Odisha Elections 2024
Posted inଜାତୀୟ

ହତ୍ୟା ମାମଲରେ ଗିରଫ ହେଲେ ପଶ୍ଚିମବଙ୍ଗର ଭାଜପା ନେତା

ବର୍ଦ୍ଧମାନ,୨୧।୩ : ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ୭୪ ବର୍ଷୀୟ ବୃଦ୍ଧଙ୍କ ହତ୍ୟା ମାମଲାରେ ଭାଜପା ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ତିନି ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରାଯିବା ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ସେମାନଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।

ରାଇନା ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ ପାରାସ୍ଥିତ ଘରେ ବୃଦ୍ଧାଙ୍କୁ ଗୁଳି କରି ଚଳିତ ମାସ ୯ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ଘରେ ଲୁଟ୍‌ ଉଦ୍ଦେଶ୍ୟ ଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ। କାରଣ ଘଟଣା ଦିନ ବୃଦ୍ଧ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ତେବେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୁର୍ଘଟଣା ବଶତଃ ଶୁଟ୍‌ କରିଥିବା ସ୍ବୀକାର କରିଛନ୍ତି। ବୃଦ୍ଧ ତଳେ ପଡ଼ିଯିବା ପରେ ସେମାନ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଫୋନକୁ ଟ୍ରାକ କରି ୩ ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମ ରହିମଙ୍କୁ ହାଇକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି

ପଞ୍ଚକୁଲା,୨୮।୫: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରଣଜିତ ସିଂ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।...

୪୦୦ ଆସନ କାହିଁକି ଚାହୁଁଛି ଭାଜପା? ଥରୁର କଲେ ବଡ ଦାବି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ୨୦୨୪ର ଛଅଟି ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ସମସ୍ତ ଦଳ ଅନ୍ତିମ ଅର୍ଥାତ୍‌ ସପ୍ତମ ପର୍ଯ୍ୟାୟ ନିର୍ବାଚନର ପ୍ରସ୍ତୁତିରେ ବ୍ୟସ୍ତ...

ଭାଜପାକୁ ମିଳିବ ୨୦୦ ଆସନ, ସେଥିପାଇଁ…: ସଲମାନ କୁର୍ଶିଦଙ୍କ ଆକଳନ

ନୂଆଦିଲ୍ଲୀ,୨୮।୫: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ କୁର୍ଶିଦ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ନେଇ ଏକ ବଡ଼ ଭବିଷ୍ୟବାଣୀ...

ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ...

କେଜ୍‌ରିଓ୍ବାଲ୍‌ ଜେଲ୍‌ ଯିବାକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୮:ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପଥର ଖଣି ଧସି ୧୦ ମୃତ

ଆଇଜଲ,୨୮।୫: ମଙ୍ଗଳବାର ମିଜୋରାମର ଏକ ପଥର ଖଣିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜ୍ୟର ଆଇଜଲ ଜିଲାରେ ଏକ ପଥର ଖଣି ଭୁଶୁଡ଼ିବା ପରେ...

ସୁପ୍ରିମକୋର୍ଟରୁ କେଜରିଓ୍ବାଲଙ୍କୁ ଝଟକା

ନୂଆଦିଲ୍ଲୀ,୨୮।୫: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝଯକା ଲାଗିଛି। ଜଷ୍ଟିସ ଏ ଏସ ଓକଙ୍କ ନେତୃତ୍ୱରେ ଏକ ବେଞ୍ଚ କେଜରିୱାଲଙ୍କ ସ୍ବାସ୍ଥ୍ୟ ଯାଞ୍ଚ...

ପ୍ରକାଶ ପାଇଲା ଅଗ୍ନିବୀର ନିଯୁକ୍ତି ପରୀକ୍ଷା ଫଳାଫଳ, ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୮।୫: ଭାରତୀୟ ସେନା ଅଗ୍ନିବୀର କମନ ଏଣ୍ଟ୍ରାସ୍‌ ଟେଷ୍ଟ ୨୦୨୪ର ଫଳାଫଳ ପ୍ରକାଶ କରିଛ। ରାଜସ୍ଥାନର ବିଭିନ୍ନ ସେନା ନିଯୁକ୍ତି କାର୍ଯ୍ୟାଳୟ ପାଇଁ ଏହି ଫଳାଫଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri