ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମନାଉଛନ୍ତି ବିଜେଡି, ଭାଜପା ପ୍ରାର୍ଥୀ

ପାଲଲହଡ଼ା,୮ା୪ (ଦିବ୍ୟଜ୍ୟୋତି ଦାଶ): ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ଜାରି ରହିଛି। ଅନୁଗୋଳ ଜିଲାର ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଧାୟକ ମୁକେଶ ପାଲଙ୍କୁ ବିଜେଡି ଏଠାରେ ପୁନର୍ବାର ପ୍ରାର୍ଥୀ କରିଥିବା ବେଳେ ଭାଜପା ମଧ୍ୟ ସମାନ ପନ୍ଥା ଆପଣାଇଛି। ଭାଜପା ପକ୍ଷରୁ ଗତଥରର ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଟିକେଟ୍‌ ଦିଆଯାଇଛି। ତେବେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ କେତେଜଣ ଟିକେଟ୍‌ ଆଶାୟୀ ନିରାଶ ହୋଇଛନ୍ତି। ଏପରି କି ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ ପ୍ରାର୍ଥୀ ମୁକେଶଙ୍କୁ ସହଯୋଗ କରୁ ନ ଥିବା ଆଲୋଚନାର ବିଷୟ ହୋଇଛି। ସେହିପରି ଭାଜପା ପ୍ରାର୍ଥୀ ଅଶୋକଙ୍କୁ ମଧ୍ୟ ଦଳର ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କ ସହଯୋଗ ମିଳୁ ନ ଥିବା କୁହାଯାଉଛି। ଅସନ୍ତୁଷ୍ଟଙ୍କ ସମର୍ଥନ ବିନା ବିଜୟ ପଥ ସୁଗମ ହେବ ନାହିଁ ବୋଲି ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଅବଗତ ଥିବାରୁ ଅସନ୍ତୁଷ୍ଟଙ୍କୁ ମନାଇବାକୁ ସେମାନେ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଏଠାରେ ପଛରେ ପଡ଼ିଛି। ଦଳ ଏଯାଏ ପ୍ରାର୍ଥୀଙ୍କ ନାମ ପ୍ରକାଶ କରି ନ ଥିବାରୁ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ଯାଏ ଦ୍ୱନ୍ଦ୍ୱରେ ଥିବା ଦେଖିବାକୁ ମିଳୁଛି ।
ରାଜନୀତି ସମୀକ୍ଷକମାନଙ୍କ କହିବା ଅନୁଯାୟୀ, ରାଜ୍ୟ ବିଜେଡି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଥିବା ବେଳେ ପାଲଲହଡ଼ା ପାଇଁ ବିଧାୟକ ମୁକେଶ ପାଲଙ୍କ ନାମ ଘୋଷଣା କରାଯାଇଥିଲା। ଫଳରେ ପାଲଲହଡ଼ା ବିଜେଡିର ଅନ୍ୟତମ ଟିକେଟ୍‌ ଆଶାୟୀ ନେତା ଅବନୀକାନ୍ତ ସାହୁଙ୍କୁ ନିରାଶ ହେବାକୁ ପଡ଼ିଥିଲା। ନିଜ ନେତାଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଯାଇଥିବାରୁ ଅବନୀଙ୍କ ସମର୍ଥକମାନେ ଏହାକୁ ହଜମ କରିପାରି ନ ଥିଲେ। ଫଳରେ ସେମାନେ ବିଧାୟକ ତଥା ଦଳୀୟ ପ୍ରାର୍ଥୀ ମୁକେଶଙ୍କୁ ଆବଶ୍ୟକ ସହଯୋଗ କରୁ ନ ଥିବା ଚର୍ଚ୍ଚା ହେଉଛି। ସେହିପରି ଭାଜପା ପକ୍ଷରୁ ପାଲଲହଡ଼ାରୁ ଅଶୋକଙ୍କୁ ପ୍ରାର୍ଥୀ କରାଯିବା ପରେ ଆଶାୟୀ ନେତା ଶଶିଭୂଷଣ ଆଚାର୍ଯ୍ୟଙ୍କ ଗୋଷ୍ଠୀ ନିରାଶ ହୋଇଯାଇଛନ୍ତି। ତେଣୁ ଏହି ଅସନ୍ତୁଷ୍ଟ ଗୋଷ୍ଠୀ ଅଶୋକଙ୍କୁ ସମର୍ଥନ କରୁ ନ ଥିବା ଦେଖିବାକୁ ମିଳୁଛି। ଫଳରେ ଅସନ୍ତୁଷ୍ଟମାନଙ୍କୁ ନେଇ ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏପରି କି ନିଜ ନିଜ ଢଙ୍ଗରେ ଏହି ଦୁଇ ପ୍ରାର୍ଥୀ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବାବେଳେ ଦଳ ମଧ୍ୟରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ସେମାନଙ୍କୁ ଚିନ୍ତାରେ ପକାଇଛି। ଏହି ଗୋଷ୍ଠୀ କନ୍ଦଳ ବା ବିବାଦର ଯଥାଶୀଘ୍ର ସମାଧାନ କରି ସମସ୍ତ ପୁରୁଣା କର୍ମୀଙ୍କୁ ନେଇ ନିର୍ବାଚନ ଲଢ଼ିବାକୁ ବିଜେଡି ଓ ଭାଜପା ପ୍ରାର୍ଥୀମାନଙ୍କୁ ରାଜ୍ୟସ୍ତରରୁ ନିର୍ଦ୍ଦେଶ ଆସିଥିବା ସୂଚନା ମିଳିଛି। ତେଣୁ ବିଜେଡି ପ୍ରାର୍ଥୀ ମୁକେଶ ଦଳର ଅସନ୍ତୁଷ୍ଟ ତଥା କୌଣସି କାରଣରୁ ଦଳ ଛାଡ଼ିଥିବା ବରିଷ୍ଠ ନେତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁଥିବା ବେଳେ ଆଉ କେତେଜଣ ଅସନ୍ତୁଷ୍ଟଙ୍କ ସହିତ ନିଜେ ଆଲୋଚନା କରି ସେମାନଙ୍କୁ ଦଳକୁ ଫେରାଇ ଆଣିବା ସହ ନିର୍ବାଚନରେ ସହଯୋଗ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଭାଜପା ପ୍ରାର୍ଥୀ ଅଶୋକ ମଧ୍ୟ ଅସନ୍ତୁଷ୍ଟ ଥିବା କର୍ମୀ ଏବଂ ନେତାମାନଙ୍କୁ ଭେଟ କରି ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଗଡ଼ କୁହାଯାଉଥିବା ପାଲଲହଡା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପୂରା ପଛରେ ପଡିଯାଇଛି। ଦଳ ବର୍ତ୍ତମାନ ସୁଦ୍ଧା ନିଜର ପ୍ରାର୍ଥୀ ଘୋଷଣା କରିପାରି ନାହିଁ, ଯାହା ଦଳୀୟ ନେତା ଏବଂ କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଉଥିବା ଦେଖିବାକୁ ମିଳୁଛି। ଦଳର କେତେଜଣ ନେତା ଭୁବନେଶ୍ୱରରେ ଟିକେଟ ପାଇଁ ଡେରା ପକାଇଥିବାବେଳେ କର୍ମୀମାନେ ଆଶା ଆଶଙ୍କା ମଧ୍ୟରେ ଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri