ବିଜେଡି ଲୋକଙ୍କୁ ଭ୍ରମିତ କରୁଛି: ବଳଭଦ୍ର

ନବରଙ୍ଗପୁର,୮।୧୨(ସଦାଶିବ ପ୍ରହରାଜ): ବିଜେଡିର ଖବରଦାତା ସମ୍ମିଳନୀ ପରେ ସ୍ଥାନୀୟ ଏକ ଲଜ୍‌ରେ ଭାଜପା ମଧ୍ୟ ଖବରଦାତା ସମ୍ମିଳନୀ କରି ବିଜେଡିକୁ କଡ଼ା ସମାଲୋଚନା କରିଛି। ୨୪ ବର୍ଷରେ ଯେଉଁ ସରକାର କିଛି କରିପାରିଲା ନାହିଁ ସେମାନେ ୬ ମାସର ସରକାରଙ୍କ ପ୍ରତି ଭ୍ରାନ୍ତ ଧାରଣା ସୃଷ୍ଟି କରାଉଛନ୍ତି ବୋଲି ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି କହିଛନ୍ତି।
ସରକାର ଆସିବା ପରେ ନବରଙ୍ଗପୁର ଜିଲାରେ ୮ଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁମୋଦନ ମିଳିଛି। ରାଇଘର ବ୍ଲକ୍‌ରେ ୨ଟି ଏକଲବ୍ୟ ବିଦ୍ୟାଳୟ, ଭଣ୍ଡାରିଗୁଡା ଓ ବେହେଡ଼ାରେ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ହେବ। ରାଇଘର, ଝରିଗାଁ, ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡ଼ାରେ ମଡେଲ ଡିଗ୍ରୀ କଲେଜ ଖୋଲାଯିବ। ଶିକ୍ଷାର ଗମ୍ଭୀରତା ବିଷୟରେ ବିଜେଡି ଜାଣିବା ଆବଶ୍ୟକ ବୋଲି ଏମ୍‌ପି ବଳଭଦ୍ର କହିଛନ୍ତି। ସୌର ଘର ମାଧ୍ୟମରେ ୩ ଶହ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଣ ପାଇଁ କୁହାଯାଇଥିଲା। ତାହାକୁ ବିଜେଡି ଓଲଟା ବୁଝି ଲୋକଙ୍କୁ ଭ୍ରମିତ କରୁଛି। ବିଜେଡି ଧାନକିଣାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେଇପାରିଲା ନାହିଁ। ଭାଜପା ଧାନ କୁଇଣ୍ଟାଲ ପିଛା ଚାଷୀଙ୍କୁ ୩୧ ଶହ ଟଙ୍କା ଦେବ। ୨୩ଶହ ଟଙ୍କା ଏମ୍‌ଏସ୍‌ପି ଓ ୮ଶହ ଟଙ୍କା ବୋନସ୍‌ ଦିଆଯିବ। ମୁଖ୍ୟମନ୍ତ୍ରୀ ସୋହେଲାଠାରେ ଏହାର ଉଦ୍‌ଘାଟନ କରିବେ। ଏ ସମ୍ପର୍କରେ ଜାଣିବା ପରେ ବିଜେଡି ସହ୍ୟ କରିପାରୁନାହିଁ ବୋଲି ଭାଜପା କହିଛି। ଚାଷୀଙ୍କୁ ଟୋକନ ଦିଆଗଲାଣି। ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ଉପକୃତ ହେବେ। ରାଜ୍ୟଭିତ୍ତିକ ନିଯୁକ୍ତି ବିଜେଡି ସମୟରେ ହୋଇଥିଲା। ତେଣୁ ଜିଲାଭିତ୍ତିକ ନିଯୁକ୍ତି ସମ୍ପର୍କରେ ସେମାନେ ଟିପ୍ପଣୀ ଦେବା ଅଧିକାର ନାହିଁ ବୋଲି ଭାଜପା କହିଛି। ୨୪ ବର୍ଷର ସରକାର ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସ୍ବଚ୍ଛଳ କରିଥିଲେ ଲୋକେ ଆମ୍ବଟାକୁଆ ଖାଇ ନ ଥାନ୍ତେ ବୋଲି ବଳଭଦ୍ର କହିଛନ୍ତି। ରବିବାର ମଣ୍ଡେଇ ଉଦ୍‌ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉଭୟ ନବରଙ୍ଗପୁର ଆସିବେ। ୨୪ ବର୍ଷରେ ବିଜେଡି ମୁଖ୍ୟମନ୍ତ୍ରୀ ମଣ୍ଡେଇକୁ କାହିଁକି ଆସି ନ ଥିଲେ ବୋଲି ଭାଜପା ପ୍ରଶ୍ନ କରିଛି। ଓଡ଼ିଶାରେ ଆଉ ବିଜେଡିର ସ୍ଥାନ ନାହଁି ବୋଲି ଏମ୍‌ପି ବଳଭଦ୍ର ମାଝୀ କହିଛନ୍ତି। ରେଳ ପ୍ରକଳ୍ପ ପାଇଁ ୮ ବର୍ଷ ପରେ ମଧ୍ୟ ବିଜେଡି ଇଞ୍ଚେ ଜମି ଦେଲା ନାହିଁ। କେନ୍ଦ୍ର ସରକାର ଭଦ୍ରାଚଳମରୁ ଜୁନାଗଡ଼ ଭାୟା ମାଲକାନଗିରି, ଜୟପୁର, ନବରଙ୍ଗପୁର ୪୬୦ କି.ମି. ରାସ୍ତାକୁ ଯୋଡ଼ିବେ; ଯାହାକି ଦେଶର ତୃତୀୟ ସର୍ବବୃହତ୍‌ ଲମ୍ବା ରେଳପଥ ହେବ ବୋଲି ବଳଭଦ୍ର କହିଛନ୍ତି। ନବରଙ୍ଗପୁର ଜିଲା ବିକାଶରେ ବିଜେଡିର କୌଣସି ଭୂମିକା ନାହିଁ। ସବୁ କ୍ଷେତ୍ରରେ ପଛରେ ରହିଛି। ଇଥାନଲ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫ଶହ କୋଟି ଟଙ୍କା ଘୋଷଣା କରିଥିଲେ। ବିଜେଡି ସରକାର ଇଞ୍ଚେ ଜମି ଦେଇପାରିଲେ ନାହିଁ। ଫଳରେ ଶିଳ୍ପ ପ୍ରତିଷ୍ଠାରୁ ନବରଙ୍ଗପୁର ଜିଲା ବଞ୍ଚତ୍ତ ହେଲା ବୋଲି ଭାଜପା ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ କହିଥିଲେ। ନବରଙ୍ଗପୁର କଲେଜ ଏବେ ଯାଏ କାହିଁକି ସରକାରୀ ହୋଇନାହିଁ ବୋଲି ବରିଷ୍ଠ ନେତା ପ୍ରହଲ୍ଲାଦ ତ୍ରିପାଠୀ ବିଜେଡିର ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ମାଝୀଙ୍କୁ ପ୍ରଶ୍ନ କରିଥିଲେ। ଏହି ଖବରଦାତା ସମ୍ମିଳନୀରେ ଭାଜପା ଜିଲା ମହିଳା ସଭାନେତ୍ରୀ ଶର୍ମିଷ୍ଠା ଦେଓ ,ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଦାଶ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri