ପ୍ରଯୋଜିକା ହେଲେ ତାପସୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ନାୟିକା ତାପସି ପନ୍ନୁ ବଲିଉଡ୍‌ରେ ବି ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ପ୍ରାୟ ଏକ ଦଶନ୍ଧି ହେବ ସେ ଅଭିନୟ ଦୁନିଆରେ ପାଦ ଦେଇ ସାରିଛନ୍ତି । ଆଗକୁ ତାଙ୍କ ହାତରେ କିଛି ବଡ ବଡ ପ୍ରୋଜେକ୍ଟ ବି ରହିଛି । ଆଉ ଏହାରି ଭିତରେ କିନ୍ତୁ ତାପସୀ ତାଙ୍କ ପ୍ରଶଂସକଙ୍କୁ ଏକ ଭଲ ଖବର ଦେଇଛନ୍ତି । ସେ ଏବେ ପ୍ରଯୋଜିକ ହେବାକୁ ଯାଉଛନ୍ତି । ତାଙ୍କ ପ୍ରଡକଶନ ହାଉସ ଏବେ ଫିଲ୍ମ ନିର୍ମାଣ କରିବ ବୋଲି ସେ ଗୁରୁବାର ଘୋଷଣା କରିବା ସହ ଆଉ ଏକ ଖୁସି ଖବର ବି ଦେଇଛନ୍ତି । ତାଙ୍କ ପ୍ରଡକଶନ ହାଉସ ଆଉଟସାଇଡର୍ସ ଫିଲ୍ମସର ପ୍ରଥମ ଫିଲ୍ମ କଥା ମଧ୍ୟ ଘୋଷଣା କରିଛନ୍ତି ଅଭିନେତ୍ରୀ । ପ୍ରଯୋଜିକା ଭାବେ ତାପସୀଙ୍କ ପ୍ରଥମ ଫିଲ୍ମର ନାଁ ରହିଛି ‘ବ୍ଲର’ । ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି ଏବେ ମୋ ପାଇଁ ସମୟ ଆସିଛି କିଛି ଭଲ କରି ଦେଖାଇବାକୁ । ଆପଣଙ୍କ ଭଲପାଇବା, ଆଶୀର୍ବାଦ ଓ ପ୍ରାର୍ଥନା ନିହାତି ଜରୁରୀ । ତାପସୀ କଥା ଦେଇଛନ୍ତି ତାଙ୍କ ପ୍ରଡକସନ୍ ହାଉସ ଦର୍ଶକଙ୍କୁ ନିଶ୍ଚିତ ଭାବେ ଭଲ ଭେଟିଦେବ । ତାପସୀଙ୍କ ପ୍ରଯୋଜିତ ପ୍ରଥମ ଫିଲ୍ମ ‘ବ୍ଲର’ ଦର୍ଶକଙ୍କୁ ରୋଚକପୂର୍ଣ୍ଣ କାହାଣୀ ଭେଟିଦେବ ବୋଲି ସେ କହିଛନ୍ତି । ଅଜୟ ବେହଲ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାପସୀ ଲିଡ ରୋଲରେ ଦେଖାଦେବେ । ଏଥିପାଇଁ ଦର୍ଶକଙ୍କ ଭଲପାଇବା ଓ ଆଶୀର୍ବାଦ ଜରୁରୀ ବୋଲି ଅଭିନେତ୍ରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri