ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ ଏବଂ ନିରାଧାର ଅଭିଯୋଗ ଆଣନ୍ତି। ୨୦୧୯ରେ ମଧ୍ୟ ଏଭଳି ତଥାକଥିତ ଚାର୍ଜଶିଟ୍‌ ଓଡ଼ିଶା ଭାଜପା ପକ୍ଷରୁ ଅଣାଯାଇଥିଲା। ସେତେବେଳେ ସେମାନେ ବୁଝିଯାଇଥିଲେ, ଅତି ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ବୁଧବାର ଗଣମାଧ୍ୟମକୁ ସେ କହିଛନ୍ତି, ୨୦୨୪ରେ ମଧ୍ୟ ସେମାନେ ଅତି ଶୋଚନୀୟ ଭାବେ ହାରିବାକୁ ଯାଉଥିବା ଜାଣିସାରିଲେଣି। ସେଥିପାଇଁ ସେମାନେ ବିନା କୌଣସି ତଥ୍ୟ ପ୍ରମାଣ ଆଧାରରେ ଏଭଳି ଭିତ୍ତିହୀନ ଏବଂ ନିରାଧାର ଅଭିଯୋଗ ଆଣିଛନ୍ତି। କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି। ହେଲେ ଓଡ଼ିଶାକୁ କୃଷିକ୍ଷେତ୍ରରେ ସମାଲୋଚନା କରାଯାଉଛି। କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ସବୁଠାରୁ କମ୍‌ ବେକାରି ହାର ଓଡ଼ିଶାରେ। ହେଲେ ମିଛ ତଥ୍ୟ ଉପସ୍ଥାପନ କରାଯାଇ ଓଡ଼ିଶାର ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଉଛି। ମହିଳା ସୁରକ୍ଷା ନେଇ ସେମାନେ ଓଡ଼ିଶାକୁ ସମାଲୋଚନା କରୁଛନ୍ତି, ଯେତେବେଳେ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ଓଡ଼ିିଶା ତୁଳନାରେ ଢେର ଅଧିକ। ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ରାଜ୍ୟର ଛବିକୁ ମଳିନ କରିବା ଓଡ଼ିଶା ଭାଜପାର ପୁରୁଣା ଅଭ୍ୟାସ। ବତ୍ତର୍ର୍ମାନର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସର କେଳେଙ୍କାରୀ ବାବଦରେ ସମସ୍ତେ ଜାଣିଛନ୍ତି, ଯେଉଁଥିପାଇଁ ୨୦୦୮ରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା। ଏଭଳି ଜଣେ ବ୍ୟକ୍ତି ଯଦି ଓଡ଼ିଶା ଭାଜପାର ସଭାପତି ଭାବେ ଦାୟିତ୍ୱ ତୁଲାଇବେ, ତେବେ ଦଳ ଭିତରେ ମହିଳା କେତେ ସୁରକ୍ଷିତ, ଏଥିରୁ ବୁଝିବାକୁ ଆଉ ବାକି ନାହିଁ। ସମସ୍ତେ ଜାଣିଛନ୍ତି ଓଡ଼ିଶା ହାଇସ୍କୁଲଗୁଡ଼ିକର ଶ୍ରେଣୀ ଗୃହ, ଓଡ଼ିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀ ଗୃହଠାରୁ ଯଥେଷ୍ଟ ଉନ୍ନତ ମାନର। ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି, କିନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ୍‌ରୁମ୍‌ କରିପାରିନାହାନ୍ତି। ଅନ୍ୟପଟେ ଓଡ଼ିଶା ସରକାର ରାଜ୍ୟରେ ୭୦୦୦ ସ୍କୁଲର ରୂପାନ୍ତରଣ କରିଛନ୍ତି। କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି ଯେ ଗତ ୨ ବର୍ଷ ଧରି ବିତ୍ତୀୟ ପରିଚାଳନାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ। ତଥାପି ଏଭଳି ମିଛ ଦସ୍ତାବିଜ ଉପସ୍ଥାପନ କରାଯାଇ ରାଜ୍ୟର ଛବି ଖରାପ ହେଉଛି। ବିଦ୍ୟୁତୀକରଣ ସମ୍ପର୍କରେ ମଧ୍ୟ ମିଥ୍ୟା କୁହାଯାଇଛି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବିଦ୍ୟୁତ୍‌ ଯୋଗାଣ କରାଯାଇପାରିବ ନାହିଁ। ଏହା କେବଳ କେନ୍ଦ୍ରର ନିଷ୍ପତ୍ତି ଦ୍ୱାରା ସମ୍ଭବ। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ମିଛରେ ଭାଜପା ଟାର୍ଗେଟ୍‌ କରୁଛି। ସମସ୍ତେ ଜାଣନ୍ତି ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଧର୍ମେନ୍ଦ୍ର ମିଥ୍ୟା ଅଭିଯୋଗ କରିବା ଏବଂ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତୀକରଣ କରିବାରେ ଧୁରନ୍ଧର। ଏଭଳି ନେତାଙ୍କୁ ପ୍ରଶ୍ରୟ ଦେଉଥିବା ଦଳ ଅନ୍ୟକୁ ଉପଦେଶ ଦେବାର କୌଣସି ନୈତିକତା ନାହିଁ। ଏଭଳି ଭିତ୍ତିହୀନ ଏବଂ ମିଥ୍ୟା କହିବାକୁ ଅନେକ ବିରୋଧ କରିଥିବା କଥା ମୁଁ ଦଳରେ ଥିବା ସମୟରୁ ଜାଣିଥିଲି। ହେଲେ ସେତେବେଳେ ସେମାନେ ଚାପ ସୃଷ୍ଟି କରିବା ସହ କହୁଥିଲେ, ଆମେ ନିର୍ବାଚନ ହାରିବାକୁ ଯାଉଛୁ, ତେଣୁ ଏଭଳି କରିବାକୁ ହିଁ ପଡ଼ିବ। ପୁଣି ଥରେ ଏହାକୁ ଦୋହରାଇବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ, କାରଣ ରାଜ୍ୟ ଭାଜପା ଭଲଭାବେ ଜାଣିଛି ୨୦୨୪ ନିର୍ବାଚନରେ ସେମାନେ ହାରିବାକୁ ଯାଉଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri