Posted inଜାତୀୟ

ପଶ୍ଚିମବଙ୍ଗରେ ଭାଜପାକୁ ଝଟ୍‌କା

କୋଲକାତା,୨୧ ।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । ପ୍ରତିଦିନ ଏଠାରୁ କିଛି ନା କିଛି ନୂଆ ଖବର ଆସୁଛି । ରାଜ୍ୟରେ ଏବେ ଦଳ-ବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ହେବ ଶାସକ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ରୁ କେତେଜଣ ନେତା ଦଳ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ବେଳେ ଏବେ ପ୍ରଥମ କରି ଭାଜପା ଛାଡି ଟିଏମ୍‌ସିରେ ଯୋଗଦେବା ପ୍ରକ୍ରିୟା ଆରମ୍ଭ ହାଇଯାଇଛି । ଭାଜପା ଏମ୍‌ପି ସୌମିତ୍ର ଖାଁଙ୍କ ପତ୍ନୀ ସୁଜାତା ମଣ୍ଡଳ ଖାଁ ସୋମବାର ଭାଜପା ଛାଡି ଟିଏମ୍‌ସିରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ, ନିକଟରେ ଶୁଭେନ୍ଦୁ ଅଧିକାରୀ ଟିଏମ୍‌ସି ଛାଡି ଭାଜପାରେ ସାମିଲ ହୋଇଥିଲେ । ସୁଜାତା ଟିଏମ୍‌ସି ଏମ୍‌ପି ସୌଗତ ରାୟ ଓ ପ୍ରବକ୍ତା କୁଣାଲ ଘୋଷଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଏହାପରେ ସୁଜାତା କହିଛନ୍ତି ରାଜ୍ୟରେ ଭାଜପାକୁ ଉପରକୁ ଉଠିବା ପାଇଁ ମୁଁ ବହୁତ ପରିଶ୍ରମ କରିଛି ହେଲେ ଏବେ ସେଠାରେ ସମ୍ମାନ ନାହିଁ । ଜଣେ ମହିଳା ହିସାବରେ ଏବେ ଦଳରେ ରହିବା ମୋ ପାଇଁ କଷ୍ଟକର ହୋଇ ପଡିଥିଲା । ଏବେ ଭାଜପା କେବଳ ଭ୍ରଷ୍ଟାଚାରୀ ନେତାଙ୍କୁ ନେଇ ଦଳ ଗଢିବାରେ ଲାଗିପଡିଛି । ଭାଜପାରେ ଏବେ କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି । ତେଣୁ ମମତାଙ୍କ ପାଇଁ କାମ କରିବା ଜଣେ ମହିଳା ଭାବେ ମୋ ପାଇଁ ସମ୍ମାନନକ ହେବ ବୋଲି ସୁଜାତା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ସେବା ହେବ ସହଜ: ବାୟୁସେନାର ୩୯ ବନ୍ଦରକୁ କରାଯିବ ବ୍ୟବହାର…

ନୂଆଦିଲ୍ଲୀ,୧୫।୩ : ଏବେ ବେସାମରିକ ବିମାନ ସେବାକୁ ସହଜ କରିବା ପାଇଁ ୩୯ ଟି ନୂତନ ସାମରିକ ବିମାନବନ୍ଦର ଏବଂ ୯ ଟି ଆଡଭାନ୍ସ ଲ୍ୟାଣ୍ଡିଂ...

ଅଜିତ ପାଓ୍ବାରଙ୍କୁ ପ୍ରଶଂସା କଲେ ଉଦ୍ଧବ ଠାକ୍‌ରେ: କହିଲେ, ସେ ଜଣେ ସଚ୍ଚୋଟ ନେତା

ମୁମ୍ବାଇ,୨୭।୭: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଶଂସା କରିଥିଲେ। ସେ ଅଜିତଙ୍କୁ ଜଣେ ସଚ୍ଚୋଟ ଏବଂ ଦକ୍ଷ ପ୍ରଶାସକ...

ଧୁଳି ମୁହଁରେ ଥିଲା, ସେ ଦର୍ପଣ ସଫା କରିବାର ନାଟକ କରୁଥିଲେ: କେଜରିଓ୍ବାଲଙ୍କୁ ରେଳମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୬।୪ : ଦୁର୍ନୀତି ପ୍ରସଙ୍ଗରେ ଏଏପିକୁ କଡ଼ା ସମାଲୋଚନା କରୁଥିବା ଭାଜପା ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ ବଙ୍ଗଳାକୁ ଟାର୍ଗେଟ କରିଛି। ସରକାରୀ ପାଣ୍ଠିରୁ...

ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ: ମଣିପୁର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲା କଂଗ୍ରେସ

ନୂଆଦିଲ୍ଲୀ,୮।୮: ଲୋକ ସଭାରେ ମଙ୍ଗଳବାର ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସ ଏମପି ଗୌରବ...

ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଶହୀଦ୍‌, ୫ ଆହତ

ଶ୍ରୀନଗର, ୫।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସିଆର୍‌ପିଏଫ୍‌ ୧୧୦ ବାଟାଲିୟନ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ଶହୀଦ୍‌ ହେବା...

ଶିବସେନାକୁ ଘାରିଛି ବାଡ଼ ଡିଆଁ ଭୟ: ମାତୋଶ୍ରୀରେ ମନ୍ଥନ ପରେ ରଙ୍ଗଶାରଦା ହୋଟେଲ ପହଞ୍ଚିଲେ ବିଧାୟକ

ମୁମ୍ବାଇ,୭।୧୧: ମହାରାଷ୍ଟ୍ର ରାଜନୀତି ଏବେ ସଙ୍କଟ ଦେଇ ଗତି କରୁଛି। ବିଧାନସଭା ଫଳାଫଳ ଘୋଷଣାକୁ ଇତିମଧ୍ୟରେ ୧୩ ଦିନ ବିତିଥିଲେ ମଧ୍ୟ ରାଜ୍ୟରେ ସରକାର ଗଠନ...

୬୦ ରକମ ସିଗାରେଟ୍‌ ସାଙ୍ଗକୁ ୪୦ ପ୍ରକାର ମଦ ଭୋଗ

ଉଜେନ୍ନ: ଭୈରବ ଅଷ୍ଟମୀ ଅବସରରେ ମଧ୍ୟପ୍ରଦେଶ ଉଜେନ୍ନର ଭୈରବନାଥ ଠାକୁରଙ୍କ ନିକଟରେ ୧,୩୫୧ ପ୍ରକାରର ଭୋଗ ଲଗାଯାଇଛି। ଠାକୁରଙ୍କ ଭୋଗରେ ସିଗାରେଟ ଓ ମଦକୁ ମଧ୍ୟ...

ଜଳୁଛି ମଣିପୁର-ଜମ୍ମୁରେ ଯବାନ ଶହୀଦ, ଦି କେରଲା ଷ୍ଟୋରି ନେଇ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ୟସ୍ତ: ଓଓ୍ବାଇସିଙ୍କ ସମାଲୋଚନା…

ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଏହି ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି। ବଜରଙ୍ଗ ଦଳ, ବଜରଙ୍ଗ ବାଲି ଏବଂ ନିକଟରେ ମୁକ୍ତିଲାଭ କରିଥିବା...

Advertisement
Archives

Model This Week