ବିଷମକଟକରେ ପ୍ରଥମ ଥର ବାୟୋଫ୍ଲକ୍‌ ମାଛଚାଷ

ବିଷମକଟକ,୯।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବାୟୋଫ୍ଲକ୍‌ ମାଛଚାଷ। ଏଥିରେ ପୋଖରୀ ବଦଳରେ ବିରାଟ ପାଣି ଟ୍ୟାଙ୍କ ମାଧ୍ୟମରେ ନୂତନ ପ୍ରଣାଳୀରେ ମାଛଚାଷ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଜରିଆରେ ଏହି ଚାଷ ଆରମ୍ଭ ହୋଇଛି।
ସଦର ପଞ୍ଚାୟତ ଅଧୀନସ୍ଥ ଢ଼େପାଗୁଡ଼ା ଗ୍ରାମର ଠାକୁରାଣୀ ମଞ୍ଚ ଗ୍ରୁପ୍‌ର ମାଁ ଗାୟତ୍ରୀ, ମାଁ ସନ୍ତୋଷୀ, ମାଁ ମଙ୍ଗଳା ଏବଂ ମାଁ ବାଞ୍ଜାରୀ ଏସ୍‌ଏଚ୍‌ଜିର ୪୦ ମହିଳାଙ୍କୁ ମାଛଚାଷରେ ନିୟୋଜିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ବାୟୋଫ୍ଲକ୍‌ ମାଛଚାଷ ପାଇଁ ୪୦ ମହିଳାଙ୍କୁ ତାଲିମ ଦିଆଯାଇଛି। ଏହାପରେ ସେମାନଙ୍କୁ ଚାଷ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କାରେ ୧୫ ହଜାର ଲିଟର ବିଶିଷ୍ଟ ୮ଟି ବିରାଟକାୟ ଟ୍ୟାଙ୍କ ସ୍ଥାପନ କରାଯାଇଛି। ଏଥିରେ ଅକ୍ସିଜେନ୍‌ ସୁବିଧା ପାଇଁ ଟ୍ୟାଙ୍କ୍‌ରେ ଦୁଇଟି ପଙ୍ଖା ଏବଂ ୪ଟି ବାୟୋଫ୍ଲକ୍‌ ମେଶିନ ଖଞ୍ଜାଯାଇଛି। ଏହି ମେଶିନ ସାହାଯ୍ୟରେ ମାଛମାନେ ଅକ୍ସିଜେନ ପାଇବେ। ପ୍ରତି ଟ୍ୟାଙ୍କ୍‌ରେ ୩ହାଜର ମାଛ ଯାଆଁଳ ଛଡ଼ାଯାଇଛି। ପ୍ରଥମ ବର୍ଷର ଚାଷ ପାଇଁ ଜୀବିକା ମିଶନ ପକ୍ଷରୁ ଅବଶ୍ୟକ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଛି। ସେହିପରି ରକ୍ଷଣାବେକ୍ଷଣ ଦୟିତ୍ୱ ମଧ୍ୟ ଜୀବିକା ମିଶନ ନେଇଛି। ଆସନ୍ତା ବର୍ଷଠାରୁ ମହିଳା ଗୋଷ୍ଠୀ ନିଜ ଦାୟିତ୍ୱରେ ଏହି ମାଛଚାଷ କରିବେ। ବାୟୋଫ୍ଲକ୍‌ ମାଛଚାଷରୁ ମହିଳାମାନେ ୬୦ ହାଜରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭବାନ ହେବେ ବୋଲି କୁହାଯାଇଛି। ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଆଗାମୀ ଦିନରେ ଅନ୍ୟ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଏହି ମାଛଚାଷରେ ସାମିଲ କରାଯିବ। ଏଥିସହ ଏହି ନୂତନ ପ୍ରଣାଳୀରେ ଚିଙ୍ଗୁଡ଼ି ଚାଷ ପାଇଁ ମଧ୍ୟ ତାଲିମ ଦେବାକୁ ଯୋଜନା ରହିଥିବା ଓଡ଼ିଶା ଜୀବିକା ମିଶନର କ୍ଷେତ୍ର ପରିଦର୍ଶନ ଅଧିକାରୀ ବିଶ୍ୱଜିତ ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

ସିଡିପିଓ ମମତାରାଣୀ ଦାସଙ୍କ ଗୁଣୁପୁର ବଦଳି, କଲ୍ୟାଣସିଂହପୁରରେ ସମ୍ବର୍ଦ୍ଧନା….

କଲ୍ୟାଣସିଂହପୁର,୨।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) କାର୍ଯ୍ୟାଳୟ ପରିସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ମମତାରାଣୀ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?