ଆବାସ ଯୋଜନାରେ ଲାଞ୍ଚ କାରବାର

ଖଣ୍ଡପଡ଼ା,୨୫।୬(ଅଜୟ କୁମାର ମହାରଣା)ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ା ମାତ୍ର ପ୍ରଶାସନିକ ସ୍ଥାଣୁତାର ସୁଯୋଗ ନେଇ କେତେଜଣ ଦୁର୍ନୀତିଗସ୍ତ ପ୍ରଶାସନିକ ଅଧିକାରୀମାନଙ୍କ ସହଭାଗିତାରେ ହିତାଧିକାରୀଙ୍କ ଠାରୁ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବା ନିମନ୍ତେ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହୋଇଛି ା ଖଣ୍ଡପଡ଼ା ବ୍ଲକ ଅଧୀନ ୨୨ ପଞ୍ଚାୟତରୁ ଆବାସ ଯୋଜନାରେ ଲାଞ୍ଚ ଆଦାୟ ନେଇ ଏକାଧିକ ଅଭିଯୋଗ ବ୍ଳକ ପ୍ରଶାସନ ଓ ଜିଲାପାଳଙ୍କ ନିକଟରେ ବିଭିନ୍ନ ସମୟରେ ପହଞ୍ଚୁଥିଲେ ହେଁ ସେଥିପ୍ରତି ପ୍ରଶାସନ ସେତେଟା ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି ା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକ ଆବାସ ଯୋଜନାରେ ଗୃହ ପାଇବାକୁ ଯୋଗ୍ୟ ବିବେଚିତ ମହିଳା ହିତାଧିକାରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଡ଼ାକି ମୋଟା ଅଙ୍କର ଅର୍ଥ ଦାବି କରୁଥିବା ନେଇ ଅଭିଯୋଗ ହେଉଛି ା
ଏ ସମ୍ପର୍କରେ ଶୁକ୍ରବାର କଣ୍ଟିଲୋ ପଞ୍ଚାୟତ ଅଞ୍ଚଳର ସୀତା ଦଳେଇ, ପଙ୍କଜିନୀ ନାୟକ, ଆରତୀ ସାହୁ, ବୀଣାପାଣି ଶିରୋମଣି, ପ୍ରତିମା ସାହୁ, ସୁଲୋଚନା ଖଟୁଆ, ସବିତା ମହାରଣା, ଦୀପା ସାହୁ ପ୍ରମୁଖଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ଖଣ୍ଡପଡ଼ା ବ୍ଲକକୁ ଯାଇ ବିଡିଓଙ୍କ ପରାମର୍ଶକ୍ରମେ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅଭିଯୋପତ୍ର ପ୍ରଦାନ କରିଛନ୍ତି ା
ଏ ସମ୍ପର୍କରେ ଜିଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇ ଥିବା ସୂଚନା ମିଳିଛି ା ଏହାଛଡା ସମ୍ପୃକ୍ତ ମହିଳାମାନେ ଅଭିଯୋଗର ସତ୍ୟାସତ୍ୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ା ଏ ସମ୍ପର୍କରେ ଭିଏଲଡବ୍ଳ୍ୟୁ ସସ୍ମିତା ବେହେରାଙ୍କୁ ପଚାରିବାରେ ଅଭିଯୋଗର ସତ୍ୟତା ନ ଥିବା କହିଛନ୍ତି ା ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ) ଅମିତ କୁମାର ବଡସେଟଙ୍କ ସହ ଯୋଗାଯୋଗ କରିବାରେ ଆବାସ ଯୋଜନାରେ ପ୍ରସ୍ତୁତ ତାଲିକାଭୁକ୍ତ ହିତାଧିକାରୀମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଏକାଧିକବାର ତଦନ୍ତ କରାଯାଇ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ା ଯେଉଁମାନଙ୍କ ନାମ ତାଲିକରୁ ବାଦ ଦିଆଯାଇଛି ସମ୍ପୃକ୍ତ ବ୍ୟକ୍ତିମାନେ ଅଯଥାରେ ଲାଞ୍ଚ ମାଗୁଥିବା ଆଳକରି ଅଭିଯୋଗ କରୁଥିବା କହିଛନ୍ତି ା
ଅପରପକ୍ଷେ ବିଡିଓ ଅରୁଣୀମା ସାହୁଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରେ ଅଭିଯୋଗ ସମ୍ପର୍କରେ ସେ ଜାଣି ନ ଥିବା କହିଛନ୍ତି ା ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ଯଦି ବାଦ ଦିଆଯାଇଛି, ତେବେ ହିତାଧିକାରୀମାନଙ୍କ ଅଭିଯୋଗ କ୍ରମେ ପୁନର୍ବାର ସର୍ଭେ କରାଯାଇ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା
ଉପରୋକ୍ତ ହିତାଧିକାରୀମାନଙ୍କ ଘରକୁ ୫ରୁ ଊର୍ଦ୍ଧ୍ୱ ଥର ବ୍ଳକ ପ୍ରଶାସନ ସହ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସସ୍ମିତା ବେହେରା, ବ୍ଳକ କନିଷ୍ଠ ଯନ୍ତ୍ରୀ ସୁନୀତା ବେହେରା ପ୍ରମୁଖ ସର୍ଭେ କରି ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇଥିଲା ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି ା ଅଧିକାରୀମାନଙ୍କ ଦାବି ମୁତାବକ ଟଙ୍କା ଦେଇ ପାରି ନ ଥିବାରୁ ଆମଙ୍କୁ ବାଦ୍‌ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?