ରକ୍ତରଞ୍ଜିତ ହେଉଛି ରାଜପଥ

ଅନୁଗୋଳ ଅଫିସ, ୨୪ା୯ଶେଷ ହେଉନି ସମ୍ପ୍ରସାରଣ। ଆଗଉନି ଓଭରବ୍ରିଜ୍‌, ଅଣ୍ଡରପାସ୍‌ ନିର୍ମାଣ। ପୂରଣ କରାଯାଉନି ଖାଲଖମା କି ମରାମତି ହେଉନି ବାଇପାସ୍‌। ୫ ବର୍ଷ ହେଲା ଏପରି ଅବସ୍ଥା ଯୋଗୁ ଏକପ୍ରକାର ମରଣଯନ୍ତା ପାଲଟିଛି ଅନୁଗୋଳ ଦେଇ ଯାଇଥିବା ୫୫ ନଂ. ଜାତୀୟ ରାଜପଥ। ଜିଲାରେ ଥିବା ରାଜ୍ୟ ରାଜପଥର ବହୁ ସ୍ଥାନ ମଧ୍ୟ ଦୁର୍ଘଟଣାପ୍ରବଣ। ଏହାକୁ ନେଇ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ପ୍ରତିଥର ଉଦ୍‌ବେଗ ପ୍ରକାଶ ପାଉଛି। ସଡ଼କ ସୁରକ୍ଷା ଓ ଯାତ୍ରୀଙ୍କ ଜୀବନ ରକ୍ଷାକୁ ପ୍ରାଥମିକତା ଦେବାକୁ କୁହାଯାଉଛି। କିନ୍ତୁ ସମ୍ପ୍ରସାରଣ, ମରାମତି ଦାୟିତ୍ୱରେ ଥିବା ଠିକାସଂସ୍ଥା କି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏ ଦିଗରେ ଆବଶ୍ୟକ ଦୃଷ୍ଟି ଦେଉନାହାନ୍ତି। ଖାସ୍‌ ଏହି କାରଣରୁ ଘଟୁଛି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା। ରକ୍ତରଞ୍ଜିତ ହେଉଛି ରାଜପଥ।

ପ୍ରତ୍ୟେକ ମାସରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ବସୁଛି। ଦୁର୍ଘଟଣା ରୋକିବାକୁ ଏଥିରେ ନାନା ଯୋଜନା ପ୍ରସ୍ତୁତ ହେଉଛି। କମିଟି ଅଧ୍ୟକ୍ଷ ତଥା ଜିଲାପାଳଙ୍କ ଅନୁରୋଧ କ୍ରମେ କେତେକ ସ୍ଥାନରେ ରାସ୍ତା ମରାମତି କରାଯାଉଛି। କିନ୍ତୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ସେପରି ତତ୍ପରତା ପ୍ରକାଶ କରାଯାଉ ନାହିଁ। ଏପରି କି ଆହୂତ ବୈଠକକୁ ଏନ୍‌ଏଚ୍‌ଏଆଇ ଅଧିକାରୀମାନେ ଆସୁନାହାନ୍ତି। ସେମାନେ ନିଜ ପ୍ରତିନିଧିଙ୍କୁ ପଠାଇ ଦାୟିତ୍ୱ ଶେଷ କରିଦେଉଛନ୍ତି। ଏନ୍‌ଏଚ୍‌ଏଆଇର ଏପରି ଅସହଯୋଗ ଯୋଗୁ ଅନୁଗୋଳ ଜିଲାରେ ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଜିଲାରେ ୧ହଜାର ୩୬୬ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୭୬୪ ଜଣଙ୍କ ଜୀବନ ଯାଇଛି। ୨୦୧୮ ମସିହାରେ ୪୯୬ଟି ଦୁର୍ଘଟଣାରେ ୨୫୮, ୨୦୧୯ ମସିହାରେ ୨୦୦ଟି ଦୁର୍ଘଟଣାରେ ୨୧୨, ୨୦୨୦ ମସିହାରେ ୩୯୫ଟି ଦୁର୍ଘଟଣାରେ ୧୯୨ ଓ ୨୦୨୧ ମସିହା ଅଗଷ୍ଟ ସୁଦ୍ଧା ୨୫୭ଟି ଦୁର୍ଘଟଣାରେ ୧୦୨ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ଜିଲାରେ ୬ଟି ବ୍ଲାକ ସ୍ପଟ୍‌ ଚିହ୍ନଟ କରାଯାଇଛି। ବଇଣ୍ଡାର ଲୁହାମୁଣ୍ଡା, ବଇଣ୍ଡା ଛକ, ତୁକୁଡ଼ା, ତୁବେ, ପଞ୍ଚମହଲା, କାଲଟାକ୍ସ ଅଞ୍ଚଳ ଦୁର୍ଘଟଣାପ୍ରବଣ ହୋଇଥିବାବେଳେ ରାଜ୍ୟସ୍ତରୀୟ ଟିମ୍‌ ଏହାର ଯାଞ୍ଚ କରିସାରିଛନ୍ତି। ଏଠାରେ କିପରି ଦୁର୍ଘଟଣା ରୋକାଯିବ ସେ ନେଇ ଉକ୍ତ ଟିମ୍‌ ରିପୋର୍ଟ ପ୍ରସ୍ତୁତ କରିବ। ତେବେ ଏନ୍‌ଏଚ୍‌ଏଆଇ ଦାୟିତ୍ୱବାନ ହେଉ ନ ଥିବାରୁ ୨୦୧୬ ମସିହାରୁ ଏନ୍‌ଏଚ୍‌ ୫୫ର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଶେଷ ହୋଇପାରୁ ନାହିଁ। ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ୧୨୫୫ କୋଟି ଓ ଅନୁଗୋଳରୁ କଟକ ପର୍ଯ୍ୟନ୍ତ ୫୮୩ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିଲେ ବି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି।

ଗୁଡ୍‌ ସମରିଟାନ ପୁସ୍ତକ ଗଲା କୁଆଡ଼େ
ଲୋକମାନଙ୍କୁ ସଚେତନ କରି ନ ପାରିବା ଓ ଏନ୍‌ଏଚ୍‌ଏଆଇର ବୈମାତୃକ ମନୋଭାବ କାରଣରୁ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି। ଗୁଡ୍‌ ସମରିଟାନ ପୁସ୍ତକ ମେଡିକାଲରେ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ। ଏ ସମ୍ପର୍କରେ ଜିଲାର ବହୁ ଲୋକ ଅବଗତ ନ ଥିଲେ ବି ସେ ଦିଗରେ ପଦକ୍ଷେପ ନାହିଁ।
-କଲ୍ୟାଣ କିଶୋର ମହାନ୍ତି

ସଦସ୍ୟ, ସଡ଼କ ସୁରକ୍ଷା କମିଟି

ମରାମତି ବାବଦ ୧୩ କୋଟି ମିଳିନି
ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ପରେ ରାସ୍ତା ମରାମତି କରାଯାଉଛି। ଏ ବାବଦରେ ବର୍ତ୍ତମାନ ସୁଦ୍ଧା ୧୩ କୋଟି ଟଙ୍କା ଗାୟତ୍ରୀ ପ୍ରୋଜେକ୍ଟ ଖର୍ଚ୍ଚ କରିସାରିଛି। କିନ୍ତୁ ଟଙ୍କାଟିଏ ବି ସଂସ୍ଥାକୁ ମିଳିନାହିଁ। ତେଣୁ ପଞ୍ଚମହଲାରୁ ବଅଁରପାଳ ପର୍ଯ୍ୟନ୍ତ ଖରାପ ହୋଇଯାଇଥିବା ରାସ୍ତା ମରାମତି କରିବା ସମ୍ଭବ ନୁହେଁ ।
-ଜି.ପଦ୍ମନାଭ
ଡିଜିଏମ୍‌, ଗାୟତ୍ରୀ ପ୍ରୋଜେକ୍ଟ

ଦାୟିତ୍ୱ ତୁଲାଉନି ଏନ୍‌ଏଚ୍‌ଏଆଇ
୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ। ଅନୁଗୋଳରୁ ବଇଣ୍ଡା ଓ ବଅଁରପାଳ ରାସ୍ତାରେ ତାହା ବାରି ହୋଇପଡ଼ୁଛି। ବୈଠକରେ ଦେଉଥିବା ପ୍ରତିଶ୍ରୁତି ଠିକାସଂସ୍ଥା ପାଳନ କରୁନାହିଁ। ଏନ୍‌ଏଚ୍‌ଏଆଇ ମଧ୍ୟ ଠିକ୍‌ ଭାବେ ତଦାରଖ କରୁ ନ ଥିବାରୁ ରାଜପଥରେ ଦୁର୍ଘଟଣା ଘଟି ଜୀବନ ଯାଉଛି।
-ବିଭୂତି ଦାସ
ସଭାପତି, ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ

ପ୍ରଶାସନ କେବଳ ଡଷ୍ଟ ପକାଉଛି
୫୫ ନଂ. ଜାତୀୟ ରାଜପଥର ନୂଆହତାରୁ ପଞ୍ଚମହଲା ରାସ୍ତା ମରାମତି କରାଯାଉ ନାହିଁ। ଏଠାରେ ହୋଇଥିବା ବଡ଼ ବଡ଼ ଖାଲଖମାରେ ପ୍ରଶାସନ କେବଳ ଡଷ୍ଟ ପକାଇ କାମ ସାରି ଦେଉଛି। ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ଉପରେ ପ୍ରଶାସନ ଚାପ ପକାଉ ନ ଥିବାରୁ ଜାତୀୟ ଓ ରାଜ୍ୟ ରାଜପଥ ଏପରି ରକ୍ତରଞ୍ଜିତ ହେଉଛି।
-ଅମ୍ବିକା ଭଟ୍ଟ
ସଭାପତି, ଜିଲା ଟ୍ରକ୍‌ ମାଲିକ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ

ଭୁବନେଶ୍ୱର,୩୧ା୩ (ବ୍ୟୁରୋ)- ମଦ୍ୟପାନ କୋଭିଡ୍‌-୧୯ ସଂକ୍ରମଣ ରୋକିପାରିବନି। କରୋନାରୁ ବଞ୍ଚତ୍ବା ପାଇଁ ମଦ୍ୟପାନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଶରୀରର ପ୍ରତିରୋଧକାରୀ ଶକ୍ତି...

ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ କଳାହାଣ୍ଡିର ନୃତ୍ୟ ଦଳ

ଭବାନୀପାଟଣା,୧।୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଭାନୀପାଟଣା ପ୍ରତିଭା ଅନୁଷ୍ଠାନର ବଜାଶାଲ ନୃତ୍ୟ ଦଳ ଜାତୀୟ ପରେଡ୍‌ରେ ଯୋଗଦେବା ପାଇ ମନୋନୀତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଧ୍ୟାନାନନ୍ଦ ପଣ୍ଡା...

ଏବେ ରାଜ୍ୟରେ ନାଇଟ୍‌ କର୍ଫ୍ୟୁର ଆବଶ୍ୟକତା ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ନାଇଟ୍‌ କର୍ଫ୍ୟୁକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମତ ରଖିଛନ୍ତି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାର ସ୍ଥିତି ଭଲ...

ଥୋମାସ କପ୍‌ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଥୋମାସ କପ୍‌ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହ ଥୋମାସ କପ୍‌ ଜିତିଥିବା ଭାରତୀୟ...

କୋଭିଡ୍‌ ହସ୍ପିଟାଲକୁ ଗଞ୍ଜାମ ଜିଲାପାଳଙ୍କ ଅଚାନକ ଗସ୍ତ: ପରିଦର୍ଶନ ପରେ କହିଲେ ‘ଏମ୍‌କେସିଜିରେ ଅକ୍ସିଜେନ ଅଭାବ ଖବର ମିଥ୍ୟା’

ଛତ୍ରପୁର,୨୪।୪(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ। ପିପିଇ କିଟ୍‌ ପିନ୍ଧି ଜିଲାପାଳ ଉକ୍ତ...

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ: ନୂଆ ଯୋଜନା ସଫଳ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୦।୭-ଆଠମଲ୍ଲିକ ବନଖଣ୍ଡ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ ୨ର ୪ର୍ଥ ଜିଲା ପରାମର୍ଶଦାତା କମିଟି ବୈଠକ ମଙ୍ଗଳବାର ଜିଲାପାଳ ମନୋଜ କୁମାର...

୪ ରାଜ୍ୟରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଜୋର ଧରିଲା ବିଜେପୁର ଉପନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ଆସନ୍ତା ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଏନେଇ...

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ ଅଫିସ,୧୯।୪: ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା। ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଚରମ୍ପା ଓ ଏରେଇଁରୁ ରବିବାର କଣ୍ଟେନମେଣ୍ଟ କଟକଣା ଉଠାଇ ଦିଆଯାଇଛି। କିନ୍ତୁ...

Advertisement
Archives

Model This Week