ଅନୁଗୋଳରେ ଇତିହାସ ରଚିଲା ବିଜେଡି

ଅନୁଗୋଳ ଅଫିସ,୨।୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚଳିତବର୍ଷ ଅନୁଗୋଳ ଜିଲାରେ ବିଜୁ ଜନତା ଦଳ (ବିଜେଡି) ନୂଆ ଇତିହାସ ରଚିଛି। ଜିଲାର ମୋଟ୍‌ ୨୮ ଜିଲା ପରିଷଦ ଆସନ ମଧ୍ୟରୁ ଦଳ ୨୭ଟି ଦଖଲ କରିଛି। ଏପରି ରେକର୍ଡ ସଫଳତାକୁ ନେଇ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି। ୨୦୧୨ ନିର୍ବାଚନରେ ବିଜେଡିକୁ ୨୧ଟି ଜୋନ୍‌ରେ ବିଜୟ ମିଳିଥିବାବେଳେ ୨୦୧୭ରେ ଦଳ ୧୬ଟି ଜୋନ୍‌ରେ ଜୟଯୁକ୍ତ ହୋଇଥିଲା। ଅପରପକ୍ଷରେ ବିରୋଧୀ ଭାଜପାକୁ ଅନୁଗୋଳରେ ଜବରଦସ୍ତ ଧକ୍କା ଲାଗିଛି। ୨୦୧୨ରେ ମାତ୍ର ୨ଟିରେ ବିଜୟ ପାଇଥିବା ଭାଜପା ୨୦୧୭ରେ ୧୨ଟି ଜୋନ୍‌ ଜିତି ବିଜେଡିକୁ କଡ଼ା ଟକ୍କର ଦେଇଥିଲା। ହେଲେ ଚଳିତବର୍ଷ ଦଳ ଚିତ୍‌ପଟାଙ୍ଗ ମାରିଛି। ଛେଣ୍ଡିପଦାର ୧୫ନଂ. ଜୋନ୍‌ରେ ମାତ୍ର ଅଳ୍ପ କେଇଶହ ଭୋଟରେ ବିଜୟୀ ହେବା ସହ ଗୋଟିଏ ଜୋନ୍‌ରେ ସୀମିତ ରହିଯାଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। ୨୦୧୨ରେ ଦଳ ୪ଟି ଜୋନ୍‌ ଅକ୍ତିଆର କରିଥିବାବେଳେ ୨୦୧୭ରେ ଖାତା ଖୋଲିପାରି ନ ଥିଲା। ୨୦୨୨ରେ ମଧ୍ୟ କଂଗ୍ରେସ ସେହି ଅଲୋଡ଼ା ରେକର୍ଡ ଜାରି ରଖିଛି।
ଅନୁଗୋଳ ଜିଲାର ୨୮ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୨୬ ତାରିଖ ପ୍ରଥମ ପର୍ଯ୍ୟାୟରେ ୮ଟି ଜୋନ୍‌ରେ ଭୋଟ ଗଣତି ହୋଇଥିଲା। ଏହି ସମସ୍ତ ଜୋନ୍‌ରେ ବିଜେଡି ବିଜୟୀ ହୋଇଥିଲା। ୨୭ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୮ଟି ଜୋନ୍‌ରେ ଭୋଟ ଗଣତି ହୋଇଥିଲା। ସେଥିରୁ ୭ଟି ଜୋନ୍‌ ବିଜେଡି ଓ ଗୋଟିଏ ଭାଜପା ସପକ୍ଷରେ ଯାଇଥିଲା। ୨୮ ତାରିଖ ତୃତୀୟ ପର୍ଯ୍ୟାୟରେ ଜିଲାର ବାକି ୧୨ଟି ଜୋନ୍‌ରେ ଭୋଟ ଗଣତି ହୋଇଥିବାବେଳେ ସମସ୍ତ ଜୋନ୍‌କୁ ବିଜେଡି ହାତେଇ ନେଇଛି। ଅନୁଗୋଳ ବ୍ଲକରେ ଥିବା ୩ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶୀ ପଟ୍ଟନାୟକ ଭାଜପାର ଯୁଧିଷ୍ଠିର ସେଠଙ୍କୁ ୨୨୧୯ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ୪ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ଧ୍ରୁବଚରଣ ଦେହୁରୀ ଭାଜପାର ଦୁର୍ଗାଚରଣ ପ୍ରଧାନଙ୍କୁ ୯୧୯ ଭୋଟରେ ପରାସ୍ତ କରିଛନ୍ତି। ଆଠମଲ୍ଲିକ ବ୍ଲକର ୭ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ବବିତା କର୍ଣ୍ଣ ଭାଜପା ପ୍ରାର୍ଥୀ ଦୀପିକା ଦେହୁରୀଙ୍କୁ ୪୨୬୪ ଭୋଟରେ ହରାଇ ଦେଇଛନ୍ତି। କଣିହଁା ବ୍ଲକରେ ଥିବା ୧୦ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ରଶ୍ମିତା ବେହେରା ଭାଜପା ପ୍ରାର୍ଥୀ ସ୍ବର୍ଣ୍ଣମଞ୍ଜରୀ ବେହେରାଙ୍କୁ ୫୦୧୫ ଭୋଟରେ ପରାସ୍ତ କରିଛନ୍ତି। କିଶୋରନଗର ବ୍ଲକ ୧୩ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଷ୍ଣୁପ୍ରିୟା ପ୍ରଧାନ ଭାଜପା ପ୍ରାର୍ଥୀ ସୁମତିରାଣୀ ପ୍ରଧାନଙ୍କୁ ୬୨୪୧ ଭୋଟରେ ହରାଇ ଦେଇଛନ୍ତି। ଛେଣ୍ଡିପଦା ବ୍ଲକରେ ଥିବା ୧୬ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଭାଜପା ପ୍ରାର୍ଥୀ ବିପିନ କୁମାର ମାଝିଙ୍କୁ ୧୩୩୬ ଭୋଟରେ ପରାସ୍ତ କରିଛନ୍ତି। ୧୭ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ଭାନୁପ୍ରିୟା ପ୍ରଧାନ ଭାଜପା ପ୍ରାର୍ଥୀ ସଂଯୁକ୍ତା ପ୍ରଧାନଙ୍କୁ ୧୮୦୭ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ତାଳଚେର ବ୍ଲକରେ ଥିବା ୨୦ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ରୀତାରାଣି ଦାସ ଭାଜପା ପ୍ରାର୍ଥୀ ଜସ୍ମିନ ପ୍ରଧାନଙ୍କୁ ୧୦୦୩ ଭୋଟରେ ପରାସ୍ତ କରିଛନ୍ତି। ୨୧ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ସତ୍ୟଭାମା ସାହୁ ଭାଜପା ପ୍ରାର୍ଥୀ ଊର୍ମିଳା ଦେହୁରୀଙ୍କୁ ୩୭୮୬ ଭୋଟରେ ହରାଇ ଦେଇଛନ୍ତି। ପାଲଲହଡ଼ା ବ୍ଲକ ୨୪ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ଇନ୍ଦ୍ରାଣୀ ହେମ୍ବ୍ରମ ଭାଜପା ପ୍ରାର୍ଥୀ ସୁରୁମୁଣି ଚାତରଙ୍କୁ ୩୧୨୬ ଭୋଟରେ ପରାସ୍ତ କରିଛନ୍ତି। ବଅଁରପାଳ ବ୍ଲକ ୨୭ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ଗୋପାଳ ନାଏକ ଭାଜପା ପ୍ରାର୍ଥୀ ମହେଶ୍ୱର ବେହେରାଙ୍କୁ ୬୩୫୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ୨୮ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ମୀରା ଗଡ଼ନାୟକ ଭାଜପା ପ୍ରାର୍ଥୀ ଅମିତା ସିଂହଙ୍କୁ ୨୮୪୮ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri