ରକ୍ତରଞ୍ଜିତ ହେଉଛି ରାଜପଥ

ଅନୁଗୋଳ ଅଫିସ, ୨୪ା୯ଶେଷ ହେଉନି ସମ୍ପ୍ରସାରଣ। ଆଗଉନି ଓଭରବ୍ରିଜ୍‌, ଅଣ୍ଡରପାସ୍‌ ନିର୍ମାଣ। ପୂରଣ କରାଯାଉନି ଖାଲଖମା କି ମରାମତି ହେଉନି ବାଇପାସ୍‌। ୫ ବର୍ଷ ହେଲା ଏପରି ଅବସ୍ଥା ଯୋଗୁ ଏକପ୍ରକାର ମରଣଯନ୍ତା ପାଲଟିଛି ଅନୁଗୋଳ ଦେଇ ଯାଇଥିବା ୫୫ ନଂ. ଜାତୀୟ ରାଜପଥ। ଜିଲାରେ ଥିବା ରାଜ୍ୟ ରାଜପଥର ବହୁ ସ୍ଥାନ ମଧ୍ୟ ଦୁର୍ଘଟଣାପ୍ରବଣ। ଏହାକୁ ନେଇ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ପ୍ରତିଥର ଉଦ୍‌ବେଗ ପ୍ରକାଶ ପାଉଛି। ସଡ଼କ ସୁରକ୍ଷା ଓ ଯାତ୍ରୀଙ୍କ ଜୀବନ ରକ୍ଷାକୁ ପ୍ରାଥମିକତା ଦେବାକୁ କୁହାଯାଉଛି। କିନ୍ତୁ ସମ୍ପ୍ରସାରଣ, ମରାମତି ଦାୟିତ୍ୱରେ ଥିବା ଠିକାସଂସ୍ଥା କି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏ ଦିଗରେ ଆବଶ୍ୟକ ଦୃଷ୍ଟି ଦେଉନାହାନ୍ତି। ଖାସ୍‌ ଏହି କାରଣରୁ ଘଟୁଛି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା। ରକ୍ତରଞ୍ଜିତ ହେଉଛି ରାଜପଥ।

ପ୍ରତ୍ୟେକ ମାସରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ବସୁଛି। ଦୁର୍ଘଟଣା ରୋକିବାକୁ ଏଥିରେ ନାନା ଯୋଜନା ପ୍ରସ୍ତୁତ ହେଉଛି। କମିଟି ଅଧ୍ୟକ୍ଷ ତଥା ଜିଲାପାଳଙ୍କ ଅନୁରୋଧ କ୍ରମେ କେତେକ ସ୍ଥାନରେ ରାସ୍ତା ମରାମତି କରାଯାଉଛି। କିନ୍ତୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ସେପରି ତତ୍ପରତା ପ୍ରକାଶ କରାଯାଉ ନାହିଁ। ଏପରି କି ଆହୂତ ବୈଠକକୁ ଏନ୍‌ଏଚ୍‌ଏଆଇ ଅଧିକାରୀମାନେ ଆସୁନାହାନ୍ତି। ସେମାନେ ନିଜ ପ୍ରତିନିଧିଙ୍କୁ ପଠାଇ ଦାୟିତ୍ୱ ଶେଷ କରିଦେଉଛନ୍ତି। ଏନ୍‌ଏଚ୍‌ଏଆଇର ଏପରି ଅସହଯୋଗ ଯୋଗୁ ଅନୁଗୋଳ ଜିଲାରେ ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଜିଲାରେ ୧ହଜାର ୩୬୬ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୭୬୪ ଜଣଙ୍କ ଜୀବନ ଯାଇଛି। ୨୦୧୮ ମସିହାରେ ୪୯୬ଟି ଦୁର୍ଘଟଣାରେ ୨୫୮, ୨୦୧୯ ମସିହାରେ ୨୦୦ଟି ଦୁର୍ଘଟଣାରେ ୨୧୨, ୨୦୨୦ ମସିହାରେ ୩୯୫ଟି ଦୁର୍ଘଟଣାରେ ୧୯୨ ଓ ୨୦୨୧ ମସିହା ଅଗଷ୍ଟ ସୁଦ୍ଧା ୨୫୭ଟି ଦୁର୍ଘଟଣାରେ ୧୦୨ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ଜିଲାରେ ୬ଟି ବ୍ଲାକ ସ୍ପଟ୍‌ ଚିହ୍ନଟ କରାଯାଇଛି। ବଇଣ୍ଡାର ଲୁହାମୁଣ୍ଡା, ବଇଣ୍ଡା ଛକ, ତୁକୁଡ଼ା, ତୁବେ, ପଞ୍ଚମହଲା, କାଲଟାକ୍ସ ଅଞ୍ଚଳ ଦୁର୍ଘଟଣାପ୍ରବଣ ହୋଇଥିବାବେଳେ ରାଜ୍ୟସ୍ତରୀୟ ଟିମ୍‌ ଏହାର ଯାଞ୍ଚ କରିସାରିଛନ୍ତି। ଏଠାରେ କିପରି ଦୁର୍ଘଟଣା ରୋକାଯିବ ସେ ନେଇ ଉକ୍ତ ଟିମ୍‌ ରିପୋର୍ଟ ପ୍ରସ୍ତୁତ କରିବ। ତେବେ ଏନ୍‌ଏଚ୍‌ଏଆଇ ଦାୟିତ୍ୱବାନ ହେଉ ନ ଥିବାରୁ ୨୦୧୬ ମସିହାରୁ ଏନ୍‌ଏଚ୍‌ ୫୫ର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଶେଷ ହୋଇପାରୁ ନାହିଁ। ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ୧୨୫୫ କୋଟି ଓ ଅନୁଗୋଳରୁ କଟକ ପର୍ଯ୍ୟନ୍ତ ୫୮୩ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିଲେ ବି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି।

ଗୁଡ୍‌ ସମରିଟାନ ପୁସ୍ତକ ଗଲା କୁଆଡ଼େ
ଲୋକମାନଙ୍କୁ ସଚେତନ କରି ନ ପାରିବା ଓ ଏନ୍‌ଏଚ୍‌ଏଆଇର ବୈମାତୃକ ମନୋଭାବ କାରଣରୁ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି। ଗୁଡ୍‌ ସମରିଟାନ ପୁସ୍ତକ ମେଡିକାଲରେ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ। ଏ ସମ୍ପର୍କରେ ଜିଲାର ବହୁ ଲୋକ ଅବଗତ ନ ଥିଲେ ବି ସେ ଦିଗରେ ପଦକ୍ଷେପ ନାହିଁ।
-କଲ୍ୟାଣ କିଶୋର ମହାନ୍ତି

ସଦସ୍ୟ, ସଡ଼କ ସୁରକ୍ଷା କମିଟି

ମରାମତି ବାବଦ ୧୩ କୋଟି ମିଳିନି
ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ପରେ ରାସ୍ତା ମରାମତି କରାଯାଉଛି। ଏ ବାବଦରେ ବର୍ତ୍ତମାନ ସୁଦ୍ଧା ୧୩ କୋଟି ଟଙ୍କା ଗାୟତ୍ରୀ ପ୍ରୋଜେକ୍ଟ ଖର୍ଚ୍ଚ କରିସାରିଛି। କିନ୍ତୁ ଟଙ୍କାଟିଏ ବି ସଂସ୍ଥାକୁ ମିଳିନାହିଁ। ତେଣୁ ପଞ୍ଚମହଲାରୁ ବଅଁରପାଳ ପର୍ଯ୍ୟନ୍ତ ଖରାପ ହୋଇଯାଇଥିବା ରାସ୍ତା ମରାମତି କରିବା ସମ୍ଭବ ନୁହେଁ ।
-ଜି.ପଦ୍ମନାଭ
ଡିଜିଏମ୍‌, ଗାୟତ୍ରୀ ପ୍ରୋଜେକ୍ଟ

ଦାୟିତ୍ୱ ତୁଲାଉନି ଏନ୍‌ଏଚ୍‌ଏଆଇ
୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ। ଅନୁଗୋଳରୁ ବଇଣ୍ଡା ଓ ବଅଁରପାଳ ରାସ୍ତାରେ ତାହା ବାରି ହୋଇପଡ଼ୁଛି। ବୈଠକରେ ଦେଉଥିବା ପ୍ରତିଶ୍ରୁତି ଠିକାସଂସ୍ଥା ପାଳନ କରୁନାହିଁ। ଏନ୍‌ଏଚ୍‌ଏଆଇ ମଧ୍ୟ ଠିକ୍‌ ଭାବେ ତଦାରଖ କରୁ ନ ଥିବାରୁ ରାଜପଥରେ ଦୁର୍ଘଟଣା ଘଟି ଜୀବନ ଯାଉଛି।
-ବିଭୂତି ଦାସ
ସଭାପତି, ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ

ପ୍ରଶାସନ କେବଳ ଡଷ୍ଟ ପକାଉଛି
୫୫ ନଂ. ଜାତୀୟ ରାଜପଥର ନୂଆହତାରୁ ପଞ୍ଚମହଲା ରାସ୍ତା ମରାମତି କରାଯାଉ ନାହିଁ। ଏଠାରେ ହୋଇଥିବା ବଡ଼ ବଡ଼ ଖାଲଖମାରେ ପ୍ରଶାସନ କେବଳ ଡଷ୍ଟ ପକାଇ କାମ ସାରି ଦେଉଛି। ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ଉପରେ ପ୍ରଶାସନ ଚାପ ପକାଉ ନ ଥିବାରୁ ଜାତୀୟ ଓ ରାଜ୍ୟ ରାଜପଥ ଏପରି ରକ୍ତରଞ୍ଜିତ ହେଉଛି।
-ଅମ୍ବିକା ଭଟ୍ଟ
ସଭାପତି, ଜିଲା ଟ୍ରକ୍‌ ମାଲିକ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri