Posted inଜାତୀୟ

ଭାଜପା ନେତାଙ୍କ ପୁଅ/ଝିଅଙ୍କୁ ଟିକେଟ୍‌ ନ ମିଳିବା ପାଇଁ ମୁଁ ଦାୟୀ: ମୋଦି

ନୂଆଦିଲ୍ଲୀ,୧୫।୩: ଭାଜପା ସଂସଦୀୟ ଦଳର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ବେଦକର ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରରେ ପହଞ୍ଚିଥିଲେ। ରାଜନାଥ ସିଂଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ତାଙ୍କୁ ସ୍ବାଗତ କରିଥିଲେ। ସ୍ବାଗତ ପରେ ପ୍ରଧାନମନ୍ତ୍ରୀ ଦଳୀୟ ନେତାଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, ଯଦି ଭାଜପା ଏମ୍‌ପି କିମ୍ବା ମନ୍ତ୍ରୀଙ୍କ ପୁଅ କିମ୍ବା ଝିଅ ଶେଷ ନିର୍ବାଚନରେ ଟିକେଟ୍‌ ମିଳି ନାହିଁ, ତେବେ ମୁଁ ଏଥିପାଇଁ ଦାୟୀ। ଦଳରେ ବଂଶବାଦ ରାଜନୀତିକୁ ଅନୁମତି ଦିଆଯିବ ନାହିଁ। ଗଣତନ୍ତ୍ର ପାଇଁ ବଂଶବାଦ ରାଜନୀତି ବିପଜ୍ଜନକ ଏବଂ ଆମକୁ ଏହା ବିରୋଧରେ ଲଢେଇ କରିବାକୁ ପଡିବ ବୋଲି ସେ କହିଛନ୍ତି।
ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘କଶ୍ମୀର ଫାଇଲ୍ସ’କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି ଏବଂ ଏହିପରି ଫଲ୍ମଗୁଡ଼ିକ ଅଧିକ ଥର ନିର୍ମାଣ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
ଏହାସହ ମୋଦି ଏମ୍‌ପିମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ୧୦୦ଟି ବୁଥ ଚିହ୍ନଟ କରିବାକୁ କହିଛନ୍ତି, ଯେଉଁଠାରେ ଭାଜପା ଅପେକ୍ଷାକୃତ କମ ଭୋଟ ପାଇଛି ଏବଂ ଏହା ପଛର କାରଣ ଚିହ୍ନଟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତସି। ଏଥିସହ ଦଳକୁ ସମର୍ଥନ କରିଥିବାରୁ ସେ ଏମ୍‌ପିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ କେରଳକୁ ନିପା ଭାଇରସ୍‌ ଭୟ

ଥିରୁଭାନନ୍ତପୁରମ,୩।୬: କେରଳର ଜଣେ ୨୩ ବର୍ଷୀୟ ବ୍ୟକ୍ତି ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ଅବସ୍ଥାରେ ତାଙ୍କ ଦେହରେ ନିପା ଭାଇରସ୍‌ର ଲକ୍ଷଣ...

ପଶ୍ଚିମବଙ୍ଗ ଉପନିର୍ବାଚନ: କଂଗ୍ରେସ-ସିପିଏମ୍‌ ଆସନ ବୁଝାମଣା

କୋଲକାତା,୧୧ା୮(ପି.ଟି.): ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଏବଂ ସିପିଆଇ(ଏମ୍‌) ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନ ପାଇଁ ଆସନ ବୁଝାମଣା କରିଛନ୍ତି। ରାଜ୍ୟରେ ଭାଜପା...

ଏପରି ଅଞ୍ଚଳ ଯେଉଁଠିକୁ ବରଯାତ୍ରୀ ଆସିବାକୁ କରନ୍ତି ଭୟ…

ବିବାହ ନେଇ ଯୁବତୀ ଯୁବକଙ୍କ ମନରେ ଥାଏ ଅସୁମାରୀ ସ୍ବପ୍ନ। ତେବେ ବିହାର ଭୋଜପୁରରେ ଯୁବତୀ ଯୁବକମାନେ ବିବାହ ବୟସ ହେଲେ ମଧ୍ୟ ବିବାହ କରିପାରୁ...

ପଶ୍ଚିମବଙ୍ଗରେ ଆଉ ଜଣେ ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା, ୧୯।୬: ନିର୍ବାଚନ ଶେଷ ହେବା ପରେ ବି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ରାଜ୍ୟର କୁଚ ବିହାରରେ ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ...

ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ସହ ମୋଦି

ଅହମଦାବାଦ,୧୮।୨: ପାଖେଇ ଆସୁଛି ସମୟ। ସଜେଇ ହେଲାଣି ଗୁଜରାଟର ଅହମଦାବାଦ ସହର। ସ୍ବାଗତ କରିବ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଓ ରାଷ୍ଟ୍ରପତି ଡୋନାଲ୍ଡ...

ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ...

ପୁଣି ଫେରିଲା ଲକ୍‌ଡାଉନ ସ୍ଥିତି, ୧୪୪ ଧାରା ଜାରି…

ଲକ୍ଷ୍ନୌ,୮।୧୨: ଦକ୍ଷିଣ ଆଫ୍ରିକାରୁ ସମଗ୍ର ବିଶ୍ୱରେ ବ୍ୟାପିଥିବା ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନର ତଥ୍ୟ...

ସେଲୁନରେ ବାଳ କାଟିବାକୁ ହେଲେ ଦେଖାଇବାକୁ ପଡିବ ଆଧାର କାର୍ଡ !

ଚେନ୍ନାଇ,୨।୬: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଗତ ମାର୍ଚ୍ଚ ମାସରୁ ଦେଶରେ ଲାଗୁ ହୋଇଥିଲା ଲକ୍‌ଡାଉନ। ହେଲେ ଜୁନ୍‌ ପହିଲାରୁ ଅନ୍‌ଲକ୍‌ ୧.୦ ଲାଗୁ ହେବା...

Advertisement
Archives

Model This Week