Posted inଖେଳ

ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ

ବ୍ରିଷ୍ଟଲ, ୧୭।୬-  ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ ମହିଳା ଏକ ଟେଷ୍ଟମ୍ୟାଚ ଖେଳିବା ସୁଯୋଗ ପାଇଛନ୍ତି। ଏଥିରେ ଭାରତର ୫ ଖେଳାଳି ଦୀପ୍ତି ଶର୍ମା, ପୂଜା ବସ୍ତ୍ରକାର, ଶେଫାଳି ବର୍ମା, ସ୍ନେହ ରାଣା ଓ ତାନିୟା ଭାଟିଆ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି। ସେହିପରି ଇଂଲଣ୍ଡ ପକ୍ଷରୁ ସୋଫିଆ ଡଙ୍କଲେ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳିଛନ୍ତି। ପ୍ରଥମ ଦିବସରେ ରିପୋର୍ଟ ଲେଖା ହେବାବେଳକୁ ଇଂଲଣ୍ଡ ୩ ଉଇକେଟ ହରାଇ ୨୩୬ ରନ ସଂଗ୍ରହ କରିଛି। ଓପନର ଟାମି ବିମଣ୍ଟ ଓ ଅଧିନାୟିକା ହିଥର ନାଇଟ ପ୍ରଭାବୀ ବ୍ୟାଟିଂ କରି ଇଂଲଣ୍ଡକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି। ନାଇଟ ୮୮ ରନରେ ଅପରାଜିତ ରହିଛନ୍ତି।


ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଦୁଇ ଓପନର ଲୌରେନ ଓ୍ବିନ୍‌ଫିଲ୍ଡ-ହିଲ୍‌ ଏବଂ ଟାମି ବିମଣ୍ଟ ଓପନିଂ ଯୋଡ଼ିରେ ୧୨୪ ବଲ୍‌ରୁ ୬୯ ରନ ଯୋଗ କରି ଦଳପାଇଁ ଦୃଢ଼ ଭିତ୍ତି ପକାଇଥିଲେ। ମ୍ୟାଚର ୨୧ତମ ଓଭରର ୩ୟ ବଲ୍‌ରେ ହିଲ୍‌ଙ୍କୁ ତାନିଆ ଭାଟିଆଙ୍କ ହାତରେ କ୍ୟାଚ କରାଇ ଭାରତକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ ପୂଜା ବସ୍ତ୍ରକାର। ୬୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ହିଲ୍‌ ୪ ଚୌକା ଓ ୨ ଛକା ସହାୟତାରେ ୩୫ ରନ କରିଥିଲେ। ବିମଣ୍ଟ ଆତ୍ମବିଶ୍ୱାସର ସହ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ। କ୍ରିଜ୍‌ରେ ଜମିରହି ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିବା ବିମଣ୍ଟ କିନ୍ତୁ ୧୪୪ ବଲ୍‌ରୁ ୬୬ ରନ (୬ ଚୌକା) କରିଥିବାବେଳେ ସ୍ନେହ ରାଣାଙ୍କ ବଲ୍‌ରେ ଶେଫାଳି ବର୍ମାଙ୍କୁ ଏକ ଲୋ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ରାଣାଙ୍କ ବଲ୍‌କୁ ବିମଣ୍ଟ ଡିଫେଣ୍ଡ କରିବାକୁ ଯାଇଥିଲେ। ମାତ୍ର ବଲ୍‌ ଇନ୍‌ସାଇଡ୍‌ ଏଜ୍‌ ହୋଇ ପ୍ୟାଡ୍‌ରେ ବାଜି ଶର୍ଟଲେଗ୍‌କୁ ଯାଇଥିଲା। ସିଲି ମିଡ୍‌-ଅନ୍‌ରେ ଥିବା ଶେଫାଳି ଦ୍ରୁତ ବେଗରେ ଆଗକୁ ଆସି ଗୋଟିଏ ହାତରେ ଚମତ୍କାର ଭାବେ ଲୋ କ୍ୟାଚ ନେଇଥିଲେ। ଫଳରେ ବିମଣ୍ଟଙ୍କ ଇନିଂସର ପରିସମାପ୍ତି ଘଟିଥିଲା। ଆଉଟ ହେବା ପୂର୍ବରୁ ବିମଣ୍ଟ ଅଧିନାୟିକା ନାଇଟଙ୍କ ସହ ଦ୍ୱିତୀୟ ଉଇକେଟରେ ୧୬୬ ବଲ୍‌ରୁ ୭୧ ରନ ଯୋଗ କରିଥିଲେ। ନାତାଲି ସ୍କିଭର ୭୫ ବଲ୍‌ରୁ ୬ ଚୌକା ସହାୟତାରେ ୪୨ ରନ କରିଥିଲେ। ନାଇଟ ଓ ସ୍କିଭର ୩ୟ ଉଇକେଟରେ ୧୪୯ ବଲ୍‌ରୁ ୯୦ ରନର ଭାଗୀଦାରି ଗଢ଼ିଥିଲେ। ଭାରତ ପକ୍ଷରୁ ପୂଜା ବସ୍ତ୍ରକାର, ଦୀପ୍ତି ଶର୍ମା ଓ ସ୍ନେହ ରାଣା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୩୬/୩ (ଟାମି ବିମଣ୍ଟ-୬୬, ହିଥର ନାଇଟ-୮୮*, ନାତାଲି ସ୍କିଭର-୪୨, ଲୌରେନ ଓ୍ବିନଫିଲ୍ଡ ହିଲ୍‌-୩୫, ପୂଜା ବସ୍ତ୍ରକାର-୧/୪୩, ସ୍ନେହ ରାଣା-୧/୬୨, ଦୀପ୍ତି ଶର୍ମା-୧/୩୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଣ୍ଟା ପ୍ରଥମ ବ୍ରିଟିଶ ମହିଳା

ପ୍ୟାରିସ,୧।୬(ଏଏଫ୍‌ପି)- ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ୪ର୍ଥ ରାଉଣ୍ଡରେ ପ୍ରବେଶ କରିିଛନ୍ତି। ଦୀର୍ଘ ୩୬ ବର୍ଷ ମଧ୍ୟରେ ସେ ପ୍ରଥମ...

ବିଶ୍ୱର ପ୍ରଥମ ଓପନର୍‌ ଭାବେ ରେକର୍ଡ କଲେ ହିଟ୍‌ମ୍ୟାନ୍‌: ଚତୁର୍ଥ ଟେଷ୍ଟରେ…

ନୂଆଦିଲ୍ଲୀ,୫।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ରେକର୍ଡ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ସେ ୧୪୪ବଲ୍‌ରେ ୪୯ରନ୍‌ କରି ଆଇସିସି ବିଶ୍ୱ ଟେଷ୍ଟ...

ଡୋପ୍‌ ଜାଲରେ ଟପ୍‌ ଭାରୋତ୍ତୋଳକ

ନୂଆଦିଲ୍ଲୀ,୧୭।୭- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ହିମାଂଶୁ କୁମାର ଚାଙ୍ଗ, ଏସିଆନ ବ୍ରୋଞ୍ଜ ପଦକଧାରୀ ଲଭପ୍ରୀତ ସିଂ, ରାଜ୍ୟଗୋଷ୍ଠୀ ଯୁବ ଚାମ୍ପିୟନଶିପ୍‌ ରୌପ୍ୟ ପଦକ...

କୋହଲିଙ୍କ ମ୍ୟାଥ୍‌ ଘର ଶୂନ

ଅନ୍ତର୍ଜାତୀୟ କ୍ରିକେଟରେ ଶତକ ପରେ ଶତକ ଲଗାଇ ଚାଲିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏମିତି ଏକ ରୋଚକ କଥା ରହିଛି, ତାହା...

ନର୍ଟେଜ ନୁହେଁ ସନ୍‌ ଟେଟ୍‌ ପକାଇଛନ୍ତି ଆଇପିଏଲ୍‌ର ସବୁଠାରୁ ଦ୍ରୁତ ବଲ୍‌

ଦୁବାଇ, ୧୫।୧୦: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏନ୍‌ରିକ ନର୍ଟେଜ ଏବେ ଖବରର ଶିରୋନାମାରେ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ନର୍ଟେଜ...

ଇଂଲଣ୍ଡର ଲଢ଼ୁଆ ବିଜୟ

ମାଞ୍ଚେଷ୍ଟର,୯।୮(ପି.ଟି.): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ୩ ଉଇକେଟରେ ରୋମାଞ୍ଚକ ବିଜୟ ହାସଲ...

ବାର୍ବରା ଷ୍ଟ୍ରାଇକୋଭାଙ୍କ ଅବସର

ପ୍ରାଗ,୬।୫(ପି.ଟି.): ପୂର୍ବତନ ତାରକା ଡବଲ୍ସ ଖେଳାଳି ତଥା ଓ୍ବିମ୍ବେଲଡନ ସିଙ୍ଗଲ୍ସ ସେମିଫାଇନାଲିଷ୍ଟ ଚେକ ଗଣରାଜ୍ୟର ବାର୍ବରା ଷ୍ଟ୍ରାଇକୋଭା ବୁଧବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ୩୫...

ଯେଉଁ ବନ୍ଧୁ ଶିଖାଇଥିଲେ ‘ହେଲିକପ୍ଟର ଶଟ୍‌’,ତାଙ୍କ ଜୀବନ ବଞ୍ଚାଇବା ପାଇଁ ସତସତିକା ହେଲିକପ୍ଟର ପଠାଇଥିଲେ ଧୋନୀ; ହେଲେ…

ନୂଆଦିଲ୍ଲୀ,୭।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ହେଲିକପ୍ଟର ଶଟ୍‌କୁ ନେଇ ବେଶ ପରିଚିତ। ହେଲେ ସେ ଏହାକୁ ଜଣେ...

Ten Cric Info
Advertisement


Archives

Model This Week

Why Dharitri