Posted inଜାତୀୟ

ଭାଜପା ଖୋଜୁଛି ସାଥୀ

ନୂଆଦିଲ୍ଲୀ,୧୭ା୭ : କେନ୍ଦ୍ରରୁ ଭାଜପାକୁ ହଟାଇବା ପାଇଁ ଆଗେଇ ଆସିଥିବା ବିରୋଧୀ ଦଳଗୁଡ଼ିକର ଶକ୍ତି ବୃଦ୍ଧି ହେବାରେ ଲାଗିଛି। ଦିଲ୍ଲୀରେ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ କେନ୍ଦ୍ର ଆଣିଥିବା ଅଧ୍ୟାଦେଶରେ ଉପରାଜ୍ୟପାଳଙ୍କୁ ସବୁ କ୍ଷମତା ଦେଇ ଦିଆଯାଇଛି। ତାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ବିରୋଧ କରିଆସୁଛନ୍ତି। ଇତିମଧ୍ୟରେ କେନ୍ଦ୍ରୀୟ ଅଧ୍ୟାଦେଶ ବିରୋଧରେ ପ୍ରମୁଖ ବିରୋଧୀ ଦଳଗୁଡ଼ିକ କେଜ୍‌ରିଓ୍ବାଲଙ୍କୁ ସମର୍ଥନ କରିଥିବାବେଳେ ରବିବାର ଜୁଲାଇ ୧୬ରେ କଂଗ୍ରେସ ଏହି ପ୍ରତିବାଦରେ ସାମିଲ ହୋଇ ଏଏପିର ଲକ୍ଷ୍ୟକୁ ସମର୍ଥନ କରିଛି। ଏହା ବିରୋଧୀ ଏକତାକୁ ଅଧିକ ମଜଭୁତ କରିଛି। ଅଣଭାଜପା ଶାସିତ ରାଜ୍ୟଗୁଡ଼ିକରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଲଗାଇ ବିରୋଧୀଙ୍କୁ ଦମନ କରିଆସୁଥିବା ଭାଜପା ଆଗାମୀ ଲୋକ ସଭା ନିର୍ବାଚନରେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ମନେହେଉଛି।
୨୦୨୪ ଲୋକ ସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ନେଇ ଭାଜପା ଗତ କିଛିମାସ ପର୍ଯ୍ୟନ୍ତ ଏକପ୍ରକାର ନିଶ୍ଚିତ ଥିଲା। ୨୦୧୯ର ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସହଯୋଗୀଙ୍କ ପ୍ରତି ଏହାର ବ୍ୟବହାର ମଧ୍ୟ ବଦଳିଯାଇଥିଲା। ଏଥିରୁ ମନେହେଉଥିଲା, ସତେଯେମିତି କେନ୍ଦ୍ରରେ ଶାସକ ଦଳ ଆଉ କୌଣସି ସହଯୋଗୀଙ୍କ ସମର୍ଥନ ଆବଶ୍ୟକ କରୁନାହିଁ। ଆସାମଠାରୁ ଆରମ୍ଭକରି ପଞ୍ଜାବର ଅକାଳୀ ଦଳ (ବାଦଲ) ପର୍ଯ୍ୟନ୍ତ ଏହାର ଜ୍ୱଳନ୍ତ ଉଦାହରଣ। ପରବର୍ତ୍ତୀ ସମୟରେ ଉଦ୍ଧବ ଠାକ୍‌ରେଙ୍କ ଶିବସେନା, ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଭଳି ଗୋଟିଏ ପରେ ଗୋଟିଏ ଦଳ ଏନ୍‌ଡିଏରୁ ଓହରିଯିବା ପରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ଭାଜପା ଉଦ୍ୟମ କରି ନ ଥିଲା। ଆସନ୍ତା ନିର୍ବାଚନରେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ଜୁନ୍‌ ୨୩ରେ ପାଟନାରେ ୧୫ ବିରୋଧୀ ଦଳ ଏକାଠି ହୋଇଥିଲେ। ଜୁଲାଇ ୧୭ ଓ ୧୮ରେ ବେଙ୍ଗାଲୁରୁରେ କଂଗ୍ରେସ ନେତୃତ୍ୱରେ ହେବାକୁ ଥିବା ବୈଠକରେ ୨୬ ବିରୋଧୀ ଦଳ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି। କର୍ନାଟକ ବିଧାନସଭା ନିର୍ବାଚନ ପରେ ବିପକ୍ଷର ବଳ ବୃଦ୍ଧି ଘଟୁଥିବା ଦେଖି ଭାଜପା ଆମତ୍ବିଶ୍ୱାସ ହରାଇ ସାଥୀ ଖୋଜିବା ଆରମ୍ଭ କରିଛି। ଛୋଟ ଦଳଗୁଡ଼ିକୁ ଖୋଜିବା ପଛର କାରଣ ବୁଝିବା କଷ୍ଟକର ନୁହେଁ। ଆସନ୍ତା ୨୦ ତାରିଖରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ୧୮ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏନ୍‌ଡିଏ ବୈଠକ ଡାକିଛନ୍ତି। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହିବେ। ଏଥିରୁ ବୁଝିହେଉଛି, ଭାଜପା ପାଇଁ ଏହି ବୈଠକ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ।

ବେଙ୍ଗାଲୁରୁ ବୈଠକରେ ବିରୋଧୀ ନେତାମାନେ ପରସ୍ପର ମଧ୍ୟରେ ଥିବା ମତଭେଦ ଦୂର କରି ଭାଜପା ବିରୋଧରେ ଏକ ମିଳିତ ମେଣ୍ଟ ଉପସ୍ଥାପନ କରିବେ। ଏହି ବୈଠକରେ ଯୋଗଦେବାକୁ ଥିବା ଦଳଗୁଡ଼ିକ ମଧ୍ୟରେ ଅଛନ୍ତି କଂଗ୍ରେସ, ଏନ୍‌ସିପି, ଜେଡିୟୁ, ଆର୍‌ଜେଡି, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇ(ଏମ୍‌), ଡିଏମ୍‌କେ ପ୍ରମୁଖ। କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ କରିବ ନାହିଁ ବୋଲି କଂଗ୍ରେସ ଘୋଷଣା କରିବା ପରେ ଆମ୍‌ ଆଦ୍‌ମୀ ପାର୍ଟି ବିରୋଧୀ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ବୈଠକ ପୂର୍ବରୁ ବିରୋଧୀ ନେତାମାନଙ୍କ ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୈଶ ଭୋଜିର ଆୟୋଜନ କରିଛନ୍ତି। ସେଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ଦଳର ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେବେ। ବେଙ୍ଗାଲୁରୁ ବୈଠକରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ, ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧରୀ ପ୍ରମୁଖ ଯୋଗ ଦେଉଥିବା କର୍ନାଟକ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସଲିମ ଅହମଦ କହିଛନ୍ତି।
ଅନ୍ୟପକ୍ଷେ ଏନ୍‌ଡିଏ ବୈଠକରେ ପ୍ରାୟ ୩୦ ଦଳ ଯୋଗଦେଇପାରନ୍ତି ବୋଲି କୁହାଯାଉଛି। ଶାସକ ମେଣ୍ଟର ସହଯୋଗୀଙ୍କ ବ୍ୟତୀତ ଅନ୍ୟ କେତେକ ନୂଆ ଏବଂ ପୂର୍ବତନ ସହଯୋଗୀଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି।

ନୂଆଦିଲ୍ଲୀର ଅଶୋକା ହୋଟେଲରେ ମଙ୍ଗଳବାର ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବ।
ବିହାରର ୪ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନେ ହେଲେ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ନେତା ଚିରାଗ ପାଶ୍ୱାନ, ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା(ଏଚ୍‌ଏଏମ୍‌)ର ଜିତନରାମ ମାଞ୍ଝି, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଉପେନ୍ଦ୍ର ସିଂ କୁଶ୍‌ଓ୍ବାହା ଏବଂ ବିକାଶଶୀଳ ଇନ୍‌ସାନ ପାର୍ଟିର ମୁକେଶ ସାହାନି। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି)ର ପୂର୍ବତନ ସହଯୋଗୀ ଓମ୍‌ପ୍ରକାଶ ରାଜଭରଙ୍କ ଦଳ ସୁହେଲଦେବ ଭାରତୀୟ ସମାଜ ପାର୍ଟି ରବିବାର ଏନ୍‌ଡିଏରେ ଯୋଗଦେଇଛି। ଏସ୍‌ପି ବିଧାୟକ ଦାରା ସିଂ ଚୌହାନ ଶନିବାର ଉତ୍ତରପ୍ରଦେଶ ବିଧାନସଭାରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଏବଂ ବାଦଲ ପରିବାର ନିୟନ୍ତ୍ରଣରେ ଥିବା ଶିରୋମଣି ଅକାଳୀ ଦଳ ଏନ୍‌ଡିଏରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିବାବେଳେ ଭାଜପା ସେମାନଙ୍କ ସହ ମେଣ୍ଟ କରିବ ନାହିଁ ବୋଲି ଜଣାପଡ଼ିଛି। ପଞ୍ଜାବରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିବାବେଳେ ଆନ୍ଧ୍ରପ୍ରଦେଶରେ ପଓ୍ବନ କଲ୍ୟାଣଙ୍କ ଜନସେନା ପାର୍ଟି ସହ ମେଣ୍ଟ କରିବ ବୋଲି ଏକ ସୂତ୍ରରୁ ପ୍ରକାଶ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ମଧ୍ୟ ଏନ୍‌ଡିଏରେ ସାମିଲ ହେବା ନେଇ ସଙ୍କେତ ଦେଇଛି।

ଉଲ୍ଲେଖଯୋଗ୍ୟ ଏନ୍‌ଡିଏରେ ଏବେ ୨୪ ଦଳ ରହିଛନ୍ତି। ସେଗୁଡ଼ିକ ହେଲେ ଭାଜପା, ଏଆଇଏଡିଏମ୍‌କେ, ଶିବସେନା (ଏକନାଥ ଶିନ୍ଦେ ଗୋଷ୍ଠୀ), ନ୍ୟାଶନାଲ ପିପୁଲ୍‌ସ ପାର୍ଟି(ଏନ୍‌ପିପି), ନ୍ୟାଶନାଲିଷ୍ଟ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି), ଏସ୍‌କେଏମ୍‌ (ସିକିମ କ୍ରାନ୍ତିକାରୀ ପାର୍ଟି), ଜେଜେପି(ଜନନାୟକ ଜନତା ପାର୍ଟି), ଆଇଏମ୍‌କେଏମ୍‌କେ (ଇଣ୍ଡିଆ ମକ୍କଲ କଲଭି ମୁନେତ୍ରା କାଝାଗମ), ଏଜେଏସୟୁ(ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ), ଆର୍‌ପିଆଇ (ରିପବ୍ଲିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ), ଏମ୍‌ଏନ୍‌ଏଫ୍‌ (ମିଜୋ ନ୍ୟାଶନାଲ ଫ୍ରଣ୍ଟ), ଟିଏମ୍‌ସି (ତାମିଲ ମାନିଲା କଂଗ୍ରେସ), ଆଇପିଏଫ୍‌ଟି(ତ୍ରିପୁରା), ବିପିପି (ବୋଡୋ ପିପୁଲ୍‌ସ ପାର୍ଟି), ପିଏମ୍‌କେ (ପଟାଲି ମକ୍କାଲ କାଛି), ଏମ୍‌ଜିପି (ମହାରାଷ୍ଟ୍ର ଗୋମନ୍ତକ ପାର୍ଟି), ଅପନା ଦଳ, ଏଜିପି (ଆସାମ ଗଣ ପରିଷଦ), ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି, ନିଶାଦ ପାର୍ଟି, ୟୁପିପିଏଲ୍‌ (ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ), ଏଆଇଆର୍‌ଏନ୍‌ସି (ଅଲ୍‌ ଇଣ୍ଡିଆ ଏନ୍‌ଆର୍‌ କଂଗ୍ରେସ ପୁଡ଼ୁଚେରି), ଶିରୋମଣି ଅକାଳୀ ଦଳ ସଂଯୁକ୍ତ(ଧିଣ୍ଡସା) ଏବଂ ଜନସେନା (ପଓ୍ବନ କଲ୍ୟାଣ)। ଏହା ବ୍ୟତୀତ ଶାସକ ମେଣ୍ଟରେ ସାମିଲ ହୋଇଥିବା ନୂଆ ଦଳଗୁଡ଼ିକ ହେଲେ ଏନ୍‌ସିପି ଅଜିତ ପାଓ୍ବାର ଗୋଷ୍ଠୀ, ଲୋକ ଜନଶକ୍ତି ପାର୍ଟି (ରାମବିଳାସ), ଏଚ୍‌ଏଏମ୍‌ (ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା), ଆର୍‌ଏଲ୍‌ଏସ୍‌ପି (ରାଷ୍ଟ୍ରୀୟ ଲୋକ ସମତା ପାର୍ଟି), ଭିଆଇପି (ବିକାଶଶୀଳ ଇନ୍‌ସାନ ପାର୍ଟି) ଏବଂ ଏସ୍‌ବିଏସ୍‌ପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି)।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?