କେମିକାଲ କକ୍‌ଟେଲ୍‌ ଦେବ ନବଯୌବନ

ଓ୍ବାଶିଂଟନ୍‌,୧୭।୭ : ଚିରଦିନ ପର୍ଯ୍ୟନ୍ତ ମଣିଷ ଯୁବା ଅବସ୍ଥାରେ ରହିବା କେବେ ବି ସମ୍ଭବ ନୁହେଁ। ନିଜ ପ୍ରକୃତ ବୟସଠାରୁ କମ୍‌ ବୟସ୍କ ଦେଖାଯିବା ପାଇଁ ଆଜିକାଲି ନାନା ପ୍ରକାର ପ୍ରସାଧନ ସାମଗ୍ରୀ ବଜାରରେ ଉପଲବ୍ଧ। କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବା ଦେଖାଯିବା ବାସ୍ତବରେ ଅସମ୍ଭବ ନୁହେଁ ବୋଲି ଆମେରିକାର ହାର୍ଭାର୍ଡ ମେଡିକାଲ ସ୍କୁଲର ବୈଜ୍ଞାନିକମାନେ ଦାବି କରିଛନ୍ତି। ପୁଣିଥରେ ଯୌବନ ଫେରାଇ ଆଣିବା ପାଇଁ ବୈଜ୍ଞାନିକମାନେ ଏକ କେମିକାଲ କକ୍‌ଟେଲ୍‌ ପ୍ରସ୍ତୁତ କରିଛନ୍ତି। ଏ ସଂକ୍ରାନ୍ତୀୟ ଅଧ୍ୟୟନ ରିପୋର୍ଟ ‘ମେଡିକାଲ ଜର୍ନାଲ୍‌ ଏଜିଙ୍ଗ୍‌’ରେ ପ୍ରକାଶ ପାଇଛି।
୫ରୁ ୭ଟି କେମିକାଲର ମିଶ୍ରଣରେ ବୈଜ୍ଞାନିକମାନେ ଏହି କକ୍‌ଟେଲ୍‌ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ମୁତାବକ ମାନସିକ ରୋଗ, ବାତ ଆଦି ରୋଗକୁ ଭଲ କରିବା ପାଇଁ ବ୍ୟବହାର କରାଯାଉଥିବା ଡ୍ରଗ୍‌ ବା କେମିକାଲରୁ ଏହା ତିଆରି। ତେବେ ଏହି ବିଶେଷ ପ୍ରକାର କକ୍‌ଟେଲ୍‌ରେ ବ୍ୟବହାର କରାଯାଇଥିବା ମେଡିକେଶନ୍‌ଗୁଡ଼ିକ ହେଲା, ଭାଲ୍‌ପ୍ରୋଭଇକ୍‌ ଏସିଡ୍‌, ପ୍ରାମିପେକ୍ସୋଲ ଇତ୍ୟାଦି। ମଣିଷ ଦେହରେ ପୁଣିଥରେ ଯୌବନ ଫେରାଇ ଆଣିବା ଲାଗି କେଉଁ କେଉଁ କଣିକାର ଉପଯୋଗିତା ଆବଶ୍ୟକ ସେ ନେଇ ପାଖାପାଖି ୩ ବର୍ଷ ଧରି ବୈଜ୍ଞାନିକମାନେ ଅଧ୍ୟୟନ କରିଥିବା କହିଛନ୍ତି। ହାର୍ଭାର୍ଡ ବୈଜ୍ଞାନିକ ଡେଭିଡ୍‌ ସିନ୍‌କ୍ଲେର ଷ୍ଟଡି ରିପୋର୍ଟ ସମ୍ବନ୍ଧରେ କିଛି ତଥ୍ୟ ଟୁଇଟରରେ ଶେୟାର କରିଛନ୍ତି, ଯେଉଁଥିରେ ୟୁଜର୍ସମାନେ ନିଜ ସକାରାତ୍ମକ ମତ ଦେଇଛନ୍ତି। ଜିନ୍‌ ଥେରାପି ଦ୍ୱାରା ଯୌବନ ଫେରିବ ବୋଲି ପୂର୍ବ ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଥିଲେ। କିନ୍ତୁ ଏହି ଜଟିଳ ପ୍ରଣାଳୀ ଅପେକ୍ଷା କେମିକାଲ୍‌ କକ୍‌ଟେଲ୍‌ ଅଧିକ ଉପଯୋଗୀ ବୋଲି ବିଶେଷଜ୍ଞ କହିଛନ୍ତି।
କେମିକାଲ୍‌ କକ୍‌ଟେଲ୍‌ ନେଇ ମୂଷା ଏବଂ ମାଙ୍କଡ଼ଙ୍କଠାରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲ୍‌ ସଫଳ ହୋଇଛି। ଏହି କକ୍‌ଟେଲ୍‌ ଶରୀର କୋଷିକାର ବୟସ କମାଇବା ଦ୍ୱାରା ଯୌବନ ପୁଣିଥରେ ଫେରିଆସୁଛି। ଏହା ପ୍ରୟୋଗ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଶରୀରରେ ପାର୍ଥକ୍ୟ ପରିଲଖିତ ହେଉଥିବା କୁହାଯାଉଛି। ଚକ୍ଷୁ ଶିରା, ମସ୍ତିଷ୍କ କୋଷିକା, ଯକୃତ ଏବଂ ମାଂସପେଶୀରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଜିନ୍‌ ଥେରାପୀ ଭଳି କେମିକାଲ କକ୍‌ଟେଲ ଦ୍ୱାରା ଲୋକଙ୍କ ନବଯୌବନ ଫେରିପାରିବ। ଏ ସଂକ୍ରାନ୍ତରେ ବୈଜ୍ଞାନିକଙ୍କ ଅଧ୍ୟୟନ ଜାରି ରହିଛି। ଆଗାମୀ ଦିନରେ ଯୌବନ ଫେରାଇ ପାରୁଥିବା କକ୍‌ଟେଲ ନେଇ ମଣିଷଙ୍କ ଉପରେ ଟ୍ରାଏଲ୍‌ କରାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri