Posted inଜାତୀୟ

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର ଅନୁସାରେ ୨୦୨୯ ଲୋକ ସଭା ନିର୍ବାଚନ, ବିଭିନ୍ନ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ, ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା, ବୟସ ଏବଂ ଏନ୍‌ଡିଏର ବଢୁଥିବା ସହଯୋଗୀ ଦଳ ନେଟୱର୍କକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଇପାରେ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ୬୯ ଜଣ ସଦସ୍ୟ ଅଛନ୍ତି। ସମ୍ବିଧାନ ଅନୁଯାୟୀ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିପାରିବେ। ଅର୍ଥାତ୍ ଆଉ ୧୨ ଜଣଙ୍କୁ ମନ୍ତ୍ରିପରିଷଦରେ ସାମିଲ କରିବାର ସୁଯୋଗ ରହିଛି। ସମ୍ପ୍ରତି କିଛି ପରିବର୍ତ୍ତନ ଯୋଗୁ ମଧ୍ୟ କେତେକ ପଦ ଖାଲି ହୋଇଛି । ଏହି ଖାଲି ପଦଗୁଡ଼ିକୁ ନୂଆ ମୁହଁଙ୍କୁ ସୁଯୋଗ ଦେଇ ପୂରଣ କରାଯାଇପାରେ । ଯେଉଁ ମନ୍ତ୍ରୀମାନଙ୍କୁ ସଂଗଠନରେ ନୂଆ ଦାୟିତ୍ୱ ମିଳିଛି, ସେମାନଙ୍କ ମନ୍ତ୍ରୀପଦରେ ପରିବର୍ତ୍ତନ ହୋଇପାରେ।

ଏହା ସହିତ ଏକାଧିକ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳୁଥିବା ବରିଷ୍ଠ ମନ୍ତ୍ରୀମାନଙ୍କ ଉପରୁ କାର୍ଯ୍ୟଭାର କମାଇବା ପାଇଁ ମଧ୍ୟ ବିଭାଗ ବଣ୍ଟନରେ ପରିବର୍ତ୍ତନ ହୋଇପାରେ। ଆଗାମୀ ଅଦଳବଦଳରେ ଯୁବ ନେତାଙ୍କୁ ଅଧିକ ସୁଯୋଗ ମିଳିବା ନେଇ ମଧ୍ୟ ଚର୍ଚ୍ଚା ରହିଛି । ସମ୍ପ୍ରତିର ଛାତ୍ର ଓ ଯୁବ ଆନ୍ଦୋଳନକୁ ନଜରରେ ରଖି ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ଭାଜପା ଗୁରୁତ୍ବ ଦେଇପାରେ । ଏହା ସହିତ ମହିଳା ନେତାଙ୍କୁ ମଧ୍ୟ କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ଅଧିକ ସୁଯୋଗ ମିଳିପାରେ। କ୍ୟାବିନେଟ୍ ଅଦଳବଦଳରେ ରାଜ୍ୟ ଭିତ୍ତିକ ରାଜନୈତିକ ସମୀକରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟ ସହ କର୍ନାଟକ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରକୁ ମଧ୍ୟ ଅଧିକ ପ୍ରତିନିଧିତ୍ୱ ମିଳିବା ନେଇ ଆଲୋଚନା ହେଉଛି।

ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକ ମଧ୍ୟ ମନ୍ତ୍ରିପରିଷଦରେ ଅଧିକ ପ୍ରତିନିଧିତ୍ୱ ଦାବି କରିପାରନ୍ତି । ଶିବସେନା, ଟିଡିପି ଓ ଅନ୍ୟ ସହଯୋଗୀ ଦଳର ନେତାମାନଙ୍କ ନାମ ମଧ୍ୟ ବିଚାରକୁ ଆସିପାରେ।ବର୍ତ୍ତମାନ ଅମିତ ଶାହା, ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଭଳି କିଛି ବରିଷ୍ଠ ନେତା ଏକାଧିକ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳୁଛନ୍ତି। ଅଦଳବଦଳ ହେଲେ ସେମାନଙ୍କ ଉପରୁ କିଛି ଦାୟିତ୍ୱ କମାଇ ନୂଆ ମନ୍ତ୍ରୀଙ୍କୁ ବିଭାଗ ଦିଆଯାଇପାରେ।

ତେବେ କ୍ୟାବିନେଟ୍ ଅଦଳବଦଳ ନେଇ ଭାଜପା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ତଥାପି ୨୦୨୯ ନିର୍ବାଚନ ଓ ଆଗାମୀ ରାଜ୍ୟ ନିର୍ବାଚନକୁ ନଜରରେ ରଖି ମୋଦି ୩.୦ ସରକାରରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?