କେବଳ ବାପାଙ୍କ ଏହି ସର୍ତ୍ତ ପାଇଁ ଆଜି ବି କୁଆଁରୀ ଅଛନ୍ତି ଏକତା କପୁର, ହେଲେ ପୁଅକୁ ନେଇ ଭାରି ଖୁସି

ଟିଭିର କ୍ୱିନ୍‌ କୁହାଯାଉଥିବା ଏକତା କପୁରଙ୍କ ଆଜି ଜନ୍ମ ଦିନ। ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା ଛୋଟ ପରଦାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସେ ଅନେକ ନାମ ଅର୍ଜନ କରିଛନ୍ତି। ଏକତା ଜଣେ ସଫଳ ନିର୍ଦ୍ଦେଶକ, ସ୍କ୍ରିପ୍ଟ ଲେଖକ ଏବଂ ନିର୍ମାତ। ଏକତା ଏବଂ ଶୋଭା କପୁର ମଧ୍ୟ ବାଲାଜୀ ଟେଲିଫିଲ୍ମର ପାର୍ଟନର ଅଟନ୍ତି । ଏଥି ସହିତ, ତାଙ୍କ ବାପାଙ୍କଠାରୁ ଆର୍ଥିକ ସହାୟତା ପାଇବା ପରେ ଏକତା ଟିଭି ସିରିଏଲ ଆରମ୍ଭ କରିଥିଲେ । ଏକତା ୧୯ ବର୍ଷ ବୟସରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ । ତେବେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ କିଛି କଥା ଜାଣନ୍ତୁ।

ବୃତ୍ତିଗତ ଜୀବନରେ ଅନେକ ଆଗକୁ ବଢ଼ିଥିବା ଏକତା ଏବେ ବି କୁଆଁରୀ ଅଛନ୍ତି। ଏକ ସାକ୍ଷାତକାରରେ ଏକତା କହିଥିଲେ, ବାପାଙ୍କ ଏକ ସର୍ତ୍ତ ପାଇଁ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଅନ୍ୟଥା, ସେ ୨୨ ବର୍ଷ ବୟସରେ ବିବାହ କରିବାକୁ ଚାହୁଁଥିଲେ। ଏକତା କହିଥିଲେ, ‘ଯେତେବେଳେ ମୋର ବୟସ ୧୭ ବର୍ଷ ହୋଇଥିଲା, ମୋ ବାପା କହିଥିଲେ, ଯେ ମୁଁ ଚାହୁଁଛି ତୁ ପାର୍ଟି କରିବା ପରିବର୍ତ୍ତେ ବିବାହ କର କିମ୍ବା କାମ କର। ସେ ମୋତେ ପକେଟ ଖର୍ଚ୍ଚ ବ୍ୟତୀତ ଅନ୍ୟ କିଛି ଦେବେ ନାହିଁ ବୋଲି କହିଥିଲେ। ତେଣୁ ଟଙ୍କା ରୋଜଗାର କରିବା ପାଇଁ ମୁଁ ଏକ ବିଜ୍ଞାପନ ଏଜେନ୍ସିରେ କାମ କରିବା ଆରମ୍ଭ କଲି ।

ସେ ଆହୁରି କୁହନ୍ତି, ‘ପରିସ୍ଥିତିକୁ ଦେଖି ମୁଁ ଅନୁଭବ କରୁଥିଲ ମୋ ଜୀବନ ବଦଳିଯିବ । ମୁଁ ୨୨ ବର୍ଷ ବୟସରେ ବିବାହ କରିବି ଏବଂ ଜୀବନକୁ ଉପଭୋଗ କରିବି । କିନ୍ତୁ ଦୁର୍ଭାଗ୍ୟବଶତ ହେଉ କିମ୍ବା ସୌଭାଗ୍ୟବଶତ ଆମେ ଯାହା ଭାବୁ, ଏହା କେବେ ହୁଏ ନାହିଁ । ମୁଁ ‘ହମ୍‌ ପାଞ୍ଚ ନାମ’ ଶୋ ପାଇଁ ପାଇଲଟ ଶୁୁଟ କରିବାକୁ ସ୍ଥିର କଲି ଏବଂ ଏହାକୁ ଜି-ଟିଭିରେ ବିକ୍ରି କଲି । ଯେତେବେଳେ ଏହା ପ୍ରସାରିତ ହେଲା ସେତେବେଳେ ମୋର ବୟସ ୧୯ ଥିଲା ।ଶୋ ଏକ ହିଟ ହୋଇଗଲା ଏବଂ ମୋର ସମସ୍ତ ରାସ୍ତା ବଦଳିଗଲା। ଏକତା କପୁର ସରୋଗେସି ମାଧ୍ୟମରେ ୨୦୧୯ ରେ ମାତା ହୋଇଥିଲେ। ଏକତା କପୁର ତାଙ୍କ ପୁଅର ନାମ ରବି କପୁର ରଖିଛନ୍ତି। ସେ ତାଙ୍କ ପୁଅକୁ ନେଇ ଅଧିକ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri