Posted inଜାତୀୟ

ଜି୨୦ ଲୋଗୋରେ ଭାଜପାର ‘ପଦ୍ମ’

ନୂଆଦିଲ୍ଲୀ,୧୦ା୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ଜି୨୦ ପ୍ରେସିଡେନ୍ସି ଲୋଗୋରେ ଥିବା ପଦ୍ମଫୁଲକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ହୋଇଥିବାରୁ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ଶାସକ ଦଳ ଏଥିରେ ନିଜକୁ ନିର୍ଲଜ ଭାବେ ପ୍ରମୋଟ୍‌ କରୁଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏକଦା ଏଭଳି ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

ଜି୨୦ ବା ଗ୍ରୁପ୍‌ ଟ୍ବେଣ୍ଟି ହେଉଛି ୧୯ଟି ଦେଶ ଏବଂ ୟୁରୋପୀୟ ସଂଘ (ଇୟୁ)କୁ ନେଇ ଗଠିତ ଏକ ଆନ୍ତଃ ସରକାରୀ ମଞ୍ଚ। ଆମେରିକା, ଅଷ୍ଟ୍ରେଲିଆ, ସାଉଦି ଆରବ, କାନାଡା, ଭାରତ, ରୁଷିଆ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆର୍ଜେଣ୍ଟିନା, ବ୍ରାଜିଲ, ମେକ୍ସିକୋ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, ଚାଇନା, ଇଣ୍ଡୋନେସିଆ, ଜାପାନ ଓ କୋରିଆ ହେଉଛନ୍ତି ଜି୨୦ର ସଦସ୍ୟ ରାଷ୍ଟ୍ର। ଅନ୍ତର୍ଜାତୀୟ ଆର୍ଥିକ ସ୍ଥିରତା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ନିରନ୍ତର ବିକାଶ ଭଳି ବିଶ୍ୱ ଅର୍ଥନୀତି ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ନେଇ ଏହି ରାଷ୍ଟ୍ର ସମୂହ କାର୍ଯ୍ୟ କରିଥାଏ। ଏଥିରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ସମେତ ସର୍ବବୃହତ୍‌ ଅର୍ଥନୀତିଗୁଡ଼ିକୁ ସାମିଲ କରାଯାଇଛି। ମୋଟ ବିଶ୍ୱ ଉତ୍ପାଦ (ଜିଡବ୍ଲ୍ୟୁପି)ରେ ଏହି ରାଷ୍ଟ୍ରଗୁଡ଼ିକର ଅବଦାନ ହେଉଛି ପ୍ରାୟ ୮୦%।

ବର୍ତ୍ତମାନ ଜି୨୦ର ଅଧ୍ୟକ୍ଷତା ଇଣ୍ଡୋନେସିଆ ନିକଟରେ ଥିବାବେଳେ ନଭେମ୍ବର ୧୫ ଓ ୧୬ରେ ପ୍ରଧାନମନ୍ତ୍ରୀ ମୋଦି ବାଲିରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବେ। ଭାରତ ଆସନ୍ତା ଡିସେମ୍ବର ୧ରୁ ଏଥିରେ ଅଧ୍ୟକ୍ଷତା କରିବାକୁ ଯାଉଛି। ନିଜ ଅଧ୍ୟକ୍ଷତା ଅବଧି ମଧ୍ୟରେ ଭାରତ ଆସନ୍ତା ବର୍ଷ ଜି୨୦ ସମିଟ୍‌ ସମେତ ଦେଶର ବିଭିନ୍ନ ସ୍ଥାନରେ ୩୨ଟି ବିଭିନ୍ନ କ୍ଷେତ୍ର ଉପରେ ୨୦୦ ବୈଠକ ଆୟୋଜନ କରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ନୂଆଦିଲ୍ଲୀରେ ଭାରତର ଜି୨୦ ପ୍ରେସିଡେନ୍ସି ଲୋଗୋ, ଥିମ୍‌ ଓ ଓ୍ବେବ୍‌ସାଇଟ୍‌ ଉନ୍ମୋଚନ କରିଛନ୍ତି। ‘ବସୁଧୈବ କୁଟୁମ୍ବକମ୍‌’ ନୀତି ଭାରତର ଦୟାଭାବର ସ୍ବାକ୍ଷର। ଏଥିସହିତ ଲୋଗୋରେ ରହିଥିବା ପଦ୍ମ ବିଶ୍ୱକୁ ଏକାଠି କରିବାରେ ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ବିଶ୍ୱାସକୁ ଚିତ୍ରଣ କରୁଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ।

ଲୋଗୋର ରୂପରେଖ ପାଇଁ ପ୍ରସ୍ତାବ ଦେବାକୁ ଦେଶବାସୀଙ୍କୁ ଅନୁରୋଧ କରାଯାଇଥିଲା। ସେହି ପ୍ରସ୍ତାବଗୁଡ଼ିକ ଆଧାରରେ ଏହି ଲଗୋ ପ୍ରସ୍ତୁତ କରାଯାଇଥିବା ମୋଦି କହିଥିଲେ। ତେବେ ଉକ୍ତ ଲୋଗୋରେ ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ପ୍ରାୟ ୭୦ ବର୍ଷ ତଳେ ନେହେରୁ କଂଗ୍ରେସ ପତାକାକୁ ଭାରତର ଜାତୀୟ ପତାକା କରିବା ନେଇ ରହିଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

ବର୍ତ୍ତମାନ ଭାଜପାର ନିର୍ବାଚନୀ ଚିହ୍ନକୁ ଜି୨୦ରେ ଭାରତର ପ୍ରେସିଡେନ୍ସି ପାଇଁ ଉଦ୍ଦିଷ୍ଟ ଲୋଗୋରେ ବ୍ୟବହାର କରାଯାଇଛି। ମୋଦି ଏବଂ ଭାଜପା ନିଜକୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ଏହା ଏକ ଲଜ୍ଜାଜନକ ବିଷୟ। ଏହାର ଜବାବରେ ଭାଜପା ମୁଖପାତ୍ର ଶେହଜାଦ ପୁନାଓ୍ବାଲା କହିଛନ୍ତି, ପଦ୍ମ ହେଉଛି ଆମ ଜାତୀୟ ଫୁଲ। ଏହା ମା’ ଲକ୍ଷ୍ମୀଙ୍କ ଆସନ ମଧ୍ୟ। କମଲ ନାଥଙ୍କ ନାମରୁ କମଲକୁ ବାଦ୍‌ ଦେଇପାରିବ କି? ରାଜୀବର ଅର୍ଥ ହେଉଛି ପଦ୍ମ। ତେଣୁ ଏଥିରେ କୌଣସି ଏଜେଣ୍ଡା ଦେଖାଯିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?