ପିଏମ୍‌ଏଓ୍ବାଇ(ଗ୍ରାମୀଣ) ପୋର୍ଟାଲ ଖୋଲିବାକୁ ବିଜେଡି ଏମ୍‌ପିଙ୍କ ଦାବି

ଭୁବନେଶ୍ବର, ୬ା୮(ବ୍ୟୁରୋ): ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅର୍ଥ ପ୍ରଦାନ କରିବା ସହିତ ତୁରନ୍ତ ଏ ସମ୍ପର୍କିତ ପୋର୍ଟାଲ ଖୋଲିବା ଲାଗି ବିଜେଡି ଏମ୍‌ପି ମଞ୍ଜୁଲତା ମଣ୍ଡଳ ପାର୍ଲାମେଣ୍ଟରେ ଦାବି କରିଛନ୍ତି। ଅନ୍ୟପଟେ ପିଏମ୍‌ ଆବାସ୍‌ ଯୋଜନା ପୋର୍ଟାଲ ଓଡ଼ିଶାରେ ଖୋଲିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଦେଇ ଅନୁରୋଧ କରିଛନ୍ତି।
ତେବେ ପାର୍ଲାମେଣ୍ଟରେ ବିଜେଡି ଏମ୍‌ପି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ୍‌ ଯୋଜନା(ଗ୍ରାମୀଣ)ରେ ସାମିଲହେବାକୁ ଥିବା ହିତାଧିକାରୀଙ୍କ ତାଲିକା ବହୁ ବଢିଗଲାଣି। ୨୦୨୨ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଘର ଦେବା ଲକ୍ଷ୍ୟ ଫେଲ୍‌ ହେବାକୁ ବସିଲାଣି। ତେଣୁ ତାଲିକାଭୁକ୍ତ ହୋଇଥିବା ସମସ୍ତ ନୂଆ ହିତାଧିକାରୀଙ୍କୁ ଘର ଯୋଗାଇବାର କାର୍ଯ୍ୟାଦେଶ ଏବଂ ଏହି ଅର୍ଥ ତୁରନ୍ତ ପ୍ରଦାନ କରାଯାଉ। ଆବାସ୍‌ ଯୋଜନା ପୋର୍ଟାଲ ତୁରନ୍ତ ଖୋଲିଲେ ହିତାଧିକାରୀମାନେ ଏହି ଯୋଜନା ଲାଗି ତାଲିକାରେ ସାମିଲ ହୋଇପାରିବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ। ରାଜ୍ୟର ୬ ଲକ୍ଷ ୬୫ ହଜାର ପରିବାର ଏବଂ ଲକ୍ଷେ ୮୪ ହଜାର ଫନୀ କ୍ଷତିଗ୍ରସ୍ତ ଘର ଏହି ଯୋଜନାରେ ସାମିଲ ହେବା ଅପେକ୍ଷାରେ ଅଛନ୍ତି। ଏହାକୁ ବାଦ୍‌ ଦେଲେ ଭଦ୍ରକ ଲୋକ ସଭା ମଣ୍ଡଳୀର ୫୭ ହଜାର ୧୯୦ ହିତାଧିକାରୀ ଏହି ଯୋଜନାରେ ଆଲଟମେଣ୍ଟ ଅର୍ଥ ପାଇବା ଲାଗି ଅପେକ୍ଷାରେ ରହିଥିବା ମଞ୍ଜୁଲତା କହିଛନ୍ତି।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୋର୍ଟାଲ ଖୋଲିବାକୁ କହିବା ସହିତ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାକୁ ଥିବା ହିତାଧିକାରୀଙ୍କ ଲାଗି ପୋର୍ଟାଲ ଖୋଲାଯାଉ। ହେଲେ ଯୋଗ୍ୟ ହିତାଧିକାରୀ ଏଥିରୁ ଯେପରି ବାଦ୍‌ ନ ପଡିବେ ସେଥିପ୍ରତି ଧ୍ୟାନ ଦେଇ ଠିକ୍‌ ତାଲିକା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେବା ଜରୁରୀ। କାରଣ ୨୦୨୧-୨୨ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଣରେ ଓଡ଼ିଶାରେ ବ୍ୟାପକ ଅନିୟମିତତା ହୋଇଥିବା ମନ୍ତ୍ରଣାଳୟ ରିପୋର୍ଟ କରିଥିଲା। ବହୁ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲୋଗୋରେ ମଧ୍ୟ ଓଡ଼ିଶା ସରକାର ଟ୍ୟାମ୍ପରିଂ କରିଥିଲେ। ଏହି ଯୋଜନାର ପାଣ୍ଠିକୁ ଅନ୍ୟ କାହାକୁ ହସ୍ତାନ୍ତର କରିବା ଲାଗି ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ନମ୍ବରକୁ ପରିବର୍ତ୍ତନ କରାଯାଇଥିଲା। ସବୁ ଜିଲାକୁ ରାଜ୍ୟ ସରକାର ସମାନ ଘର ନ ଦେଇ ଭୋଟ୍‌ ହାର ଅଧିକ ଥିବା ଜିଲାକୁ ଅଧିକ ଘର ଆବଣ୍ଟିତ କରିଛନ୍ତି। ୧୪ ଜିଲାକୁ ମାତ୍ର ୬ ହଜାର ୬୪୮ ଘର ଦେଇଥିଲେ। ଫନୀ ସ୍ପେଶାଲ ଓ୍ବିଣ୍ଡୋ ସମୟରେ ଆବାସ ପ୍ଲସ୍‌ ପ୍ଲାଟ୍‌ଫର୍ମରେ ୫.୫ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଉକ୍ତ ତାଲିକା ତଦାରଖ କରିବାକୁ ହେବ ବୋଲି ସେ କହିଛନ୍ତି। ଏସବୁ କହିବା ପରେ ଧର୍ମେନ୍ଦ୍ର ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲିବାକୁ ପୁଣି ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri