତି ଶୁଝିବା ଚିନ୍ତାରେ ଋଣଗ୍ରହୀତା

ପୁରୀ ଅଫିସ,୧ା୬: କିସ୍ତି ଟଙ୍କା ଦେବା ପାଇଁ ଋଣ ଗ୍ରହୀତାମାନେ ଚାପରେ ପଡ଼ି ନୟାନ୍ତ ହେଲେଣି। ଋଣ ଆଦାୟ ପାଇଁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକ ଜୁଲମ କରୁଛନ୍ତି। ଋଣ ଅର୍ଥ ଆଦାୟ ପାଇଁ ଏଜେଣ୍ଟମାନଙ୍କୁ ଟାର୍ଗେଟ ଦିଆଯାଉଥିବାରୁ ସେମାନେ ବାଧ୍ୟ ହୋଇ ଲୋକଙ୍କ ଉପରେ ଚାପ ପକାଉଛନ୍ତି। ସାଧାରଣତଃ ଗ୍ରାମାଞ୍ଚଳରେ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାଗୁଡ଼ିକ ଲୋକଙ୍କୁ ଋଣ ଦେଇଥାନ୍ତି। ସାପ୍ତାହିକ, ମାସିକ ଓ ତ୍ରୈମାସିକ ହିସାବରେ ଲୋକେ ଋଣ ପରିଶୋଧ କରନ୍ତି। ତେବେ ଏଭଳି ଶ୍ରେଣୀର ଅଧିକାଂଶ ଋଣଦାତା ଛୋଟ ବେପାର ଓ ଦିନମଜୁରି ଉପରେ ନିର୍ଭରଶୀଳ ହୋଇଥାନ୍ତି। ସମ୍ପ୍ରତି କରୋନାଜନିତ ଲକଡାଉନ୍‌ ଓ ଶଟଡାଉନ ପ୍ରଭାବ କାରଣରୁ ଋଣଦାତାଙ୍କ ପାଖରେ ଟଙ୍କା ନାହିଁ। ସରକାର ପୂର୍ବବର୍ଷ ମୋରାଟୋରିୟମ୍‌ ଲାଗୁକରି ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ କୋଭିଡ୍‌ର ଦ୍ୱିତୀୟ ଲହର ପାଇଁ ସେଭଳି କିଛି ବ୍ୟବସ୍ଥା ଲାଗୁ କରିନାହାନ୍ତି। ଫଳରେ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାମାନେ ଜୁଲମ କରିବା ଆରମ୍ଭ କଲେଣି। ଋଣରେ ଦୁଇଚକିଆ ଓ ଚାରିଚକିଆ ଯାନ ଆଣିଥିବା ଲୋକଙ୍କ ଅବସ୍ଥା ମଧ୍ୟ ସମାନ। ମାସିକ କିସ୍ତି ଦେବାକୁ ପାଖରେ ଟଙ୍କା ନାହିଁ। ଅନ୍ୟପକ୍ଷରେ ୨ରୁ ୩ମାସର ଋଣ ଅର୍ଥ ପଇଠ ନ ହେଲେ ଗାଡ଼ି ଜବତ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଜେଣ୍ଟମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଋଣଗ୍ରହୀତାମାନେ କ’ଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ପିପିଲି ବ୍ଲକ୍‌ର ଜ୍ୟୋତିରାଣୀ ବରାଳ କହିଛନ୍ତି, କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାଠାରୁ ଋଣ ଆଣି ମାସିକ କିସ୍ତିରେ ଶୁଝିଥାଉ। ଦୋକାନରୁ ଯାହା ଆୟ ହୁଏ, ସୁରୁଖୁରୁରେ କିସ୍ତି ଶୁଝି ହୋଇଯାଏ। ମାତ୍ର ଏବେ କିସ୍ତି ଦେବା ଭଳି ସାମର୍ଥ୍ୟ ନାହିଁ। ଋଣଆଦାୟକାରୀଙ୍କ ପାଖରେ ନେହୁରା ହେଲେ ବି ସେମାନେ ଆମକୁ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ସରକାର ଏ ନେଇ କିଛି ନିଷ୍ପତ୍ତି ନିଅନ୍ତୁ। ଅତିକମ୍‌ରେ ଲକଡାଉନ୍‌ ପରିସ୍ଥିତିରେ କିସ୍ତି ଛାଡ଼ ସୁବିଧା ମିଳିଲେ ବଞ୍ଚିବା ସହଜ ହେବ। ଅନ୍ୟପକ୍ଷରେ ଋଣ ଆଦାୟ ଦାୟିତ୍ୱରେ ଥିବା ବିକାଶ ସାହୁ ନାମକ ଜଣେ କର୍ମଚାରୀ କହିଛନ୍ତି, ଲୋକଙ୍କ ବିବଶତା ଦେଖୁଛୁ। ଲୋକେ କାକୁତିମିନତି ହେବା ସତ୍ତ୍ବେ ବି ଆମେ ସେମାନଙ୍କୁ ଋଣ ଅର୍ଥ ପାଇଁ ବାଧ୍ୟ କରୁଛୁ। ସାମ୍ପ୍ରତିକ ସ୍ଥିତିରେ ଟଙ୍କା ଆଦାୟ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏ ସଂକ୍ରାନ୍ତରେ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri