ଆଇଟି ଟାଓ୍ବାର ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ୫-ଟି ସଚିବ ଭିକେ ପାଣ୍ଡିଆନ ସୋମବାର ଆଇଟି ଟାଓ୍ବାର ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡ଼ିଂ ଏବଂ O’ ହବ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ୨ଟି ନୂଆ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହୋଇ କାର୍ଯ୍ୟକ୍ଷମ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଡେଭଲପ୍‌ମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡିଲୋଇଟ୍‌ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨୦୨୨ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଦୁଇଟି ଯାକ ସେଣ୍ଟର କାର୍ଯ୍ୟକ୍ଷମ  ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ  ୫-ଟି ସଚିବ ଭୁବନେଶ୍ବର ସ୍ମାର୍ଟସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। O’ ହବ୍‌ରେ ଦ୍ବିତୀୟ ଟାଓ୍ବାର ନିର୍ମାଣକୁ ପ୍ରାଧାନ୍ୟ ଦେଇଛନ୍ତି।

ସେଠାରେ ଇନ୍‌କ୍ୟୁବେସନ ସେଣ୍ଟର ସହ ଷ୍ଟାର୍ଟଅପ୍‌ ପାଇଁ ଆବଶ୍ୟକ ଜାଗା ଯୋଗାଇବାକୁ ଗୁରୁତ୍ୱ ଦେଇଛନ୍ତି । ଇନ୍‌ଫୋସିଟି ଅଞ୍ଚଳରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରିବାକୁ ୫ -ଟି ସଚିବ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଆଇଟି କମ୍ପାନୀଗୁଡ଼ିକର ପାର୍କିଂ ସମସ୍ୟା ଦୂର ହେବ। ୫-ଟି ସଚିବଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା, ବୈଷୟିକ ଓ ପ୍ରଯୁକ୍ତବିଦ୍ୟା ସଚିବ ମନୋଜ ମିଶ୍ର, ଭୁବନେଶ୍ବର ସ୍ମାର୍ଟସିଟି ଲିମିଟଚେଡର ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କ ଓ ବହୁ ବରିଷ୍ଠ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ପରୀକ୍ଷାରେ ତପସ୍ବିନୀଙ୍କ କୃତିତ୍ୱ: ଦୃଢ଼ ଇଚ୍ଛାଶକ୍ତି ସଫଳତା ଦେଇଛି

ବାଲିଆ, ୧୦।୧: ମାତ୍ର ୭ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବା ପରେ ବି ନିଜ ସ୍ବପ୍ନ ପୂରଣ କରିବାକୁ ଅନବରତ ଚେଷ୍ଟା ଚଳାଇଥିଲେ ବିରିଡ଼ି ବ୍ଲକ ୨୨...

ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ନିଜ...

ପୁଣି ୧୦ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି। ଏହି ୧୦ମୃତକଙ୍କ...

ରାଜଧାନୀରୁ ସମ୍ବଲପୁରକୁ ଗଡ଼ିବନି ବସ୍‌

ସମ୍ବଲପୁର ଅଫିସ,୨୩ା୧୨: ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ସମ୍ବଲପୁରକୁ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୮କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା...

୩ ପଞ୍ଚାୟତର ୧୫ ଗାଁ ପାଣି ଘେରରେ

ଖୋର୍ଦ୍ଧା ଅଫିସ,୨୭ା୮: ଲଗାଣ ବର୍ଷା ସହ ହୀରାକୁଦ ଜଳ ରାଜୁଆ ନଦୀରେ ପ୍ରବେଶ କରିବା ପରେ ବନ୍ୟା ଆସିଛି। ଫଳରେ ଖୋର୍ଦ୍ଧା ବ୍ଲକ୍‌ର ୩ ପଞ୍ଚାୟତରେ...

ଏଣିକି ନୂଆ ପଦ୍ଧତିରେ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୪।୧୦(ବ୍ୟୁରୋ): କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଯୁକ୍ତ୨ ପରୀକ୍ଷାକୁ ନୂଆ ପଦ୍ଧତିରେ କରିବାକୁ ନିଷ୍ପତ୍ତି ନେଇଛି। ଦୁଇବର୍ଷ ମଧ୍ୟରେ...

ବଡ଼ଭାଇଙ୍କ ଜୀବନ ନେଲେ ସାନ

ବାରିପଦା ଅଫିସ,୨୬ା୬: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ବଡ଼...

Advertisement
Archives

Model This Week