Advertisement

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୦।୧୧: ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ମାନ୍ଦାବସ୍ଥା ଜାରି ରହିଛି। ଦେଶରେ ଉଭୟ ଅନ୍ତଃରାଷ୍ଟ୍ରୀୟ ଓ ସ୍ଥାନୀୟ ସମସ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ବୁଧବାର ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନ୍‌ଆର୍‌) ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ପ୍ରଦାନ (ମଞ୍ଜୁରୀ) ସହ ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ ଆବଶ୍ୟକ ସଂଶୋଧନ କରିଛନ୍ତି। ଏହାଦ୍ବାରା ଭାରତୀୟ ମୁଦ୍ରାରେ ଇନ୍‌ଭଏସ୍‌ ପ୍ରସ୍ତୁତି ସହ ଅର୍ଥ ପୈଠ ଏବଂ ରପ୍ତାନି-ଆମଦାନୀ କାରବାର କରାଯାଇପାରିବ। ବିଶେଷକରି ଏ ଦିଗରେ ଏକ ପଦକ୍ଷେପ ସ୍ବରୂପ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଅନୁଚ୍ଛେଦ ସଂଖ୍ୟା ୨.୫୨ (ଡି) ବୈଧ ବିଜ୍ଞପ୍ତି ସଂଖ୍ୟା ୩୩-୨୦୧୫-୨୦ ଜରିଆରେ ୨୦୨୨ ସେପ୍ଟେମ୍ବର ୧୬ରେ ଭାରତୀୟ ମୁଦ୍ରାରେ ଇନ୍‌ଭଏସ୍‌ ପ୍ରସ୍ତୁତି ସହ ଅର୍ଥ ପୈଠ ଏବଂ ରପ୍ତାନି ଓ ଆମଦାନୀ କାରବାରକୁ ଅନୁମତି ଦିଆଯାଇଥିଲା। ଏହା ପୂର୍ବରୁ ୨୦୨୨ ଜୁଲାଇ ୧୧ରେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ.ପି. (ଡିଆଇଆର୍‌ ସିରିଜ) ବିଜ୍ଞପ୍ତି ସଂଖ୍ୟା ୧୦ ଜରିଆରେ ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁର କରିଥିଲା ଏବଂ ଡିଜିଏଫ୍‌ଟି ସେହି ଅନୁଯାୟୀ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲା। ସେହିପରି ଉପରୋକ୍ତ ବିଜ୍ଞପ୍ତିକୁ ଆଗକୁ ବଢ଼ାଇ ବୈଦେଶିକ ବାଣିଜ୍ୟ ନୀତିର ଅନୁଚ୍ଛେଦ ୨.୫୩ ରେ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରାଯାଇଛି। ରପ୍ତାନି ପାଇଁ ଆମଦାନୀ (ଏଫ୍‌ଟିପିର ଅନୁଚ୍ଛେଦ୨.୪୬), ଷ୍ଟାଟସ ହୋଲ୍‌ଡର ବା ସ୍ଥିତି ଧାରକ ଭାବେ ମାନ୍ୟତା ପାଇଁ ରପ୍ତାନି ପ୍ରଦର୍ଶନ (ଏଫ୍‌ଟିପିର ଅନୁଚ୍ଛେଦ ୩.୨୦), ଅଗ୍ରିମ ପ୍ରାଧିକରଣ (ଏଏ) ଏବଂ ଶୁଳ୍କ ମୁକ୍ତ ଆମଦାନୀ ପ୍ରାଧିକରଣ (ଡିଏଫ୍‌ଆଇଏ) ଯୋଜନା ଅଧୀନରେ ରପ୍ତାନି କାରବାର ପ୍ରାପ୍ତି ପାଇଁ (ଏଫ୍‌ଟିପିର ଅନୁଚ୍ଛେଦ ୪.୨୧) ଏବଂ ରପ୍ତାନି ପ୍ରୋତ୍ସାହନ ପୁଞ୍ଜିଗତ ବସ୍ତୁ (ଇପିସିଜି) ଯୋଜନା (ଏଚ୍‌ବିପିର ଅନୁଚ୍ଛେଦ ୫.୧୧) ଅଧୀନରେ ରପ୍ତାନି କାରବାରର ପ୍ରାପ୍ତି ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁଯାୟୀ ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ଲାଭ, ରିହାତି, ରପ୍ତାନି ବାଧ୍ୟତା ପୂରଣକୁ ୨୦୨୨ଜୁଲାଇ ୧୧ରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁଯାୟୀ ଭାରତୀୟ ଟଙ୍କାର ପ୍ରାପ୍ତି ନିମନ୍ତେ ସମ୍ପ୍ରସାରଣ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟୟନ ପରୀକ୍ଷା କୈନ୍ଦ୍ରିିକ ନ ହେଉ

ହାତଗଣତି ଶିକ୍ଷକ ନିଆରା ତଥା ଅଭିନବ ଚିନ୍ତାଧାରା ନେଇ ଆଗେଇ ଆସିଲେ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆସିପାରେ। ଏ କ୍ଷେତ୍ରରେ ବିଶ୍ୱଜିତ ପଟ୍ଟନାୟକ ଏକ ଉଲ୍ଲେଖନୀୟ...

ମାର୍ଚ୍ଚ ସୁଦ୍ଧା ଏଜିଆର୍‌ ଦେୟର ୧୦% ଦେବେ କମ୍ପାନୀ

ମୁମ୍ବାଇ: ଦେଶର ଟେଲିକମ କମ୍ପାନୀଗୁଡିକ ସେମାନଙ୍କ ଉପରେ ବକେୟା ରହିଥିବା ମୋଟ ଆଡଜଷ୍ଟମେଣ୍ଟ ଗ୍ରସ ରେଭେନ୍ୟୁ(ଏଜିଆର୍‌) ଦେୟର ୧୦% ମାର୍ଚ୍ଚ ସୁଦ୍ଧା ପ୍ରଦାନ କରିବେ। ଏହି...

ବିକ୍ରି ପର ସେବାକୁ ଗୁରୁତ୍ୱ: ପିଏମ୍‌ଜି ମୋଟର୍ସ ମ୍ୟାନେଜିଂ ପାର୍ଟନର ମନୋରଞ୍ଜନ ଦାସ

ଇଚ୍ଛା ଥିଲା, ସ୍ବପ୍ନ ବି ଥିଲା। ଯାନବାହନ ପ୍ରତି ଦୁର୍ବଳତା ତାଙ୍କୁ ବୈଷୟିକ ବିଦ୍ୟା ଆଡ଼କୁ ଟାଣିନେଇଥିଲା। ଇଞ୍ଜିନିୟରିଂ ସାରି ସର୍ଭିସ ସେଣ୍ଟର ଓ ପରେ...

ଭାରତ ମସଲାକୁ ଜାଗରଣ ଆଚିଭର ଆଓ୍ବାର୍ଡ

କଟକ,୨୬।୯: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦନକାରୀ ସଂସ୍ଥା ଭାବେ ବିଶ୍ବରେ ପହଞ୍ଚତ୍ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ...

ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ

ମୁମ୍ବାଇ,୩୦ା୬(ପି.ଟି.): ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବୁଧବାର ସର୍ବକାଳୀନ ଦୁର୍ବଳ ହୋଇଛି। ସନ୍ଧ୍ୟା ସୁଦ୍ଧା ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ୧୮...

ତୈଳ କମ୍ପାନୀ ମିଶ୍ରଣ ଯୋଜନା ନାହିଁ

ନୂଆଦିଲ୍ଲୀ,୯-୭: ଦେଶର ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକୁ ମିଶ୍ରଣ ନେଇ କୌଣସି ଯୋଜନା ବର୍ତ୍ତମାନ ନାହିଁ। ଏ ସଂକ୍ରାନ୍ତ କୌଣସି ପ୍ରସ୍ତାବ ଉପରେ ପେଟ୍ରୋଲିୟମ...

୧୨ ଦିନ ହେବ ତୈଳଦର ସ୍ଥିର

ନୂଆଦିଲ୍ଲୀ,୧୨।୪: ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକ ସରକାରକୁ ବିରୋଧ କରିବା ସହ ଅସନ୍ତୋଷ...

ଆଇଡେଷ୍ଟିନିର ନୂଆ ଷ୍ଟୋର ଶୁଭାରମ୍ଭ

ଭୁବନେଶ୍ୱର,୩-୮(ବ୍ୟୁରୋ) ଆପଲ୍‌ ପ୍ରଡକ୍ଟର ପ୍ରିମିୟମ ଷ୍ଟୋର ‘ଆଇଡେଷ୍ଟିନି’ ଭୁବନେଶ୍ୱରର ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଓଡ଼ିଆ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାଏ ଏବଂ...

Advertisement
Archives

Model This Week