ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧରଙ୍କୁ ଜେରା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ):ବହୁଚର୍ଚ୍ଚିତ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରର ରହସ୍ୟ ଖୋଜୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଇତିମଧ୍ୟରେ ଜେରା ପ୍ରକ୍ରିୟାକୁ ଜୋର୍‌ଦାର କରିଛି। ତାଙ୍କ କଳା ସାମ୍ରାଜ୍ୟର ଲିଙ୍କ୍‌ରେ ଥିବା ବିଭିନ୍ନ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ ସେମାନଙ୍କୁ କାର୍ଯ୍ୟାଳୟକୁ ଡାକି ମାରାଥନ ଜେରା ଚାଲିଛି। ଗୁରୁବାର ଆଉ ଜଣେ ବ୍ୟବସାୟୀ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ସେ ହେଲେ ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଗଙ୍ଗାଧର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାବେଳେ ତାଙ୍କର କଟକ ପ୍ରତାପନଗରୀ ଓ ଅନ୍ୟ ଏକ ସ୍ଥାନରେ ଦୁଇଟି କାର୍‌ ଶୋ’ରୁମ୍‌ ରହିଛି। ତେବେ ତଦନ୍ତବେଳେ ଗଙ୍ଗାଧରଙ୍କ କମ୍ପାନୀ ‘ଏମ୍‌ପ୍ରିଓ ପ୍ରେଷ୍ଟିଜ୍‌ ପ୍ରାଇଭେଟ ଲିମିଟେଡ୍‌’ରୁ ୫୩ ଲକ୍ଷ ୧୧ହଜାର ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯାଇଥିବା ଇଡି ପ୍ରମାଣ ପାଇବା ପରେ ଏହା ପଛର କାରଣ ଜାଣିବାକୁ ପ୍ରୟାସ ଆରମ୍ଭ କରିଛି। ପୂର୍ବରୁ ନୋଟିସ ପାଇଥିବା ଗଙ୍ଗାଧର ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ଅଧିକାରୀମାନେ ତାଙ୍କୁ ଗୁଡ଼ାଇ ତୁଡ଼ାଇ ଉକ୍ତ ଅର୍ଥ କାରବାର ସଂକ୍ରାନ୍ତରେ ପ୍ରଶ୍ନ ପଚାରିଥିଲେ। ସେ କେଉଁ ପରିସ୍ଥିତିରେ ଅର୍ଚ୍ଚନାଙ୍କୁ ଏତେ ଟଙ୍କା ଦେଇଥିଲେ, ଅର୍ଚ୍ଚନାଙ୍କ ସହ ଗଙ୍ଗାଧର କିମ୍ବା ତାଙ୍କ କମ୍ପାନୀର ସମ୍ପର୍କ କ’ଣ, ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ରହିଛି କି, ସେ ହନିଟ୍ରାପ୍‌ର ଶିକାର ହୋଇଥିଲେ କି, ନା ଆଉକେଉଁ ତୃତୀୟ ପକ୍ଷ ପାଇଁ ଏହି ଅର୍ଥ ଟଙ୍କା କାରବାର ହୋଇଥିଲା, ଏସବୁ ସଂକ୍ରାନ୍ତରେ ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲେ ଇଡି ଅଧିକାରୀ। ତେବେ ୧୧ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା ପରେ ଗଙ୍ଗାଧର ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, ଜଗବନ୍ଧୁ ତାଙ୍କ ଶୋ’ରୁମ୍‌ରୁ ଏକ କାର୍‌ କିଣିବା ପାଇଁ ବୁକ୍‌ କରିଥିଲେ। ପରେ ଆୟକର ସମସ୍ୟା ପାଇଁ ଉକ୍ତ ବୁକିଂକୁ ବାତିଲ କରି ଦେଇଥିଲେ। ତେଣୁ ଏବାବଦକୁ ୩୫ ଲକ୍ଷ ୧୧ ହଜାର ଟଙ୍କା ଫେରାଇଥିଲୁ ବୋଲି ଗଙ୍ଗାଧର କହିଛନ୍ତି।
ଅନ୍ୟପକ୍ଷରେ ଗୁରୁବାର ଖଗେଶ୍ୱରଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହୋଇଥିବାରୁ ତାଙ୍କୁ ଖୋର୍ଦ୍ଧା ସ୍ବତନ୍ତ୍ର (ପିଏମ୍‌ଏଲ୍‌ଏ) ଜଜ୍‌ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଖଗେଶ୍ୱରଙ୍କୁ ପୁଣି ତୃତୀୟ ପର୍ଯ୍ୟାୟରେ ଆଉ ୨ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା। ହେଲେ କୋର୍ଟ ଉକ୍ତ ଆବେଦନକୁ ଖାରଜ କରିଦେବା ପରେ ଖଗେଶ୍ୱରଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଜେଲ୍‌ ଯିବାବେଳେ ଖଗେଶ୍ୱର କହିଥିଲେ, ଶ୍ରଦ୍ଧାଞ୍ଜଳିଙ୍କୁ ଚିହ୍ନିନାହିଁ, ଜାଣିନାହିଁ କି ଦେଖିନାହିଁ। କାହାଠାରୁ ପାଞ୍ଚ ଟଙ୍କା ଆଣିନାହିଁ କି କାହାକୁ ସହଯୋଗ ମଧ୍ୟ କରିନାହିଁ।
ସେପଟେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଝାରପଡ଼ା ଜେଲରେ ଦିନ କାଟୁଛନ୍ତି। ଉଭୟଙ୍କୁ କୋର୍ଟରେ ହାଜର ପାଇଁ ଇଡି ପଟିଶନ୍‌ ଦାଏର କରିଥିଲା। ଆଗାମୀ ୩୦ ତାରିଖରେ ନାଗ-ଚାନ୍ଦ ଦମ୍ପତି ହାଜର ହେବେ ବୋଲି କୋର୍ଟ କହିଛନ୍ତି। ଏହି ସମୟରେ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ପକ୍ଷରୁ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡରେ ଆସିଲେ ଉଭୟଙ୍କୁ ମାରାଥନ ଜେରା କରିବ ଇଡି। ଏପରିକି ହନିଟ୍ରାପରେ ବ୍ୟବହାର ହେଉଥିବା ଶ୍ରଦ୍ଧାଞ୍ଜଳି ବେହେରା ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଡକାଇ ନାଗ-ଚାନ୍ଦ ଦମ୍ପତିଙ୍କ ସହ ଇଡି ଚତୁଃମୁଖୀ ଜେରା କରିବାକୁ ଯୋଜନା ରଖିଛି। ଆଗକୁ ଅନ୍ୟ ନେତା ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଳି ପଡୁଥିବାରୁ ସେମାନଙ୍କ ମଧ୍ୟରେ ଛନକା ପଶିଛି। ଏଥିସହ ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରଙ୍କ ବୟାନକୁ ଆଧାର କରି ଜେରା ତାଲିକାକୁ ଇଡି ବଢ଼ାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri