ବଢୁଛି ବିଜେଡି କଳି:ସମ୍ବିତଙ୍କ ବିରୋଧରେ ପୁଣି ମେଳି

ପାରାଦୀପ,୯।୪(ଶରତ ରାଉତ):ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି , ବିଧାୟକ ସମ୍ବିତ ରାଉତରାୟଙ୍କୁ ବିରୋଧ ସେତିକି ବୃଦ୍ଧି ପାଉଛି। ସମ୍ବିତଙ୍କୁ ଆଉ ପ୍ରାର୍ଥୀ ନ କରିବା ପାଇଁ ୮ ଥର ବିରୋଧୀ ସଭା ହୋଇଥିଲା। ପୁଣି ରବିବାର ସାରେ ପାରାଦୀପ ମଧୁବନ ଶ୍ରମିକ ଭବନରେ ବଡ଼ଧରଣର ବିରୋଧ ହୋଇଛି। ଦଳର ଛାମୁଆ କର୍ମୀମାନେ ବୈଠକ କରିବା ସହ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ତପନ ସାମନ୍ତରାୟ, ସରପଞ୍ଚ ସରୋଜ ସେଠୀଙ୍କ ସମେତ ଆଗଧାଡ଼ିର କର୍ମୀ, ପାରାଦୀପ ପୌରାଞ୍ଚଳର ୭ ଜଣ କାଉନ୍‌ସିଲର ଓ ଅନେକ କର୍ମୀ ଖୋଲାଖୋଲି ସମ୍ବିତଙ୍କ ବିରୋଧରେ ବିଷୋଦଗାର୍‌ କରିଛନ୍ତି। ସ୍ବର୍ଗତ ଦାମୋଦର ରାଉତ ୪୦ ବର୍ଷ ଧରି କ୍ଷମତା ଉପଭୋଗ କଲେଣି। ୨୦୧୯ରେ ଦାମୋଦର ବିଜେଡି ଛାଡି ଭାଜପା ପ୍ରାର୍ଥୀ ହୋଇଥିଲେ। ପୁଅ ସମ୍ବିତ ପାରାଦୀପ ବିଜେଡି ପ୍ରାର୍ଥୀ ହେଲେ। ଏବେ ବୋହୂ କିମ୍ବା ଝିଅ ପ୍ରାର୍ଥୀ ହେବାପାଇଁ ଆଗୁଆ ଘୋଷଣା କରି ସାରିଲେଣି। ଗତ ୩ ଦିନ ତଳେ କୁଜଙ୍ଗ ମୁକ୍ତେଶ୍ୱର ମନ୍ଦିର ପରିସରରେ କର୍ମୀ ଓ ଖବରଦାତାଙ୍କ ଆଗରେ ସମ୍ବିତ ଭାବନାତ୍ମକ ଅନୁକମ୍ପା ସୃଷ୍ଟି କରିଥିଲେ ଏବଂ ଆମକୁ ନିନ୍ଦୁକ କହିଥିଲେ ବୋଲି ସ୍ମୃତିରଞ୍ଜନ କ୍ଷୋଭର ସହ ପ୍ରକାଶ କରିଛନ୍ତି। ବିଧାୟକ କାହାର କ୍ଷତି କରିନାହାନ୍ତି ବୋଲି କହିବା ଘଟଣାରେ ପାରାଦୀପର ପୂର୍ବତନ କାଉନ୍‌ସିଲର ମନୋଜ କୁମାର ବେହେରା ଦଳୀୟ କ୍ଷତି ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି।
ରବିବାର ଯେଉଁମାନେ ଏପରି ବିରୋଧ କରିଥିଲେ, ସେମାନେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମର୍ଥକ ବୋଲି ଜଣାପଡ଼ିଛି। ଏପରିକି କେତେଜଣ ବସନ୍ତଙ୍କୁ ପ୍ରାର୍ଥୀ କରାଯାଉ କିମ୍ବା ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ଟିକେଟ ଦିଅନ୍ତୁ ବୋଲି କହିଥିଲେ। ଏ ସମ୍ପର୍କରେ ବିଧାୟକ ରାଉତରାୟଙ୍କୁ ପଚାରିବାରେ କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ବାକ୍‌ ସ୍ବାଧୀନତା ଅଛି। ମୁଁ ସବୁ କର୍ମୀଙ୍କର ଗ୍ରହଣୀୟ ହେବି ବୋଲି କିଛି ମାନେ ନାହିଁ। ପ୍ରାର୍ଥୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୨ ବୁଣାକାରଙ୍କୁ ଜାତୀୟ ପୁରସ୍କାର: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୮ା୮(ସୌମ୍ୟରଞ୍ଜନ ରାଉତ):ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଶୁକ୍ରବାର ୧୨ତମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଭାରତର…

ଓଡ଼ିଶାର ୨ ବୁଣାକାରଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮ା୮(ସୌମ୍ୟରଞ୍ଜନ ରାଉତ): ନୂଆଦିଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଶୁକ୍ରବାର ୧୨ତମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେଇ…

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri