Posted inଜାତୀୟ

ଉପନିର୍ବାଚନରେ ଭାଜପା ହାତ ଖାଲି…

ନୂଆଦିଲ୍ଲୀ, ୧୬।୪ : ଦେଶର ଗୋଟିଏ ଲୋକସଭା ଏବଂ ଚାରୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଚାରୋଟି ବିଧାନସଭା ଆସନ ହେଉଛି ପଶ୍ଚିମବଙ୍ଗର ବାଲିଗଞ୍ଜ, ଛତିଶଗଡର ଖୈରାଗଡ, ବିହାରର ବୋଚହାଁ ଏବଂ ମହାରାଷ୍ଟ୍ରର କୋହ୍ଲାପୁର। ଏଥି ସହିତ ଗୋଟିଏ ଲୋକସଭା ଆସନ ହେଉଛି ପଶ୍ଚିମବଙ୍ଗର ଆସାନସୋଲ। ଏପ୍ରିଲ ୧୨ ରେ ଏହି ଆସନଗୁଡିକ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଉପ ନିର୍ବାଚନରେ ଭାଜପା ହାତ ଖାଲି ରହିଛି।

ପଶ୍ଚିମବଙ୍ଗର ବାଲିଗଞ୍ଜ ବିଧାନସଭା ଆସନରୁ ବାବୁଲ ସୁପ୍ରିଓ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ ଭାଜପାର ପ୍ରାର୍ଥୀ କେୟା ଘୋଷଙ୍କୁ ପରାଜିତ କରିଛନ୍ତି। ଅପରପକ୍ଷରେ ଶତ୍ରୁଘ୍ନ ସିହ୍ନା ଆସାନସୋଲ ଲୋକସଭା ଆସନରୁ ଭାଜପାର ପ୍ରାର୍ଥୀ ଅଗ୍ନିମିତ୍ର ପାଲଙ୍କୁ ଏକ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।

ମହାରାଷ୍ଟ୍ରର ଶାସକ ମହା ବିକାଶ ଆଘାଡି (ଏମଭିଏ)ର ସହଯୋଗୀ କଂଗ୍ରେସ ପ୍ରାର୍ଥୀ ଜୟଶ୍ରୀ ଯାଦବ କୋହ୍ଲାପୁର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ-ନିର୍ବାଚନରେ ଭାଜପାର ସତ୍ୟଜିତ କଦମଙ୍କୁ ୧୮,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

କଂଗ୍ରେସ-ଏମଭିଏ ପ୍ରାର୍ଥୀ ଜୟଶ୍ରୀ ଯାଦବଙ୍କୁ ୯୬,୧୭୬ ଭୋଟ ମିଳିଥିବାବେଳେ ଭାଜପାର ସତ୍ୟଜିତ୍‌ କଦମ ୭୭,୪୨୬ ଭୋଟ ପାଇଛନ୍ତି। ଯାଦବ ୧୮,୭୫୦ ଭୋଟ ବ୍ୟବଧାନରେ ଜିତିଛନ୍ତି।
ଆରଜେଡିର ଅମର ପାସୱାନ ବିହାରରେ ବୋଚହାଁ ବିଧାନସଭା ଆସନ ଜିତିଛନ୍ତି। ସେ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱୀ ବେବି କୁମାରୀଙ୍କୁ ୩୬,୬୫୩ ଭୋଟରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଆମେରିକା ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,୨୧।୭: ପୂର୍ବ ଲଦାଖରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟ ଓ ସେଠାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ଜୁଲାଇ...

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିମଲା,୨୩।୨: ହିମାଚଳ ପ୍ରଦେଶରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। କିନ୍ନୌର ଜିଲାରେ ବୁଧବାର ସକାଳ ୯.୫୮ଟାରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ନ୍ୟାସନାଲ...

କୋଭାକ୍ସିନ-କୋଭିଶିଲ୍ଡର ହେବ ମିଶ୍ରଣ ବ୍ୟବହାର ପରୀକ୍ଷା

ନୂଆଦିଲ୍ଲୀ,୩୧ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଟିକାକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଉଛି। ଭାରତ ନିକଟରେ ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ...

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କଲେ ବିରୋଧୀ: ଭାଜପା କହିଲା ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ,୨୯ ।୧: ସଂସଦର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ୧ ଫେବୃୟାରୀରେ ସଂସଦରେ ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ ଉପସ୍ଥାପନ କରାଯିବ...

୨୦୨୪ ଲୋକ ସଭା ନିର୍ବାଚନ ପ୍ରଚାର ମୋଡର ଆରମ୍ଭ ଯୋଗୀଙ୍କ ଶପଥ ଗ୍ରହଣ ସମାରୋହ

ଲକ୍ଷ୍ନୌ,୨୫ ।୩: ମାର୍ଚ୍ଚ ୧୦ରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜଣାପଡିବା ପରେ ୪ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଜୟ ଲାଭ କରିଥିଲା...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୩: କେନ୍ଦ୍ର ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଦେଶର ବେସରକାରୀ ମେଡିକାଲ କଲେଜଗୁଡ଼ିକରେ ୫୦ ସିଟ ପାଇଁ ଫିସ ସରକାରୀ ମେଡିକାଲ...

ସିବିଏସ୍‌ଇ ଦଶମ ଟର୍ମ-୧ ଓଡ଼ିଆ ପେପର ବିବାଦ ସମାଧାନ, ୨୮ ହଜାରରୁ ଅଧିକ ଛାତ୍ରୀଛାତ୍ରଙ୍କୁ ସୁଫଳ…

ନୂଆଦିଲ୍ଲୀ, ୧୫।୩ : ସିବିଏସ୍‌ଇ ଟର୍ମ-୧ ଦଶମ ପରୀକ୍ଷାରେ ଓଡ଼ିଆ ପେପରକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଛି। ବୋର୍ଡ କର୍ତ୍ତୃପକ୍ଷ ଓଡ଼ିଆ ପେପରର...

ଆଇସିଏମଆର୍‌ର ଚେତାବନୀ: ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହର

ନୂଆଦିଲ୍ଲୀ,୧୬।୭: ଭାରତରେ କରୋନାର ତୃତୀୟ ଲହର ଭୟ ଲୋକଙ୍କୁ ଘାରିଛି। ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିପାରେ। ତଥାପି, ଏହାର ପ୍ରଭାବ...

Advertisement
Archives

Model This Week