୨୬ରୁ ସ୍ବାଭିମାନ ଅଞ୍ଚଳରେ ବୋଟ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୨୦।୧(ଡି.ଏନ.ଏ.)   ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଳକର ସ୍ବାଭିମାନ ଅଞ୍ଚଳବାସୀଙ୍କୁ ଆସନ୍ତା ୨୬ରୁ ବୋଟ୍‌ ଆମ୍ବୁଲାନ୍ସ ସେବା ମିଳିବ। ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଜିଲା ପ୍ରଶାସନ ପୂର୍ବରୁ ୨ଟି ବୋଟ୍‌ ଆମ୍ବୁଲାନ୍ସ ଯୋଗାଇ ଦେଇଛି। ଏହା ସ୍ପଲ୍‌େଓ ଲଞ୍ଚ ଘାଟରେ ଉଦ୍‌ଘାଟିତ ହୋଇ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ଆସୁଥିଲା। ଉକ୍ତ ଅଞ୍ଚଳରେ ଯାତାୟାତ ଲାଗି ଜଳପଥ ଏକମାତ୍ର ରାସ୍ତା ହୋଇଥିବାରୁ ଏଣିକି ଜରୁରୀ ସମୟରେ ଅଞ୍ଚଳବାସୀ ଆବଶ୍ୟକ ଅନୁସାରେ ସ୍ବାସ୍‌ଥ୍ୟସେବା ପାଇପାରିବେ। ଏହାଦ୍ୱାରା ୩୫ଟି ଗ୍ରାମର ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ। ବାଲିମେଳା ଡ୍ୟାମର ଉଭୟ ପାର୍ଶ୍ୱରେ ଥିବା ସ୍ବାଭିମାନ ଅଞ୍ଚଳର ରୋଗୀ ଏହା ମାଧ୍ୟମରେ ସ୍ବାସ୍ଥ୍ୟସେବା ପାଇପାରିବେ। ଗୁରୁତର ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ଦିଗରେ ଏହି ବିଏସ୍‌ଏଫ୍‌ ବୋଟ୍‌ ଆମ୍ବୁଲାନ୍ସ ସେବା ସହାୟକ ହେବ ବୋଲି ବିଏସ୍‌ଏଫ୍‌ ଆଇଜି ଏସ.ସି. ବୁଡାକୋଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ବିଦ୍ୟୁତ୍‌ କାଟ୍‌କୁ ନେଇ ଉତ୍ତେଜନା, କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାହକ

ଖୋର୍ଦ୍ଧା ଅଫିସ,୧୬।୧: ପୂର୍ବ ନିର୍ଦ୍ଧାରିତ ତାରିଖାନୁଯାୟୀ ସେସୁ ପକ୍ଷରୁ ଗୁରୁବାର ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ ହୋଇଛି। ୩୯ଟି ଟିମ୍‌ ବିଦ୍ୟୁତ୍‌ ବକେୟା ଥିବା ଗ୍ରାହକମାନଙ୍କ...

ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ: ବାକି ଥିବା ପରୀକ୍ଷା ସହ ନାମଲେଖା ନେଇ ଚିଠି

ଭୁବନେଶ୍ୱର, ୩।୫(ବ୍ୟୁରୋ): ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ୍‌ ଆସନ୍ତା ଜୁଲାଇ ୧ରୁ ଖୋଲିବ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌...

ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍‌ କ୍ୟାମେରା ଚୋରି

କେନ୍ଦୁଝର/ପାଟଣା,୧୧ା୩(ସ୍ବ.ପ୍ର.): ମହାବଳ ବାଘର ଗତିବିଧି ନିରୀକ୍ଷଣ ପାଇଁ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ଲଗାଯାଇଥିବା ୨ ଟ୍ରାପ୍‌ (ସିସିଟିଭି) କ୍ୟାମେରା ଚୋରି ହୋଇଯାଇଛି। ଦୁଇ...

ଆଜି ୧୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ...

ନଗଡ଼ାକୁ ପକ୍କାରାସ୍ତା ପାଇଁ ରିପୋର୍ଟ ବାଧକ

ଯାଜପୁର ଅଫିସ୍‌,୮ା୮: ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ାରେ ପୁଷ୍ଟିହୀନତାଜନିତ ଶିଶୁମୃତ୍ୟୁ ଘଟଣା ୨୦୧୬ ଜୁଲାଇରେ ସାରା ଦେଶରେ ଚହଳ ପକାଇଥିଲା। ଏଥିଯୋଗୁ ରାଜ୍ୟ ଓ...

୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବ୍ୟୁରୋ),୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନ୍ସ ଜରିଆରେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।...

ଆଜି ରାଜ୍ୟରୁ ୭,୨୯୧ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୭,୨୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୧୧,୯୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

କଟକ ସହରରୁ ଆଜି ୧୮୪ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୯-କଟକ ସହରରୁ ଶନିବାର ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୭ ଲୋକାଲ କଣ୍ଟାକ୍ଟ...

Advertisement
Archives

Model This Week