ଦୃଢ଼ ବିରୋଧୀ ଭୂମିକା ନେବ ବିଜେଡି

ଭୁବନେଶ୍ୱର,୨୫।୬(ଅନିଲ ଦାସ): ଦୀର୍ଘ ୨୪ ବର୍ଷ ପରେ ବିଜେଡି ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଛି। ଏକ ଦୃଢ଼ ବିରୋଧୀ ଦଳ ଭାବେ ବିଜେଡି ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଉଭୟ ଭାଜପା ଓ କଂଗ୍ରେସ ସହ ସମଦୂରତା ଆପଣେଇଥିବା କଥା କହି ଆସୁଥିବା ବିଜେଡି ସଦ୍ୟ ସମାପ୍ତ ନିର୍ବାଚନରେ ପରାଜୟ ପରେ ଆଭିମୁଖ୍ୟ ବଦଳାଇଛି। ଦଳ ଆଉ ପୂର୍ବଭଳି ସାଲିସ୍‌ କରିବା ମୁଡ୍‌ରେ ନାହିଁ। ରାଜ୍ୟର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ଗୃହରେ ଓ ଗୃହ ବାହାରେ ଜୋରଦାର ଉଠାଇବାକୁ ନିଷ୍ପତ୍ତି ନେଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ବିଜେଡି ଆଉ କୌଣସି ସମର୍ଥନ ଦେବ ନାହିଁ। ଏଥର ସରକାର ଗଢ଼ିବାକୁ ବହୁମତ ପାଇ ନ ଥିବା ଭାଜପାକୁ ଘେରିବାକୁ ଇଣ୍ଡିଆ ମେଣ୍ଟ ଦଳ ସଜବାଜ ହେଉଥିବାବେଳେ ବିଜେଡି ମଧ୍ୟ ଏହି ଧାରାରେ ସାମିଲ ହେବ ବୋଲି ଜଣାପଡ଼ୁଛି। ହେଲେ ବିଜେଡିର ଏଭଳି ଆଭିମୁଖ୍ୟକୁ ରାଜନୈତିକ ବିଶେଷଜ୍ଞମାନେ ବିଳମ୍ବିତ ପଦକ୍ଷେପ ବୋଲି ମତ ଦେଉଛନ୍ତି।

ଏନ୍‌ଡିଏ ସହ ନ ଥିଲେ ମଧ୍ୟ ବିଜେଡି ଗତ ୧ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରିଆସୁଥିଲା। ଏପରି କି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ୨ ଥର ରାଜ୍ୟ ସଭାକୁ ନିର୍ବାଚିତ କରିବାରେ ବିଜେଡି ପୂର୍ଣ୍ଣ ସମର୍ଥନ ଦେଇଥିଲା। ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେଡି ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବାକୁ ଯାଉଛି। ନିର୍ବାଚନରେ ପରାଜୟର କାରଣ ଖୋଜିବା ସହ ସଙ୍ଗଠନକୁ ମଜଭୁତ କରିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ ନେଇ ଦଳର ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। କେବଳ ରାଜ୍ୟରେ ନୁହେଁ, ପାର୍ଲାମେଣ୍ଟରେ ମଧ୍ୟ ରାଜ୍ୟ ପ୍ରସଙ୍ଗକୁ ଜୋରଦାର ଉଠାଇବାକୁ ନବୀନ ରାଜ୍ୟ ସଭା ଏମ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ନବୀନ ନିବାସଠାରେ ବିଜେଡି ସଭାପତିଙ୍କ ଅଧ୍ୟକ୍ଷତାରେ ୯ ରାଜ୍ୟ ସଭା ଏମ୍‌ପିଙ୍କୁ ନେଇ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକ ସଭାରେ ଦଳ ଗୋଟିଏ ବି ସିଟ୍‌ ଜିତି ନ ଥିଲେ ମଧ୍ୟ ବିଜେଡି ରାଜ୍ୟ ସଭାରେ ପ୍ରମୁଖ ବିରୋଧୀ ଭୂମିକା ଗ୍ରହଣ କରିବ। ରାଜ୍ୟ ସଭା ସଦସ୍ୟମାନେ ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଶାଣିତ କରିବେ ବୋଲି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି। ଗୃହରେ ଦଳ ବିରୋଧୀ ଭୂମିକାରେ ରହିବ। ଆବଶ୍ୟକ ପଡ଼ିଲେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା, କୋଷ୍ଟାଲ ହାଇୱେ ସହ ସମ୍ବଲପୁର, ବାଲେଶ୍ୱର ଓ କୋରାପୁଟରେ ଏମ୍ସ ପ୍ରତିଷ୍ଠା ପାଇଁ ଦଳ ଦାବି କରିବ। ସେହିପରି କେନ୍ଦୁପତ୍ରରୁ ଜିଏସ୍‌ଟି ଛାଡ଼, କଟକ-ସମ୍ବଲପୁର ଜାତୀୟ ରାଜପଥ ପ୍ରସଙ୍ଗ, ପ୍ରତ୍ୟେକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ସ୍କୁଲ, ୨୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ, ରେଲଓ୍ବେ ସଂଯୋଗୀକରଣ, ବ୍ୟାଙ୍କିଙ୍ଗ ସେବା, ଟେଲିକମ୍‌, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବ ବୋଲି ସସ୍ମିତ କହିଛନ୍ତି।

ଅନ୍ୟପକ୍ଷରେ ଅଷ୍ଟାଦଶ ଲୋକ ସଭାରେ ବିଜେଡିର ସ୍ବର ଶୁଭିବ ନାହିଁ। ଚଳିତ ନିର୍ବାଚନରେ ଓଡ଼ିଶାର ୨୧ ଏମ୍‌ପିଙ୍କ ମଧ୍ୟରେ ଭାଜପା ୨୦ଟି ଆସନ ହାତେଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। ୨୦୧୪ ନିର୍ବାଚନରେ ବିଜେଡି ଲୋକ ସଭାରେ ସର୍ବାଧିକ ୨୦ଟି ଆସନରେ ବିଜୟୀ ହୋଇଥିଲା। ସେତେବେଳେ ଭାଜପାରୁ କେବଳ ଜୁଏଲ ଓରାମ ବିଜୟୀ ହୋଇଥିଲେ। ୧୦ ବର୍ଷ ପରେ ସ୍ଥିତି ବଦଳିଯାଇଛି। ରାଜ୍ୟରେ ଭାଜପା ସରକାର ଗଢ଼ିଥିବାବେଳେ ଲୋକ ସଭାରେ ବିଜେଡିର କୌଣସି ଏମ୍‌ପି ନାହାନ୍ତି। ରାଜ୍ୟ ସଭାର ୯ ସଦସ୍ୟଙ୍କୁ ନେଇ ବିଜେଡି ରାଜ୍ୟ ପ୍ରସଙ୍ଗକୁ ଦୃଢ଼ଭାବେ ଉତ୍‌ଥାପନ କରିବାକୁ ରଣନୀତି ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?