ବିଜେଡି ଲୋକଙ୍କୁ ଭ୍ରମିତ କରୁଛି: ବଳଭଦ୍ର

ନବରଙ୍ଗପୁର,୮।୧୨(ସଦାଶିବ ପ୍ରହରାଜ): ବିଜେଡିର ଖବରଦାତା ସମ୍ମିଳନୀ ପରେ ସ୍ଥାନୀୟ ଏକ ଲଜ୍‌ରେ ଭାଜପା ମଧ୍ୟ ଖବରଦାତା ସମ୍ମିଳନୀ କରି ବିଜେଡିକୁ କଡ଼ା ସମାଲୋଚନା କରିଛି। ୨୪ ବର୍ଷରେ ଯେଉଁ ସରକାର କିଛି କରିପାରିଲା ନାହିଁ ସେମାନେ ୬ ମାସର ସରକାରଙ୍କ ପ୍ରତି ଭ୍ରାନ୍ତ ଧାରଣା ସୃଷ୍ଟି କରାଉଛନ୍ତି ବୋଲି ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି କହିଛନ୍ତି।
ସରକାର ଆସିବା ପରେ ନବରଙ୍ଗପୁର ଜିଲାରେ ୮ଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁମୋଦନ ମିଳିଛି। ରାଇଘର ବ୍ଲକ୍‌ରେ ୨ଟି ଏକଲବ୍ୟ ବିଦ୍ୟାଳୟ, ଭଣ୍ଡାରିଗୁଡା ଓ ବେହେଡ଼ାରେ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ହେବ। ରାଇଘର, ଝରିଗାଁ, ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡ଼ାରେ ମଡେଲ ଡିଗ୍ରୀ କଲେଜ ଖୋଲାଯିବ। ଶିକ୍ଷାର ଗମ୍ଭୀରତା ବିଷୟରେ ବିଜେଡି ଜାଣିବା ଆବଶ୍ୟକ ବୋଲି ଏମ୍‌ପି ବଳଭଦ୍ର କହିଛନ୍ତି। ସୌର ଘର ମାଧ୍ୟମରେ ୩ ଶହ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଣ ପାଇଁ କୁହାଯାଇଥିଲା। ତାହାକୁ ବିଜେଡି ଓଲଟା ବୁଝି ଲୋକଙ୍କୁ ଭ୍ରମିତ କରୁଛି। ବିଜେଡି ଧାନକିଣାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେଇପାରିଲା ନାହିଁ। ଭାଜପା ଧାନ କୁଇଣ୍ଟାଲ ପିଛା ଚାଷୀଙ୍କୁ ୩୧ ଶହ ଟଙ୍କା ଦେବ। ୨୩ଶହ ଟଙ୍କା ଏମ୍‌ଏସ୍‌ପି ଓ ୮ଶହ ଟଙ୍କା ବୋନସ୍‌ ଦିଆଯିବ। ମୁଖ୍ୟମନ୍ତ୍ରୀ ସୋହେଲାଠାରେ ଏହାର ଉଦ୍‌ଘାଟନ କରିବେ। ଏ ସମ୍ପର୍କରେ ଜାଣିବା ପରେ ବିଜେଡି ସହ୍ୟ କରିପାରୁନାହିଁ ବୋଲି ଭାଜପା କହିଛି। ଚାଷୀଙ୍କୁ ଟୋକନ ଦିଆଗଲାଣି। ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ଉପକୃତ ହେବେ। ରାଜ୍ୟଭିତ୍ତିକ ନିଯୁକ୍ତି ବିଜେଡି ସମୟରେ ହୋଇଥିଲା। ତେଣୁ ଜିଲାଭିତ୍ତିକ ନିଯୁକ୍ତି ସମ୍ପର୍କରେ ସେମାନେ ଟିପ୍ପଣୀ ଦେବା ଅଧିକାର ନାହିଁ ବୋଲି ଭାଜପା କହିଛି। ୨୪ ବର୍ଷର ସରକାର ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସ୍ବଚ୍ଛଳ କରିଥିଲେ ଲୋକେ ଆମ୍ବଟାକୁଆ ଖାଇ ନ ଥାନ୍ତେ ବୋଲି ବଳଭଦ୍ର କହିଛନ୍ତି। ରବିବାର ମଣ୍ଡେଇ ଉଦ୍‌ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉଭୟ ନବରଙ୍ଗପୁର ଆସିବେ। ୨୪ ବର୍ଷରେ ବିଜେଡି ମୁଖ୍ୟମନ୍ତ୍ରୀ ମଣ୍ଡେଇକୁ କାହିଁକି ଆସି ନ ଥିଲେ ବୋଲି ଭାଜପା ପ୍ରଶ୍ନ କରିଛି। ଓଡ଼ିଶାରେ ଆଉ ବିଜେଡିର ସ୍ଥାନ ନାହଁି ବୋଲି ଏମ୍‌ପି ବଳଭଦ୍ର ମାଝୀ କହିଛନ୍ତି। ରେଳ ପ୍ରକଳ୍ପ ପାଇଁ ୮ ବର୍ଷ ପରେ ମଧ୍ୟ ବିଜେଡି ଇଞ୍ଚେ ଜମି ଦେଲା ନାହିଁ। କେନ୍ଦ୍ର ସରକାର ଭଦ୍ରାଚଳମରୁ ଜୁନାଗଡ଼ ଭାୟା ମାଲକାନଗିରି, ଜୟପୁର, ନବରଙ୍ଗପୁର ୪୬୦ କି.ମି. ରାସ୍ତାକୁ ଯୋଡ଼ିବେ; ଯାହାକି ଦେଶର ତୃତୀୟ ସର୍ବବୃହତ୍‌ ଲମ୍ବା ରେଳପଥ ହେବ ବୋଲି ବଳଭଦ୍ର କହିଛନ୍ତି। ନବରଙ୍ଗପୁର ଜିଲା ବିକାଶରେ ବିଜେଡିର କୌଣସି ଭୂମିକା ନାହିଁ। ସବୁ କ୍ଷେତ୍ରରେ ପଛରେ ରହିଛି। ଇଥାନଲ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫ଶହ କୋଟି ଟଙ୍କା ଘୋଷଣା କରିଥିଲେ। ବିଜେଡି ସରକାର ଇଞ୍ଚେ ଜମି ଦେଇପାରିଲେ ନାହିଁ। ଫଳରେ ଶିଳ୍ପ ପ୍ରତିଷ୍ଠାରୁ ନବରଙ୍ଗପୁର ଜିଲା ବଞ୍ଚତ୍ତ ହେଲା ବୋଲି ଭାଜପା ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ କହିଥିଲେ। ନବରଙ୍ଗପୁର କଲେଜ ଏବେ ଯାଏ କାହିଁକି ସରକାରୀ ହୋଇନାହିଁ ବୋଲି ବରିଷ୍ଠ ନେତା ପ୍ରହଲ୍ଲାଦ ତ୍ରିପାଠୀ ବିଜେଡିର ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ମାଝୀଙ୍କୁ ପ୍ରଶ୍ନ କରିଥିଲେ। ଏହି ଖବରଦାତା ସମ୍ମିଳନୀରେ ଭାଜପା ଜିଲା ମହିଳା ସଭାନେତ୍ରୀ ଶର୍ମିଷ୍ଠା ଦେଓ ,ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଦାଶ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୧୦ଟାରେ ‘ମା’ ଗୃହ’ରେ ପହଞ୍ଚିଲେ ଥାନା ଅଧିକାରୀ, ଗର୍ଭବତୀ-ନବଜାତ ଶିଶୁଙ୍କ ବୁଝିଲେ ସ୍ଥିତି

ଗୁଡ଼ାରି,୨୭।୧୦(ପ୍ରମୋଦ କୁମାର ପତି) : ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ପରିସରରେ ଥିବା ‘ମା’ ଗୃହ’ରେ ବ୍ଲକର ବିଭିନ୍ନ ଗ୍ରାମରୁ…

କୋର୍ଟରେ ହାଜର ହେଲେନି, ଶେଷରେ ହାତକଡ଼ି ପଡ଼ିଲା: ହତ୍ୟା ଉଦ୍ୟମ ମାମଲାର ୱାରେଣ୍ଟି ଗିରଫ

ଦିଗପହଣ୍ଡି, ୨୭।୧୦ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ୍ ପକ୍ଷରୁ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି। କୋର୍ଟରେ ହାଜର ନ ହୋଇ ଦୀର୍ଘ ଦିନରୁ ଫେରାର୍…

ଘରେ ପଶି ବୃଦ୍ଧଙ୍କୁ ଠେଙ୍ଗାରେ ମାଡ଼, ରକ୍ଷା କରିବାକୁ ଆସି ଆକ୍ରମଣର ଶିକାର ହେଲେ ଦିବ୍ୟାଙ୍ଗ ଝିଅ, ପଡ଼ୋଶୀଙ୍କ ନାମରେ…

ଦିଗପହଣ୍ଡି, ୨୭।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଳରାମ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର…

ଖଣି ଉତ୍ତୋଳନ ପ୍ରତିବାଦ ଦିବସ: ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): ସାରା ରାଜ୍ୟରେ ‘ଖଣି ଉତ୍ତୋଳନ ପ୍ରତିବାଦ ଦିବସ’ ପାଳନ ହେଉଥିବା ଅବସରରେ, କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ର ସେରୁବନ୍ଧ ସୁରକ୍ଷା ସମିତି…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା…

କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀଙ୍କ ଅସୁସ୍ଥତା ପରେ ମୃତ୍ୟୁ: ଟାଟା ପାୱାର ଅଫିସ୍ ଆଗରେ ମୃତଦେହ ରଖି ରାସ୍ତାରୋକ, କ୍ଷତିପୂରଣ ଦାବି

ମାର୍ଶାଘାଇ, ୨୭।୧୦ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଟାଟା ପାୱାର କମ୍ପାନୀର ଫ୍ରାଞ୍ଚାଇଜି ସଂସ୍ଥା ଅଧୀନରେ…

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

୩୦ ପରେ ଖୋଲିବ କଳିଙ୍ଗା ଘାଟି ରାସ୍ତା: ବାତ୍ୟା ଭୟ ମଧ୍ୟରେ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ପରଶିଲେ ଉପଜିଲାପାଳ

ଭଞ୍ଜନଗର, ୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?