ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମନାଉଛନ୍ତି ବିଜେଡି, ଭାଜପା ପ୍ରାର୍ଥୀ

ପାଲଲହଡ଼ା,୮ା୪ (ଦିବ୍ୟଜ୍ୟୋତି ଦାଶ): ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ଜାରି ରହିଛି। ଅନୁଗୋଳ ଜିଲାର ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଧାୟକ ମୁକେଶ ପାଲଙ୍କୁ ବିଜେଡି ଏଠାରେ ପୁନର୍ବାର ପ୍ରାର୍ଥୀ କରିଥିବା ବେଳେ ଭାଜପା ମଧ୍ୟ ସମାନ ପନ୍ଥା ଆପଣାଇଛି। ଭାଜପା ପକ୍ଷରୁ ଗତଥରର ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଟିକେଟ୍‌ ଦିଆଯାଇଛି। ତେବେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ କେତେଜଣ ଟିକେଟ୍‌ ଆଶାୟୀ ନିରାଶ ହୋଇଛନ୍ତି। ଏପରି କି ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ ପ୍ରାର୍ଥୀ ମୁକେଶଙ୍କୁ ସହଯୋଗ କରୁ ନ ଥିବା ଆଲୋଚନାର ବିଷୟ ହୋଇଛି। ସେହିପରି ଭାଜପା ପ୍ରାର୍ଥୀ ଅଶୋକଙ୍କୁ ମଧ୍ୟ ଦଳର ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କ ସହଯୋଗ ମିଳୁ ନ ଥିବା କୁହାଯାଉଛି। ଅସନ୍ତୁଷ୍ଟଙ୍କ ସମର୍ଥନ ବିନା ବିଜୟ ପଥ ସୁଗମ ହେବ ନାହିଁ ବୋଲି ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଅବଗତ ଥିବାରୁ ଅସନ୍ତୁଷ୍ଟଙ୍କୁ ମନାଇବାକୁ ସେମାନେ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଏଠାରେ ପଛରେ ପଡ଼ିଛି। ଦଳ ଏଯାଏ ପ୍ରାର୍ଥୀଙ୍କ ନାମ ପ୍ରକାଶ କରି ନ ଥିବାରୁ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ଯାଏ ଦ୍ୱନ୍ଦ୍ୱରେ ଥିବା ଦେଖିବାକୁ ମିଳୁଛି ।
ରାଜନୀତି ସମୀକ୍ଷକମାନଙ୍କ କହିବା ଅନୁଯାୟୀ, ରାଜ୍ୟ ବିଜେଡି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଥିବା ବେଳେ ପାଲଲହଡ଼ା ପାଇଁ ବିଧାୟକ ମୁକେଶ ପାଲଙ୍କ ନାମ ଘୋଷଣା କରାଯାଇଥିଲା। ଫଳରେ ପାଲଲହଡ଼ା ବିଜେଡିର ଅନ୍ୟତମ ଟିକେଟ୍‌ ଆଶାୟୀ ନେତା ଅବନୀକାନ୍ତ ସାହୁଙ୍କୁ ନିରାଶ ହେବାକୁ ପଡ଼ିଥିଲା। ନିଜ ନେତାଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଯାଇଥିବାରୁ ଅବନୀଙ୍କ ସମର୍ଥକମାନେ ଏହାକୁ ହଜମ କରିପାରି ନ ଥିଲେ। ଫଳରେ ସେମାନେ ବିଧାୟକ ତଥା ଦଳୀୟ ପ୍ରାର୍ଥୀ ମୁକେଶଙ୍କୁ ଆବଶ୍ୟକ ସହଯୋଗ କରୁ ନ ଥିବା ଚର୍ଚ୍ଚା ହେଉଛି। ସେହିପରି ଭାଜପା ପକ୍ଷରୁ ପାଲଲହଡ଼ାରୁ ଅଶୋକଙ୍କୁ ପ୍ରାର୍ଥୀ କରାଯିବା ପରେ ଆଶାୟୀ ନେତା ଶଶିଭୂଷଣ ଆଚାର୍ଯ୍ୟଙ୍କ ଗୋଷ୍ଠୀ ନିରାଶ ହୋଇଯାଇଛନ୍ତି। ତେଣୁ ଏହି ଅସନ୍ତୁଷ୍ଟ ଗୋଷ୍ଠୀ ଅଶୋକଙ୍କୁ ସମର୍ଥନ କରୁ ନ ଥିବା ଦେଖିବାକୁ ମିଳୁଛି। ଫଳରେ ଅସନ୍ତୁଷ୍ଟମାନଙ୍କୁ ନେଇ ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏପରି କି ନିଜ ନିଜ ଢଙ୍ଗରେ ଏହି ଦୁଇ ପ୍ରାର୍ଥୀ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବାବେଳେ ଦଳ ମଧ୍ୟରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ସେମାନଙ୍କୁ ଚିନ୍ତାରେ ପକାଇଛି। ଏହି ଗୋଷ୍ଠୀ କନ୍ଦଳ ବା ବିବାଦର ଯଥାଶୀଘ୍ର ସମାଧାନ କରି ସମସ୍ତ ପୁରୁଣା କର୍ମୀଙ୍କୁ ନେଇ ନିର୍ବାଚନ ଲଢ଼ିବାକୁ ବିଜେଡି ଓ ଭାଜପା ପ୍ରାର୍ଥୀମାନଙ୍କୁ ରାଜ୍ୟସ୍ତରରୁ ନିର୍ଦ୍ଦେଶ ଆସିଥିବା ସୂଚନା ମିଳିଛି। ତେଣୁ ବିଜେଡି ପ୍ରାର୍ଥୀ ମୁକେଶ ଦଳର ଅସନ୍ତୁଷ୍ଟ ତଥା କୌଣସି କାରଣରୁ ଦଳ ଛାଡ଼ିଥିବା ବରିଷ୍ଠ ନେତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁଥିବା ବେଳେ ଆଉ କେତେଜଣ ଅସନ୍ତୁଷ୍ଟଙ୍କ ସହିତ ନିଜେ ଆଲୋଚନା କରି ସେମାନଙ୍କୁ ଦଳକୁ ଫେରାଇ ଆଣିବା ସହ ନିର୍ବାଚନରେ ସହଯୋଗ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଭାଜପା ପ୍ରାର୍ଥୀ ଅଶୋକ ମଧ୍ୟ ଅସନ୍ତୁଷ୍ଟ ଥିବା କର୍ମୀ ଏବଂ ନେତାମାନଙ୍କୁ ଭେଟ କରି ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଗଡ଼ କୁହାଯାଉଥିବା ପାଲଲହଡା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପୂରା ପଛରେ ପଡିଯାଇଛି। ଦଳ ବର୍ତ୍ତମାନ ସୁଦ୍ଧା ନିଜର ପ୍ରାର୍ଥୀ ଘୋଷଣା କରିପାରି ନାହିଁ, ଯାହା ଦଳୀୟ ନେତା ଏବଂ କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଉଥିବା ଦେଖିବାକୁ ମିଳୁଛି। ଦଳର କେତେଜଣ ନେତା ଭୁବନେଶ୍ୱରରେ ଟିକେଟ ପାଇଁ ଡେରା ପକାଇଥିବାବେଳେ କର୍ମୀମାନେ ଆଶା ଆଶଙ୍କା ମଧ୍ୟରେ ଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?