Posted inଜାତୀୟ

କେଜରିଓ୍ବାଲଙ୍କୁ ଭୟ କରୁଛି ଭାଜପା,ଶରଦ ପାଓ୍ବାରଙ୍କ ଶୈଳୀରେ ଇଡି-ସିବିଆଇର ମୁକାବିଲା କରୁଛନ୍ତି କେଜରିଓ୍ବାଲ-ସିସୋଡିଆ…

ନୂଆଦିଲ୍ଲୀ, ୨୨।୮ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗତ ଦୁଇ ଦିନ ଧରି ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ସ୍କାନରରେ ଅଛନ୍ତି। କୁହାଯାଉଛି ଯେ ଶୀଘ୍ର ଏହି ମାମଲା ଇଡିକୁ ହସ୍ତାନ୍ତର କରା ଯାଇପାରେ। ଏହି ସମସ୍ୟା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି।

କିନ୍ତୁ ମନୀଷ ସିସୋଡିଆଙ୍କ ଠାରୁ ଆରମ୍ଭ କରି ଅରବିନ୍ଦ କେଜରିୱାଲଙ୍କ ପର୍ଯ୍ୟନ୍ତ ସଭିଏଁ ବ୍ୟାକଫୁଟକୁ ଯିବାକୁ ମନା କରି ଦେଇଛନ୍ତି। ଉଭୟ ଟୁଇଟରରେ ତଥା କଡ଼ା ସମାଲୋଚନା ମାଧ୍ୟମରେ ଭାଜପାକୁ କ୍ରମାଗତ ଭାବେ ଟାର୍ଗେଟ କରୁଛନ୍ତି। ମନୀଷ ସିସୋଡିଆ କହିଛନ୍ତି ଯେ ଅରବିନ୍ଦ କେଜରିୱାଲଙ୍କୁ ଭାଜପା ଭୟ କରୁଛି ଏବଂ ସେଥିପାଇଁ ଏସବୁ କରାଯାଉଛି। ଶରଦ ପାଓ୍ବାରଙ୍କ ଶୈଳୀରେ କେଜରିଓ୍ବାଲ, ସିସୋଡିଆ ଇଡି ଏବଂ ସିବିଆଇର ମୁକାବିଲା କରୁଥିବା ନେଇ ଚର୍ଚ୍ଚା ହେଉଛି।

ସୋମବାର ସିସୋଡିଆ ଭାଜପାକୁ ଅଡୁଆରେ ପକାଇବା ପାଇଁ ନୂଆ ରଣନୀତି ଆପଣେଇ ପାଦେ ଆଗକୁ ଯାଇଛନ୍ତି। ଭାଜପାରେ ଯୋଗଦେବା ପାଇଁ ଏକ ବାର୍ତ୍ତା ପାଇଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ ଭାଜପା ମୋତେ କହିଛି ଯେ ଯଦି ଆପଣ ଆମ ଆଦମୀ ପାର୍ଟି ଛାଡି ଆମ ଦଳରେ ଯୋଗ ଦିଅନ୍ତି ତେବେ ଇଡି ଏବଂ ସିବିଆଇର ତଦନ୍ତ ବନ୍ଦ ହୋଇଯିବ। ଏହା ବ୍ୟତୀତ ସେ କହିଥିଲେ ଯେ ମୁଁ ଜଣେ ରାଜପୁତ, ମୋର ମୁଣ୍ଡ କଟି ଯିବ ପଛେ ମୁଁ ନଇବି ନାହିଁ।

ଅରବିନ୍ଦ କେଜରିୱାଲ ଏବଂ ସିସୋଡିଆଙ୍କ ଏଜେନ୍ସି ଉପରେ ଆକ୍ରମଣ କରିବାର ରଣନୀତି ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହିତ ମେଳ ଖାଉଛି। ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ମଧ୍ୟ ଯେତେବେଳେ ପାଓ୍ବାର ଇଡି ନୋଟିସ ପାଇଥିଲେ, ସେ ନରମ ହେବା ପରିବର୍ତ୍ତେ ମରାଠା କାର୍ଡ ଖେଳିଥିଲେ ଏବଂ ନିଜେ ଇଡି କାର୍ଯ୍ୟାଳୟକୁ ଯିବା ବିଷୟରେ କହିଥିଲେ।

ଶରଦ ପାୱାରଙ୍କ ଏଭଳି ଘୋଷଣା ପରେ ମହାରାଷ୍ଟ୍ରର ରାଜନୈତିକ ବାତାବରଣରେ ଉଷ୍ଣତା ସୃଷ୍ଟି ହୋଇଥିଲା ଏବଂ ପରେ ଇଡି ଦ୍ୱାରା ସ୍ପଷ୍ଟ କରାଯାଇଥିଲା ଯେ ଆମେ ଶରଦ ପାୱାରଙ୍କ ବିରୋଧରେ ତଦନ୍ତ କରିବୁ ନାହିଁ। ତେବେ ବିଧାନସଭା ନିର୍ବାଚନରେ ଏନେଇ ଶରଦ ପାୱାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସ୍ଥିତିରୁ ଏନସିପି ଲାଭ ପାଇଛି। ସେତେବେଳେ ଶରଦ ପାୱାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଭୟ ନକରି ଦୃଢ଼ଭାବରେ ଠିଆ ହେବାର ମୂଳଦୁଆ ପକାଇଥିଲେ। ବର୍ତ୍ତମାନ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଡିଆ ଦିଲ୍ଲୀରେ ସମାନ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି। ସିବିଆଇ ମନୀଷ ସିସୋଡିଆଙ୍କ ଘରେ ଚଢ଼ାଉ କରିବା ଦିନଠାରୁ ସେ ନିଜେ ସୋସିଆଲ ମିଡିଆରେ ସମସ୍ତ ତଥ୍ୟ ଦେଉଛନ୍ତି।

କେଜରିୱାଲ ଏବଂ ସିସୋଡିଆ ଦିଲ୍ଲୀରେ ତାଙ୍କ ଦଳ ଦ୍ୱାରା କରାଯାଇଥିବା ଭଲ କାର୍ଯ୍ୟ ବିରୁଦ୍ଧରେ କେନ୍ଦ୍ରର ଏଭଳି ପଦକ୍ଷେପ ଦ୍ୱାରା ଏକ ଷଡଯନ୍ତ୍ର ରଚାଯାଇଥିବା ପ୍ରଚାର କରୁଛନ୍ତିି। ସତ୍ୟନ୍ଦ୍ର ଜୈନଙ୍କୁ ଗିରଫ କରିବା ପରେ ମଧ୍ୟ ଏଏପି ପଛେଇବାକୁ ମନା କରିଦେଇଥିଲା ଏବଂ ଅପରପକ୍ଷେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲା। ଆମ ଆଦମୀ ପାର୍ଟି ଚାହୁଁଛି ଏହା ଦ୍ୱାରା ଦିଲ୍ଲୀର ଲୋକଙ୍କୁ ଏକ ବାର୍ତ୍ତା ପଠାଇବାରେ ସକ୍ଷମ ହେବ । ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି, ଆମ ଆଦମୀ ପାର୍ଟି ଅନୁଭବ କରୁଛି ଯେ ଏହି ଆଇନଗତ ଅସୁବିଧା ଯୋଗୁ ଦଳ କିଛି ସମୟ ପାଇଁ ଅସୁବିଧାରେ ପଡିପାରେ, କିନ୍ତୁ ରାଜନୈତିକ ଦୃଷ୍ଟିରୁ ଏହା ବ୍ୟାକ୍‌ ଫୁଟକୁ ଗଲେ ହିଁ କ୍ଷତିଗ୍ରସ୍ତ ହେବ। ତେଣୁ କେଜରିଓ୍ବାଲ ଏବଂ ସିସୋଡିଆ ଯୋଜନାବଦ୍ଧ ଭାବେ ରଣନୀତି ଆପଣେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?