Odisha Elections 2024

ହାଇକୋର୍ଟଙ୍କ ରହିତାଦେଶ ଆଣିଲା ଆଶ୍ବସ୍ତି

ନୟାଗଡ଼,୨୫।୬(ଲୋକନାଥ ମିଶ୍ର)୨୦୧୯ ସଂଶୋଧିତ ପଦୋନ୍ନତି ପ୍ରକ୍ରିୟାରେ ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ୪ ଥର ହୋଇଛି l ତେବେ ଚତୁର୍ଥ ପର୍ଯ୍ୟାୟରେ ଚାଲିଥିବା ପଦୋନ୍ନତିରେ ସମାନତା ନ ରହିବାରୁ ପ୍ରତିବାଦ ଉଠିଛି। ଚତୁର୍ଥ ପର୍ଯ୍ୟାୟର ପଦୋନ୍ନତିକୁ ତ୍ରୁଟିପୂର୍ଣ୍ଣ ଚାଲେଞ୍ଜ କରି ପଦୋନ୍ନତିରୁ ବଞ୍ଚିତ ଶିକ୍ଷକମାନେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।ହାଇକୋର୍ଟ ରିଟ୍‌ ପିଟିଶନକୁ ଗ୍ରହଣ କରି ପ୍ରଥମେ ୩।୭।୨୦୨୩ ପର୍ଯ୍ୟନ୍ତ ରହିତାଦେଶ ଦେଇଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ୨୨।୬।୨୦୨୩ ରିଖଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ତ୍ରୁଟିପୂର୍ଣ୍ଣ ପଦୋନ୍ନତି ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଦେଇଛନ୍ତି l ଏପରି ତ୍ରୁଟିପୂର୍ଣ୍ଣ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶକୁ ପ୍ରାଥମିକ ଶିକ୍ଷକମାନେ ସ୍ବାଗତ କରିଛନ୍ତି। ତେବେ ରାଜ୍ୟସାରା ଗୋଟିଏ ନିୟମରେ ପଦୋନ୍ନତି ୬।୫।୨୦୨୩ ଚିଠିକୁ ପ୍ରତ୍ୟାହାର ଓ ୨୦୧୧ ପୂର୍ବରୁ ନିଯୁକ୍ତି ପାଇ ପରେ ଉଚ୍ଚ ଶିକ୍ଷା ହାସଲ କରିଥିବା ଶିକ୍ଷକଙ୍କ କ୍ଷେତ୍ରରେ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶକୁ ବାତିଲ କରିବା ସହିତ ପୂର୍ବ ତିନୋଟି ପଦୋନ୍ନତି ପରି ଏବେର ପଦୋନ୍ନତିକୁ କାର୍ଯ୍ୟକାରୀ କରିବା ପାଇଁ ଦାବି ଉଠିଛି। ପ୍ରାଥମିକ ଶିକ୍ଷକମାନଙ୍କର ଦାବିକୁ ପୂରଣ କରିବା ପାଇଁ ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ପୂର୍ବତନ ସାଧାରଣ ସମ୍ପାଦକ ଶେଖ ଅବଦୁଲ ଖାଲିକ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏଭଳି ସ୍ଥଳେ ରହିତାଦେଶକୁ ଅବମାନନା କରି ନୟାଗଡ଼ ଜିଲାରେ ଗତ ୧୭।୬।୨୦୨୩ରେ ପଦୋନ୍ନତି ଦିଆଯାଇଛି ବୋଲି ଅଭିଯୋଗ ଉଠିଛି।
ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକ ଯୋଗ୍ୟତା ସହିତ ଓଟିଇଟି ପାସ କରିବା ୧୧।୨।୨୦୧୧ଠାରୁ ବାଧ୍ୟତା ମୂଳକ କରାଯାଇଛି । ୨୦୧୧ ପରଠାରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ପଞ୍ଚମ ବର୍ଗ ଚାକିରି ଆରମ୍ଭ ଲେଭଲ – ପାଞ୍ଚ (କ) ହୋଇଥିବା ବେଳେ ପରବର୍ତ୍ତୀ ବର୍ଗକୁ ଲେଭଲ ପାଞ୍ଚ (ଖ) ଧରାଯାଇଛି । ଲେଭଲ ପାଞ୍ଚ (ଖ)ରେ ୨ ପ୍ରକାର ଶିକ୍ଷକ ପଦୋନ୍ନତି ପାଇବେ । ସ୍ନାତକ ସହିତ ବିଏଡ୍‌ ବା ସିଟି ଯୋଗ୍ୟତାଙ୍କ ପାଇଁ ଗୋଟିଏ ବର୍ଗ ହୋଇଥିବା ବେଳେ ମାଟ୍ରିକ ସିଟି ବା ଆଇଏ ସିଟିକୁ ଆଉ ଏକ ବର୍ଗରେ ସାମିଲ କରାଯାଇଛି । ପ୍ରଥମ ବର୍ଗକୁ ବିଷୟଭିତ୍ତିକ ଶିକ୍ଷକ ଓ ଅନ୍ୟ ବର୍ଗକୁ ସାଧାରଣ ଶିକ୍ଷକ ବା ବରିଷ୍ଠ ଶିକ୍ଷକ କୁହାଯାଉଛି । ଶିକ୍ଷକ ଲେଭଲ ପାଞ୍ଚ(ଖ)ରୁ ପୁଣି ପଦୋନ୍ନତି ପାଇ ପ୍ରଥମ ବର୍ଗର ଶିକ୍ଷକ ବିଏ ବିଏଡ୍‌ ବା ବିଏ ସିଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲେଭଲ- ଚାରି ବିଷୟଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ପାଇବେ। ଅନ୍ୟ ବର୍ଗ ଯଥା ଆଇଏ ସିଟି ଓ ମାଟ୍ରିକ ସିଟି ଶିକ୍ଷକ ଲେଭଲ ଚାରି ହୋଇ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ହେବେ । ଏହା ୨୦୧୯ ସଂଶୋଧିତ କ୍ୟାଡର ନିୟମ ଅନୁଯାୟୀ ଚାଲି ଆସୁଥିଲା। କିନ୍ତୁ ରାଜ୍ୟ ସରକାର ଚଳିତ ବର୍ଷର ପଦୋନ୍ନତି ପ୍ରକ୍ରିୟାକୁ ୩୧।୫।୨୦୨୩ ସୁଦ୍ଧା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ l ସେହି ଅନୁଯାୟୀ ସବୁ ଜିଲା ଶିକ୍ଷା କାର୍ଯ୍ୟାଳୟରେ କାମ ଆରମ୍ଭ ହୋଇ ଚୂଡ଼ାନ୍ତ ଅନୁମୋଦନ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପଦୋନ୍ନତି ତାଲିକା ପଠା ଯାଇଥିଲା ା ହେଲେ ପଦୋନ୍ନତି ତାଲିକାକୁ ନିର୍ଦ୍ଦେଶାଳୟ ଅନୁମୋଦନ କରିବା ପରିବର୍ତ୍ତେ ପକାଇ ରଖି ୬।୫।୨୦୨୩ରେ ଆଉ ଏକ ନିର୍ଦ୍ଦେଶନାମା ପ୍ରକାଶ କଲେ । ଏଥିରେ କୁହାଗଲା ଯେ ଯେଉଁମାନେ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗ ପ୍ରଧାନଶିକ୍ଷକକୁ ପଦୋନ୍ନତି ପାଇବେ ସେମାନେ ଯଦି ୨୦୧୧ ମସିହା ପରେ ସ୍ନାତକ ବା ବିଏଡ୍‌ ଯୋଗ୍ୟତା ହାସଲ କରିଛନ୍ତି ତେବେ ଓଟିଇଟି ୨ ପାସ କରିବା ବାଧ୍ୟତାମୂଳକ । ପୁଣି ପ୍ରଥମ ନିଯୁକ୍ତିକୁ ବରିଷ୍ଠତା ବଦଳାଯାଇ ଓଟିଇଟି ଉତ୍ତୀର୍ଣ୍ଣ ଦିନଠାରୁ ବରିଷ୍ଠତା ଗଣନା କରାଯାଇ ପଦୋନ୍ନତି ତାଲିକା ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଲେ । ନୂଆ ନିୟମ ଅନୁଯାୟୀ ତାଲିକା ପ୍ରସ୍ତୁତ ବେଳେ ପାଖାପାଖି ୩୦ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତିରୁ ବାଦ ପଡିଛନ୍ତି । ପୁଣି ୨୦୧୧ ପୂର୍ବ ନିଯୁକ୍ତି ଶିକ୍ଷକଙ୍କ ପାଇଁ ଓଟିଇଟି ପାସର ନିୟମ ନାହିଁ। ଏପରିସ୍ଥଳେ ପଦୋନ୍ନତି ବଞ୍ଚିତ ଶିକ୍ଷକମାନେ ଅଦାଲତର ଆଶ୍ରୟ ନେଇ ରହିତାଦେଶ ଆଣିଛନ୍ତି। ପୂର୍ବରୁ ଭଦ୍ରକ, ଢେଙ୍କାନାଳ ଓ କନ୍ଧମାଳ କେବଳ ପଦୋନ୍ନତି ଦେଇଥିବା ବେଳେ ରହିତାଦେଶ ପରେ ଅନ୍ୟ ଜିଲାରେ ପଦୋନ୍ନତି ହୋଇପାରିବ ନାହିଁ। ତେବେ ନୟାଗଡ଼ ଜିଲାରେ ପଦୋନ୍ନତି ସୁତାଖିଅରେ ଝୁଲିଲା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସର ଏମପି ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ।...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ...

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri