ଅନୁଗୋଳରେ ଇତିହାସ ରଚିଲା ବିଜେଡି

ଅନୁଗୋଳ ଅଫିସ,୨।୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚଳିତବର୍ଷ ଅନୁଗୋଳ ଜିଲାରେ ବିଜୁ ଜନତା ଦଳ (ବିଜେଡି) ନୂଆ ଇତିହାସ ରଚିଛି। ଜିଲାର ମୋଟ୍‌ ୨୮ ଜିଲା ପରିଷଦ ଆସନ ମଧ୍ୟରୁ ଦଳ ୨୭ଟି ଦଖଲ କରିଛି। ଏପରି ରେକର୍ଡ ସଫଳତାକୁ ନେଇ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି। ୨୦୧୨ ନିର୍ବାଚନରେ ବିଜେଡିକୁ ୨୧ଟି ଜୋନ୍‌ରେ ବିଜୟ ମିଳିଥିବାବେଳେ ୨୦୧୭ରେ ଦଳ ୧୬ଟି ଜୋନ୍‌ରେ ଜୟଯୁକ୍ତ ହୋଇଥିଲା। ଅପରପକ୍ଷରେ ବିରୋଧୀ ଭାଜପାକୁ ଅନୁଗୋଳରେ ଜବରଦସ୍ତ ଧକ୍କା ଲାଗିଛି। ୨୦୧୨ରେ ମାତ୍ର ୨ଟିରେ ବିଜୟ ପାଇଥିବା ଭାଜପା ୨୦୧୭ରେ ୧୨ଟି ଜୋନ୍‌ ଜିତି ବିଜେଡିକୁ କଡ଼ା ଟକ୍କର ଦେଇଥିଲା। ହେଲେ ଚଳିତବର୍ଷ ଦଳ ଚିତ୍‌ପଟାଙ୍ଗ ମାରିଛି। ଛେଣ୍ଡିପଦାର ୧୫ନଂ. ଜୋନ୍‌ରେ ମାତ୍ର ଅଳ୍ପ କେଇଶହ ଭୋଟରେ ବିଜୟୀ ହେବା ସହ ଗୋଟିଏ ଜୋନ୍‌ରେ ସୀମିତ ରହିଯାଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। ୨୦୧୨ରେ ଦଳ ୪ଟି ଜୋନ୍‌ ଅକ୍ତିଆର କରିଥିବାବେଳେ ୨୦୧୭ରେ ଖାତା ଖୋଲିପାରି ନ ଥିଲା। ୨୦୨୨ରେ ମଧ୍ୟ କଂଗ୍ରେସ ସେହି ଅଲୋଡ଼ା ରେକର୍ଡ ଜାରି ରଖିଛି।
ଅନୁଗୋଳ ଜିଲାର ୨୮ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୨୬ ତାରିଖ ପ୍ରଥମ ପର୍ଯ୍ୟାୟରେ ୮ଟି ଜୋନ୍‌ରେ ଭୋଟ ଗଣତି ହୋଇଥିଲା। ଏହି ସମସ୍ତ ଜୋନ୍‌ରେ ବିଜେଡି ବିଜୟୀ ହୋଇଥିଲା। ୨୭ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୮ଟି ଜୋନ୍‌ରେ ଭୋଟ ଗଣତି ହୋଇଥିଲା। ସେଥିରୁ ୭ଟି ଜୋନ୍‌ ବିଜେଡି ଓ ଗୋଟିଏ ଭାଜପା ସପକ୍ଷରେ ଯାଇଥିଲା। ୨୮ ତାରିଖ ତୃତୀୟ ପର୍ଯ୍ୟାୟରେ ଜିଲାର ବାକି ୧୨ଟି ଜୋନ୍‌ରେ ଭୋଟ ଗଣତି ହୋଇଥିବାବେଳେ ସମସ୍ତ ଜୋନ୍‌କୁ ବିଜେଡି ହାତେଇ ନେଇଛି। ଅନୁଗୋଳ ବ୍ଲକରେ ଥିବା ୩ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶୀ ପଟ୍ଟନାୟକ ଭାଜପାର ଯୁଧିଷ୍ଠିର ସେଠଙ୍କୁ ୨୨୧୯ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ୪ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ଧ୍ରୁବଚରଣ ଦେହୁରୀ ଭାଜପାର ଦୁର୍ଗାଚରଣ ପ୍ରଧାନଙ୍କୁ ୯୧୯ ଭୋଟରେ ପରାସ୍ତ କରିଛନ୍ତି। ଆଠମଲ୍ଲିକ ବ୍ଲକର ୭ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ବବିତା କର୍ଣ୍ଣ ଭାଜପା ପ୍ରାର୍ଥୀ ଦୀପିକା ଦେହୁରୀଙ୍କୁ ୪୨୬୪ ଭୋଟରେ ହରାଇ ଦେଇଛନ୍ତି। କଣିହଁା ବ୍ଲକରେ ଥିବା ୧୦ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ରଶ୍ମିତା ବେହେରା ଭାଜପା ପ୍ରାର୍ଥୀ ସ୍ବର୍ଣ୍ଣମଞ୍ଜରୀ ବେହେରାଙ୍କୁ ୫୦୧୫ ଭୋଟରେ ପରାସ୍ତ କରିଛନ୍ତି। କିଶୋରନଗର ବ୍ଲକ ୧୩ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଷ୍ଣୁପ୍ରିୟା ପ୍ରଧାନ ଭାଜପା ପ୍ରାର୍ଥୀ ସୁମତିରାଣୀ ପ୍ରଧାନଙ୍କୁ ୬୨୪୧ ଭୋଟରେ ହରାଇ ଦେଇଛନ୍ତି। ଛେଣ୍ଡିପଦା ବ୍ଲକରେ ଥିବା ୧୬ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଭାଜପା ପ୍ରାର୍ଥୀ ବିପିନ କୁମାର ମାଝିଙ୍କୁ ୧୩୩୬ ଭୋଟରେ ପରାସ୍ତ କରିଛନ୍ତି। ୧୭ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ଭାନୁପ୍ରିୟା ପ୍ରଧାନ ଭାଜପା ପ୍ରାର୍ଥୀ ସଂଯୁକ୍ତା ପ୍ରଧାନଙ୍କୁ ୧୮୦୭ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ତାଳଚେର ବ୍ଲକରେ ଥିବା ୨୦ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ରୀତାରାଣି ଦାସ ଭାଜପା ପ୍ରାର୍ଥୀ ଜସ୍ମିନ ପ୍ରଧାନଙ୍କୁ ୧୦୦୩ ଭୋଟରେ ପରାସ୍ତ କରିଛନ୍ତି। ୨୧ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ସତ୍ୟଭାମା ସାହୁ ଭାଜପା ପ୍ରାର୍ଥୀ ଊର୍ମିଳା ଦେହୁରୀଙ୍କୁ ୩୭୮୬ ଭୋଟରେ ହରାଇ ଦେଇଛନ୍ତି। ପାଲଲହଡ଼ା ବ୍ଲକ ୨୪ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ଇନ୍ଦ୍ରାଣୀ ହେମ୍ବ୍ରମ ଭାଜପା ପ୍ରାର୍ଥୀ ସୁରୁମୁଣି ଚାତରଙ୍କୁ ୩୧୨୬ ଭୋଟରେ ପରାସ୍ତ କରିଛନ୍ତି। ବଅଁରପାଳ ବ୍ଲକ ୨୭ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ଗୋପାଳ ନାଏକ ଭାଜପା ପ୍ରାର୍ଥୀ ମହେଶ୍ୱର ବେହେରାଙ୍କୁ ୬୩୫୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ୨୮ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ମୀରା ଗଡ଼ନାୟକ ଭାଜପା ପ୍ରାର୍ଥୀ ଅମିତା ସିଂହଙ୍କୁ ୨୮୪୮ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ରାସ୍ତାକଡ଼ ପାଲଟିଛି କବାଡ଼ିଖାନା

ଭୁବନେଶ୍ୱର, ୧୮।୪ (ବନ୍ଦନା ସେଠୀ)ରାଜଧାନୀର ରାସ୍ତା କଡ଼ରୁ ପରିତ୍ୟକ୍ତ ହୋଇ ପଡିରହିଥିବା ଗାଡ଼ି, କ୍ୟାବିନ ଏବଂ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀଗୁଡିକୁ ତୁରନ୍ତ ହଟାଇବା ପାଇଁ ଭୁବନେଶ୍ୱର...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଐତିହ୍ୟ ଆବିଷ୍କାର, ସଂରକ୍ଷଣକୁ ଗୁରୁତ୍ୱ ନାହିଁ

ଭୁବନେଶ୍ୱର,୧୮।୪(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଶା କଳା, ସଂସ୍କୃତି, ଐତିହ୍ୟରେ ସମୃଦ୍ଧ। ପ୍ରତିଟି ଜିଲାରେ ରହିଛି ଅନନ୍ୟ ଐତିହ୍ୟର ପରିଚୟ। ମାତ୍ର ଭୁବନେଶ୍ୱର, କୋଣାର୍କ, ପୁରୀ ଆଦି କେତୋଟି ସ୍ଥାନକୁ...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri