ଏଇ ଭାରତରେ

ରାଜସ୍ଥାନର ଏକ ଛୋଟ ଗାଁ ବିଳାସପୁର। ଉକ୍ତ ଗାଁର ପାନଦୋକାନୀ ବିଳାସ ରାମ ମଓ୍ବୋଡ ପାନ ବିକ୍ରି କରିବା ସହ ଗାଁକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖିବା ଲାଗି ଚଳାଇଥିବା ଅଭିଯାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ସେ ପ୍ରତିମାସରେ ୫୦ କେ.ଜି. ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ତାଙ୍କ ଗାଁ ଜଓ୍ବାଇ ଡ୍ୟାମ୍‌ ନିକଟରେ ରହିଥିବାରୁ ପ୍ରତିଦିନ ସେଠାକୁ ପର୍ଯ୍ୟଟକମାନେ ଆସନ୍ତି ଓ ସେମାନେ ବ୍ୟବହାର କରୁଥିବା ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟକ୍‌ ଯୋଗୁ ତାଙ୍କ ଗାଁ ପ୍ରଦୂଷିତ ହୋଇଥାଏ। ଏଣୁ ଗାଁକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ସେ ବିଗତ ୧ ବର୍ଷ ହେଲା ଏହି ଅଭିଯାନ ଚଳାଇଛନ୍ତି। ପ୍ରଥମରୁ ବିଳାସ ରାମ ୧ କିମ୍ବା ୨ କେ.ଜି. ପ୍ଲାଷ୍ଟିକ୍‌ ସଂଗ୍ରହ କରୁଥିଲେ ଓ ଏବେ ୫୦ କେ.ଜି ସଂଗ୍ରହ କରୁଛନ୍ତି। ପ୍ରଥମେ ତାଙ୍କ ଦୋକାନରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଏକାଠି କରୁଥିଲେ ଓ ପରେ ଗ୍ରାମବାସୀ, ସ୍କୁଲ ପିଲାଙ୍କୁ ଏହା କରିବା ଲାଗି ଉତ୍ସାହିତ କରିଥିଲେ। ଯେଉଁ ସ୍କୁଲ ପିଲା ଓ ଗ୍ରାମବାସୀ ତାଙ୍କ ନିକଟକୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ନେଇ ଆସୁଛନ୍ତି ସେମାନଙ୍କୁ ସେ କିଛି ଜିନିଷ ଦେଉଛନ୍ତି। ୧ କେ.ଜି. ପ୍ଲାଷ୍ଟିକ ବର୍ଜ୍ୟ ବଦଳରେ ସେ ଲୋକଙ୍କୁ ଚିନି, ଗୋଟିଏ ଗଛ କିମ୍ବା ୨୫ ଟଙ୍କା ଦେଉଛନ୍ତି। ଏହି ଗାଁ ଜଓ୍ବାଇ ଡ୍ୟାମ୍‌ ନିକଟରେ ରହିଥିବାରୁ ପ୍ରତିଦିନ ସେଠାକୁ ପର୍ଯ୍ୟଟକମାନେ ଆସନ୍ତି ଓ ସେମାନେ ବ୍ୟବହାର କରୁଥିବା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟକ୍‌ ଯୋଗୁ ତାଙ୍କ ଗାଁ ପ୍ରଦୂଷିତ ହୋଇଥାଏ। ସେ ପ୍ରତିମାସରେ ସଂଗୃହୀତ ପ୍ଲାଷ୍ଟିିକ୍‌ ବର୍ଜ୍ୟକୁ ରିସାଇକ୍ଲିଂ କମ୍ପାନୀକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri