ବହୁତଳ ଆପାର୍ଟମେଣ୍ଟ ବର୍ଷାଜଳ ନିଷ୍କାସନର ପ୍ରତିବନ୍ଧକ

ବ୍ରହ୍ମପୁର,୨୫।୬(ସ୍ମୃତି ରଞ୍ଜନ ମହାଲିକ)ମୌସୁମୀ ପ୍ରଭାବରେ ଗତ ୩ ଦିନ ଧରି ବ୍ରହ୍ମପୁରରେ ଲାଗି ରହିଥିବା ଳଗାଣ ବର୍ଷା କାରଣରୁ ସହରତଳି ଅଞ୍ଚଳଗୁଡିକ ନର୍ଦ୍ଦମା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି। ସହରତଳି ଅଞ୍ଚଳ ଗୁଡିକରେ ବ୍ୟବସ୍ଥିତ ଡ୍ରେନର ଅଭାବ, ବିପର୍ଯ୍ୟସ୍ତ ରାସ୍ତା ଘାଟ ଓ ଯୋଜନା ବିହୀନ ଭାବେ ମନମୁଖୀ ବହୁ ତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। ବର୍ତ୍ତମାନ ବର୍ଷାର ପ୍ରଭାବରେ ବ୍ରଜନଗର, ଶକ୍ତି ନଗର, ଶ୍ରୀମା ନଗର, ଆଦିଶକ୍ତି ନଗର, ହନୁମାନ ନଗର, ବାସୁଦେବ ନଗର, କାଳୁଆ ନଗର, ବାପୁଜୀ ନଗର, ଖାରବେଳ ନଗର, ବସନ୍ତ ବିହାର, ଗାୈତମ ନଗର, ଗୋବିନ୍ଦ ବିହାର, ରାମକୃଷ୍ଣ ନଗର, ନୀଳାଞ୍ଚଳ ନଗର ଓ ଅଳକାପୁରୀ ଅଞ୍ଚଳରେ ବର୍ଷା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଯାହାଫଳରେ ରାସ୍ତାରେ ଯାତାୟତ ସମସ୍ୟା ପାଲଟିଛି। ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ଦିନରେ ଲଘୁଚାପ ବର୍ଷା ଆସୁଥିବାରୁ ବଡ ବର୍ଷା ହେଲେ ସହରତଳି ଅଞ୍ଚଳଗୁଡିକରେ କିଭଳି ପରିସ୍ଥିତି ସୃଷ୍ଟି ହେବ ତାହା ସହଜରେ ଅନୁମେୟ। ସେହିଭଳି ସହରତଳି ଅଞ୍ଚଳ ଦେଇ ଯାଇଥିବା ବାହାନା ନାଳ ବର୍ଷା ଦିନ ପୂର୍ବରୁ ସଫେଇ ଓ ପୁନଃ ରୁଦ୍ଧାର ନ ହେବା ଫଳରେ ଆଗାମୀ ଦିନରେ ପରିସ୍ଥିତି ସଂଗୀନ ହେବ। ଫଳରେ ସହରତଳି ବାସିନ୍ଦା ଜଳବନ୍ଦୀ ଜୀବନ ବିତାଇବେ ବୋଲି କମିଟି ପକ୍ଷରୁ କୁହାଯାଇଛି। ଯଦି ମହାନଗର ନିଗମ ପକ୍ଷରୁ ସହର ତଳି ଅଞ୍ଚଳ ଗୁୁଡିକରେ ପ୍ଲାନିଂ କରାଯାଇ ଡ୍ରେନ ନିର୍ମାଣ କରାଯାଇ ସେଗୁଡିକୁ ବାହାନା ନାଳ ସହ ସଂଯୋଗୀକରଣ କରାଗଲେ ବର୍ଷା ପାଣି ବାହାନା ନାଳରେ ପ୍ରବାହିତ ହୁଅନ୍ତା। ଏଥିସହ ସହରତଳି ଅଞ୍ଚଳ ଗୁଡିକରେ ଛତୁ ଫୁଟିଲା ଭଳି ଗଢୁ ଉଠିଥିବା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ପାଇଁ ବର୍ଷା ଜଳ ପ୍ରାକୃତିକ ନିଷ୍କାସନର ପ୍ରତିବନ୍ଧକ ଉପୁଜିଛି ବୋଲି କମିଟି କହିଛି। ତତସହିତ ବିଇଏମସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ ସଫେଇ କାର୍ଯ୍ୟକୁ ନିଆଯାଇଛି। ସହରତଳି ଅଞ୍ଚଳ ଏ ସବୁ ସୁବିଧାରୁ ବାଦ ପଡିଛି। ଯାହାଦ୍ୱାରା ସହରତଳି ଅଞ୍ଚଳ ବାସିନ୍ଦା ବର୍ଷା ଦିନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କମିଟି ଅଭିଯୋଗ କରିଛି। ଏଣୁ ସହରତଳି ଅଞ୍ଚଳକୁ ବିଇଏମସିରେ ସାମିଲ କରାଯାଇ ଅବ୍ୟବସ୍ଥା ଡ୍ରେନର ସୁଧାର ଆଣିବା ସହ ପରିମଳ ବ୍ୟବସ୍ଥାରେ ମଧ୍ୟ ସୁଧାର ଆଣିବା ପାଇଁ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?