![](https://www.dharitri.com/wp-content/uploads/2021/07/33-4.jpg)
ଭୁବନେଶ୍ୱର,୫।୭: ରାଜ୍ୟରେ ୨୦ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ପ୍ରାଣ ହରାଇଛନ୍ତି। ୧୩୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ଟି ଜିଲାରୁ ଏହି ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଓ ଖୋର୍ଦ୍ଧାରୁ ୨୧ଜଣ ଲେଖାଏ ଥିବା ବେଳେ ବାଲେଶ୍ୱରରୁ ୮, ଅନୁଗୋଳ ଓ କଟକରୁ ୭ ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୋମବାର ଏହି ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟରେ କାଁ ଭାଁ ବ୍ଲାକ୍ ଫଙ୍ଗସ ସାମଲା ଆସୁଛି। ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ମାମଲା ଏତେ ଭୟଙ୍କର ଅବସ୍ଥା ସୃଷ୍ଟି କରିନାହିଁ। ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି।
ଅନ୍ୟପକ୍ଷେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଯାହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ସୋମବାର ରାଜ୍ୟରେ ୨୮୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।