ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଘଟଣାରେ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ବୁଧବାର ଘଟଣାର ମାଷ୍ଟରମାଇଣ୍ଡ ଗୋକର୍ଣ୍ଣପୁର ଗ୍ରାମର ଏଲ. ଶିବା ରେଡ୍ଡୀ, ବଜାପଲ୍ଲୀ ଗ୍ରାମର କୈଳାସ ନାଇକ ଏବଂ ବି. ତୁରୁୁବୁଡ଼ି ଗ୍ରାମ ନିକଟ ଗାଈଗୁହାଳ ଛକର ଜେ. କାହ୍ନୁଙ୍କୁ ଅପରାହ୍ନରେ ଗିରଫ କରି ରାତି ପ୍ରାୟ ୮ଟାରେ କୋର୍ଟ ଚାଲାଣ କରିଛନ୍ତି। କେସ୍‌ ନଂ.୨୧୯/୨୬ରେ ରୁଜୁ ମାମଲା ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଘଟଣାର କିଛିଦିନ ପୂର୍ବରୁ ଏସ୍‌. ଶିବ ରେଡ୍ଡୀଙ୍କ ସ୍ତ୍ରୀଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓକୁ ଏଲ.ଶିବା ରେଡ୍ଡୀ ଭାଇରାଲ କରିଥିଲେ। ଏନେଇ ଏସ୍‌. ଶିବ ରେଡ୍ଡୀ ଥାନାରେ ଏତଲା ଦେଇଥିଲେ। ଏଥିରେ ଉତ୍ତେଜିତ ହୋଇ ଏଲ.ଶିବା ରେଡ୍ଡୀ ତାଙ୍କ ସହଯୋଗୀମାନଙ୍କୁ ସାଙ୍ଗରେ ନେଇ ଗତ ମେ’ ୧୯ ତାରିଖ ବିଳମ୍ବିତ ରାତିରେ ଘର ସମ୍ମୁଖରେ ଥିବା ଏସ. ଶିବ ରେଡ୍ଡୀଙ୍କ ବାଇକରେ ବୋମା ଖଞ୍ଜିବା ସହ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ତାଙ୍କ ଘର ଉପରକୁ ଲଗାତର ୩ଟି ବୋମାମାଡ଼ କରିଥିଲେ। ବୋମାମାଡ଼ ପରେ ପରିବାର ଲୋକେ ପାଟି କରିବାରୁ ଗାଁ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ପରଦିନ ସକାଳେ ଏସ୍‌. ଶିବ ରେଡ୍ଡୀ ତାଙ୍କ ବାଇକ୍‌ରେ ଖଞ୍ଜା ଯାଇଥିବା ବୋମାକୁ ସତର୍କତାର ସହ ବାହାର କରି ପୋଲିସକୁ ଖବର ଦେଇଥିଲେ। ବ୍ରହ୍ମପୁରରୁ ବୋମା ନିଷ୍କ୍ରିୟ ଟିମ୍‌ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମା ଜବତ କରି ପରେ ତାକୁ ନିଷ୍କ୍ରିୟ କରିଥିଲେ।

ପୋଲିସ ଟିମ୍‌ ଏସ. ଶିବ ରେଡ୍ଡୀଙ୍କ ଘର ସମ୍ମୁଖରୁ ବୋମାରେ ବ୍ୟବହୃତ ଗନ୍‌ ପାଉଡର, କାଚ ଖଣ୍ଡ, ପ୍ଲାଷ୍ଟିକ ଟୁକୁରା ଏବଂ ବାରୁଦ ଲାଗିଥିବା କିଛି ଗୋଡ଼ି ଜବତ କରିଥିଲେ। ଘଟଣା ପରଠାରୁ ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର ଥିଲେ। ମୁଖ୍ୟ ଅଭିଯୁକ୍ତ ଏଲ. ଶିବା ରେଡ୍ଡୀ ଗୋକର୍ଣ୍ଣପୁର ଗ୍ରାମର ଡି. ବିଜୟଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ ଘଟଣା ଏବଂ ବି. ତୁରୁୁବୁଡ଼ି ଗ୍ରାମ ଶ୍ରୀ ତୁମ୍ବେଶ୍ୱର ମହାଦେବ ମନ୍ଦିର ଦାନ ହୁଣ୍ଡି ଭାଙ୍ଗି ୫ ହଜାର ଚୋରି ଘଟଣା ଏବଂ ଗୋକର୍ଣ୍ଣପୁର ପ୍ରହଲ୍ଲାଦ ଡାକୁଆ ଙ୍କ ଔଷଧ ଦୋକାନ ଉପରକୁ ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ବୀକାର କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

ସେହିପରି ସେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଇଲାକାରେ ୧୨ଟି ଏବଂ ଗୋପାଳପୁର ଥାନା, ପୁରୁଷୋତ୍ତମପୁର ଥାନାର ୨ଟି ଚୋରି ଘଟଣାରେ ସମ୍ପୃକ୍ତ ଥିବାବେଳେ ପୂର୍ବରୁ ଦିଗପହଣ୍ଡି ଥାନାର ୪ଟି ସଙ୍ଗୀନ ମାମଲାରେ ଜଡ଼ିତ ଥିବା ପୋଲିସ ରେକର୍ଡରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri