୭ ଦିନରେ ୧୩ ଲକ୍ଷ କୋଟିର ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୧୨।୪: ବିଗତ ୭ ଦିନ (୭ କାର୍ଯ୍ୟ ଦିବସ) ମଧ୍ୟରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା (୧୨,୫୬,୫୧୦.୫୯ ଟଙ୍କା)ର ନିବେଶ ବଢ଼ାଇ ପାରିଛନ୍ତି। ବିଶେଷକରି କ୍ରମାଗତ ଭାବେ ଭାରତୀୟ ଶେୟାର ବଜାରର କାରବାର ବୃଦ୍ଧି ସାଙ୍ଗକୁ ବ୍ୟାଙ୍କିଙ୍ଗ୍‌ ଏବଂ ଅଟୋ ଶେୟାରର ଡିମାଣ୍ଡ ଏବଂ ଗ୍ଲୋବାଲ ଟ୍ରେଣ୍ଡ ଯୋଗୁ ଏଭଳି ଅଭିବୃଦ୍ଧି ଦେଖିବାକୁ ମିଳିଥିଲା ବେଳେ ମାର୍ଚ୍ଚ ମାସରେ କମ୍ପାନୀଗୁଡ଼ିକର ଆୟ ଭଲ ରହିବା ଯୋଗୁ ଘରୋଇ ପୁଞ୍ଜିବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଅପରପକ୍ଷରେ ମଙ୍ଗଳବାର ଶେୟାର ବଜାର କାରବାର ବୃଦ୍ଧି ଘଟିଛି। ଏପରିକି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ୩୦ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୩୧୧.୨୧ ପଏଣ୍ଟ ବୃଦ୍ଧି ଘଟି ୬୦,୧୫୭.୭୨ ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ୫୦ ଶେୟାର ବିଶିଷ୍ଟ ନିଫ୍ଟି ୯୮.୨୫ ପଏଣ୍ଟ ବଢ଼ି ୧୭,୭୨୨.୩୦ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବ୍ରଡ୍‌ ମାର୍କେଟରେ ବିଏସ୍‌ଇର ମିଡ୍‌କ୍ୟାପ୍‌ ଏବଂ ସ୍ମଲ୍‌କ୍ୟାପ୍‌ ସୂଚକାଙ୍କ ଯଥାକ୍ରମେ ୦.୭୮% ଏବଂ ୦.୪୦ % ବୃଦ୍ଧି ସହ କାରବାର ବନ୍ଦ ହୋଇଛି। ଏହି ବୃଦ୍ଧି ଯୋଗୁ ଘରୋଇ ପୁଞ୍ଜି ବଜାର ନିବେଶକଙ୍କ ସମ୍ପତ୍ତି ଦିନକ ମଧ୍ୟରେ ପ୍ରାୟ ୧.୩୮ ଲକ୍ଷ କୋଟି ଟଙ୍କା ବଢ଼ିଛି। ବିଶେଷକରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ମଙ୍ଗଳବାର ୨,୬୪, ୫୧, ୦୬୯.୯୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ସୋମବାର ଏହାର ପରିମାଣ ପ୍ରାୟ ୨,୬୩.୧୩ ଲକ୍ଷ କୋଟି ଟଙ୍କା ଥିଲା। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବଜାର କାରବାରରେ ସବୁଠୁ ଅଧିକ କାରବାର ବ୍ୟାଙ୍କିଙ୍ଗ୍‌, ମେଟାଲ, ଅଟୋ, ଅଏଲ ଆଣ୍ଡ ଗ୍ୟାସ୍‌, ପାୱାର ଏବଂ ଫାଇନାନ୍ସିଆଲ ଶେୟାର ଆଦିରେ ଦେଖିବାକୁ ମିଳିଛି। ଅପରପକ୍ଷରେ ଆଇଟି ଏବଂ ଟେକ୍‌ ଭଳି ଶେୟାରଗୁଡ଼ିକରେ ହ୍ରାସ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଲଗାତର ସପ୍ତମ ଦିନର କାରବାର ବୃଦ୍ଧି ସହ ଶେୟାର ବଜାର ପ୍ରାୟ ୧ ମାସ ପରେ ପୁଣି ଥରେ ୬୦,୦୦୦ ଅଙ୍କ ପାରକରିଛି। ଅପରପକ୍ଷରେ ନିଫ୍ଟିରେ ମଧ୍ୟ ପ୍ରାୟ ୧୮,୦୦୦ (୧୭,୭୨୨.୩୦) ଅଙ୍କରେ ବଜାର ବନ୍ଦ ହୋଇଛି। ଏପରିକି ବିଗତ ୭ ଦିନ ମଧ୍ୟରେ ସେନ୍‌ସେକ୍ସ ପ୍ରାୟ ୨୫୪୪ ପଏଣ୍ଟ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଝିଅଙ୍କୁ ଭାତରେ ବିଷ ଦେଇ ନିଜେ ପିଇଦେଲେ ମା’, ଆଉ ତା’ ପରେ…

ପୁରୀ,୧୭ା୮(ଅଜିତ କୁମାର ମହାନ୍ତି): ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦୁଇ କୁନି ଝିଅଙ୍କୁ ଖାଦ୍ୟରେ ପୋକମରା ବିଷ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ

କୋଲକାତା,୧୭।୮: ପଶ୍ଚିମବଙ୍ଗର ତାରାପୀଠର ଏକ ହୋଟେଲରେ ସୋମବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ନିଆଁରେ ପୋଡ଼ିଯିବାରୁ ଅତି କମରେ…

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri