Posted inଜାତୀୟ

ଭାଜପା କହିଲା ଲଢ଼ନି, ଚ୍ୟାଲେଞ୍ଜ କଲେ ଶେଟ୍ଟାର

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୨ା୪: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ମାସେରୁ କମ୍‌ ସମୟ ବାକି ଥିବାବେଳେ ମଙ୍ଗଳବାର ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ୧୮୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ତାଙ୍କ ପାରମ୍ପରିକ ଶିଗ୍‌ଗାଓଁ ଆସନରୁ ନିର୍ବାଚନ ଲଢ଼ିବେ। ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ବି.ଏସ୍‌. ୟେଦୁରପ୍ପାଙ୍କ ପୁଅ ବି.ଓ୍ବାଇ, ବିଜୟେନ୍ଦ୍ରଙ୍କୁ ଶିକାରୀପୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦଳ ସୁଯୋଗ ଦେଇଛି।
ମେ’ ୧୦ ଭୋଟ ପାଇଁ କଂଗ୍ରେସ ଅଦ୍ୟାବଧି ୧୬୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୧୮୯ ପ୍ରାର୍ଥୀଙ୍କ ନାମ ଜାରି କରିଛି। ଦଳର କର୍ନାଟକ ପ୍ରଭାରୀ ଅରୁଣ ସିଂ କହିଛନ୍ତି, ୫୨ ନୂଆ ମୁହଁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ୮ ମହିଳାଙ୍କୁ ସୁଯୋଗ ଦିଆଯାଇଛି। ପ୍ରାର୍ଥୀଙ୍କ ମଧ୍ୟରୁ ୩୨ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି), ୩୦ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ୧୬ ଜଣ ତଫସିଲଭୁକ୍ତ ଜନଜାତି (ଏସ୍‌ସି) କାଟାଗୋରିର ବୋଲି ସେ ସୂଚନା ଦେଇଛନ୍ତି। ପୁରୁଖା କଂଗ୍ରେସ ନେତାଙ୍କୁ ଟକ୍କର ଦେବା ପାଇଁ ଭାଜପା ଦୁଇଜଣ ମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସର ଡି.କେ. ଶିବକୁମାରଙ୍କୁ କନକପୁରାରେ ମନ୍ତ୍ରୀ ଆର୍‌. ଅଶୋକଙ୍କୁ ଏବଂ ବରୁଣ ନିର୍ବାଚନମଣ୍ଡଳୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମନ୍ତ୍ରୀ ଭି. ସୋମନ୍ନାଙ୍କୁ ଟିକେଟ ଦିଆଯାଇଛି। ଦୁଇ ମନ୍ତ୍ରୀ ଏକାଧିକ ଆସନରେ ଲଢ଼ିପାରନ୍ତି। ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସି.ଟି. ରବି ଚିକମଗଲୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରାର୍ଥୀମାନଙ୍କ ମଧ୍ୟରୁ ୯ ଜଣ ଡାକ୍ତର, ୫ ଓକିଲ, ୩ ଶିକ୍ଷାବିତ୍‌, ଜଣେ ଲେଖାଏ ଅବସରପ୍ରାପ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସର, ୩ ରିଟାୟାର୍ଡ ସରକାରୀ କର୍ମଚାରୀ ଓ ୮ ସାମାଜିକ କର୍ମୀ ଅଛନ୍ତି।

କର୍ନାଟକ ନିର୍ବାଚନ ପୂର୍ବରୁ ଭାଜପାରେ ବିଦ୍ରୋହ ଦେଖିବାକୁ ମିଳିଛି। ହୁବ୍ବାଲ୍ଲି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ଭାଜପା ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ କହିଛି। ଏହାକୁ ନେଇ କ୍ଷୁବ୍ଧ ଶେଟ୍ଟାର ଦଳକୁ ଚ୍ୟାଲେଞ୍ଜ ଦେଇଛନ୍ତି। ହୁବ୍ବାଲ୍ଲି ଆସନରୁ ୬ ଥର ଜିତିଥିବା ଶେଟ୍ଟାର ୨୦୧୮ ନିର୍ବାଚନରେ କଂଗ୍ରେସର ମହେଶ ନଲଓ୍ବାଡ୍‌ଙ୍କୁ ୨୧,୦୦୦ରୁ ଊର୍ଦ୍ଧ୍ୱ ଭୋଟରେ ହରାଇଥିଲେ। କିନ୍ତୁ ଏଥର ଟିକେଟ ଦେବା ପରିବର୍ତ୍ତେ ସେ ଲଢ଼ିବେ ନାହିଁ ବୋଲି ନିଜ ଆଡ଼ୁ ଘୋଷଣା କରିବାକୁ ଭାଜପା କହିଥିଲା। ଖବରଦାତାଙ୍କୁ ଶେଟ୍ଟାର କହିଛନ୍ତି, ମୋର ମାଇନସ୍‌ ପଏଣ୍ଟ କ’ଣ? ମୁଁ ନିରାଶ। ପ୍ରଚାର ଆରମ୍ଭ କରିଥିଲି। ଆଗକୁ ଆହୁରି ଜୋର୍‌ଦାର ପ୍ରଚାର କରିବି। ନିର୍ବାଚନରୁ ଦୂରେଇଯିବାର ପ୍ରଶ୍ନ ଉଠୁନାହିଁ। ଅନ୍ୟପକ୍ଷେ ଦଳର ପରାମର୍ଶ ମାନି ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେ.ଏସ୍‌. ଈଶ୍ୱରାପ୍ପା ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ୭୫ ବର୍ଷୀୟ ଈଶ୍ୱରାପ୍ପା ଏନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ପତ୍ର ଲେଖି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?